ବିଜେପି ହିଁ ସୁନାର ବଙ୍ଗଳା ନିର୍ମାଣ କରିପାରିବ: ଧର୍ମେନ୍ଦ୍ର


ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ଏବଂ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିବା ଅବସରରେ କେନ୍ଦ୍ରମନ୍ତ୍ରୀ
ବିଜେପି ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗର ବିକାଶ କରିବା ସହ ସୁନାର ବଙ୍ଗଳା ନିର୍ମାଣ କରିପାରିବ ବୋଲି ସୋମବାର ପଶ୍ଚିମବଙ୍ଗର ପାନିହାଟ ସମେତ ବିଭିନ୍ନ ନିର୍ବାଚନ ମଣ୍ଡଳିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ଏବଂ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି ଲୋକଙ୍କ ଆକାଂକ୍ଷାକୁ ପୂରଣ କରିବା ସରକାରଙ୍କ ପ୍ରଥମ ଦାୟିତ୍ୱ ହେବା ଦରକାର। ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଦେଉଛନ୍ତି ବୋଲି ସେ କହିଛନ୍ତି। ଧର୍ମେନ୍ଦ୍ର ବୁଦ୍ଧିଜୀବୀଙ୍କ ଦ୍ୱାରା ପଚରା ଯାଇଥିବା ବିଭିନ୍ନ ପ୍ରଶ୍ନ ଯଥା ପଶ୍ଚିମବଙ୍ଗକୁ ଦୁର୍ନୀତିମୁକ୍ତ କରିବା, ସୁନାର ବଙ୍ଗଳା ପାଇଁ ଥିବା ସମ୍ଭାବନା, ପୂର୍ବ ଭାରତର ଶିଳ୍ପାୟନ କ୍ଷେତ୍ରରେ ଥିବା ସୁଯୋଗ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଉତ୍ତର ରଖିଥିଲେ।

ଧମେନ୍ଦ୍ର କହିଛନ୍ତି ଯେ ସାମୁଦ୍ରିକ ଅର୍ଥନୀତି ସହ ପଶ୍ଚିମବଙ୍ଗ ବିଭିନ୍ନ କ୍ଷେତ୍ରରେ ଆଗୁଆ ରହିଛି।ଏଠାକାର ଲୋକମାନେ ବୌଦ୍ଧିକ କ୍ଷମତା ଦୃଷ୍ଟିରୁ ତୀକ୍ଷ୍ଣ। ଏହି ଆଲୋଚନାକାଳରେ ଧର୍ମେନ୍ଦ୍ର ଓଡ଼ିଶା, ପଶ୍ଚିମବଙ୍ଗ ସମେତ ପୂର୍ବ ଭାରତର ଅର୍ଥନୀତି ଉପରେ ମଧ୍ୟ ଆଲୋକପାତ କରିଥିଲେ। ସେ କହିଛନ୍ତି ଯେ ପୂର୍ବ ଭାରତକୁ ଦେଶର ଜ୍ଞାନ ଆଧାରିତ ଅର୍ଥନୀତି ଭାବରେ ପୁନଃପ୍ରତିଷ୍ଠା କରିବା ପାଇଁ ଯୋଜନା ରହିଛି। ଏ ଦିଗରେ ଏହି ଅଞ୍ଚଳର ସାମଗ୍ରିକ ବିକାଶକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ପୂର୍ବ ଭାରତ ବିନା ସମଗ୍ର ଭାରତର ବିକାଶ ଅସମ୍ଭବ। ସେହିପରି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଖଣିଜ କ୍ଷେତ୍ରରେ ନୀତି ସଂସ୍କାଣ ଅଣାଯାଇଛି। ଓଡ଼ିଶା, ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଭଳି ରାଜ୍ୟ ଏହାର ଉଦାହରଣ। ଅପରପକ୍ଷରେ ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ଆବାସ ଯୋଜନାରେ ଘର, ଉଜ୍ଜଳା ଯୋଜନାରେ ଗ୍ୟାସ୍‌, ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍‌, ଜନଧନ ଆକାଉଣ୍ଟ୍‌ରେ ମହିଳାଙ୍କୁ ଆର୍ଥିକ ସହଯୋଗ ପ୍ରଭୂତି ଦିଆଯାଇଛି।ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣୀ ଯୋଜନାର ପୂର୍ବ ଭାରତ ଆଜି ଅଧିକ ଲାଭାର୍ଥୀ ହୋଇଛନ୍ତି ବୋଲି ସେ କହିଛନ୍ତି।

ଏତ୍‌ଦବ୍ୟତିତ ପଶ୍ଚିମବଙ୍ଗରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ ଧର୍ମେନ୍ଦ୍ର। ସୋମବାର ପାନିହାଟି ବିଧାନସଭା ନିର୍ବାଚନ ମଣ୍ଡଳିରେ ବିଜେପିର ଯୁବ କର୍ମକର୍ତ୍ତା ଦ୍ୱାରା ଆୟୋଜିତ ବିଶାଳ ଜନସଭାରେ ସମ୍ବୋଧିତ କରିବା ସହ ଅନ୍ୟାନ୍ୟ ନିର୍ବାଚନ ଶୋଭାଯାତ୍ରାରେପ୍ରଧାନ ସାମିଲ ହୋଇଥିଲେ। ପଶ୍ଚିମବଙ୍ଗର ସାଧାରଣ ଜନତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଣ୍ଣାୟକ ନେତୃତ୍ୱ ପ୍ରତି ଅଧିକ ସହଯୋଗ ରହିଛି। ପରିବର୍ତ୍ତନ ଏବଂ ସୁନାର ବଙ୍ଗଳାର ସଂକଳ୍ପକୁ ପୂରଣ କରିବା ପାଇଁ ପଶ୍ଚିମବଙ୍ଗର ପାନିହାଟର କାର୍ଯ୍ୟକର୍ତ୍ତା ଉତ୍ସାହିତ ଅଛନ୍ତି। ବିଜେପିର କାର୍ଯ୍ୟକର୍ତା ବିଶେଷ ଭାବରେ ମହିଳା ଏବଂ ଯୁବ କାର୍ଯ୍ୟକର୍ତାଙ୍କ ପରିଶ୍ରମ ଚଳିତ ନିର୍ବାଚନରେ ପ୍ରମାଣିତ ହେବ ଏବଂ ବିଜେପିର ବିଜୟ ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ