ବନ୍ଧୁକ ମୁନରେ ବସ୍ ଯାତ୍ରୀଙ୍କ ଠାରୁ ୧.୬୬ ଲକ୍ଷ ଲୁଟ୍


ପ୍ରତୀକାତ୍ମକ ଫଟୋ
ମୁଥୁରା ସୁରିର ଅଞ୍ଚଳରେ ଏକ ଯାତ୍ରୀବାହୀ ବସରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ୬ ଜଣ ଦୁର୍ବୃତ୍ତ। ବସଟି ଦିଲ୍ଲୀରୁ ହମିରପୁର ଯିବା ବେଳେ ବାଟରେ ୬ ଜଣ ଦୁର୍ବୃତ୍ତ ଯାତ୍ରୀ ବେଶରେ ଉଠିଥିଲେ। କିଛି ସମୟ ଯାତ୍ରା ପରେ ରାତି ପ୍ରାୟ ୩ଟା ବେଳେ ସେମାନେ ସୁରିର ଠାରୁ ଅଳ୍ପ ଦୂରରେ ଏକ ନିକାଞ୍ଚନ ସ୍ଥାନ ଦେଖି ଅଟକାଇ ଲୁଟପାଟ କରିଥିଲେ। ୬ ଜଣ ଦୁର୍ବୃତ୍ତଙ୍କ ହାତରେ ବନ୍ଧୁକ ଥିବାରୁ ବସରେ ଥିବା ପ୍ରାୟ ୨୫ ଜଣ ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ।

ଏଇ ମଉକାରେ ୬ ଜଣ ଯାକ ଦୁର୍ବୃତ୍ତ ସମସ୍ତ ଯାତ୍ରୀଙ୍କୁ ଲୁଟ କରିବା ସହ ବସ କଣ୍ଡକ୍ଟରକୁ ମାଡ଼ ମାରି ସମସ୍ତ ଟଙ୍କା ଛଡ଼ାଇ ନେଇ ଚମ୍ପଟ ମାରିଥିଲେ। ଖବର ପାଇ ସ୍ଥାନୀୟ ପୋଲିସ ପହଞ୍ଚି ଥିଲେ ବି ସେମାନଙ୍କୁ ଧରିବାରେ ସଫଳ ହୋଇ ନାହିଁ। ଏସଏସପି ଗୌରବ ଗ୍ରୋଭରଙ୍କ ସୂଚନାନୁସାରେ ଦୁର୍ବୃତ୍ତମାନେ ମୋଟ ୧ ଲକ୍ଷ ୬୬ ହଜାର ଟଙ୍କା ଲୁଟି ନେଇଛନ୍ତି। ଥାନାରେ ଏକ ଏତଲା ରୁଜୁ କରାଯାଇ ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ୫ଟି ସ୍ବତନ୍ତ୍ର ସ୍କ୍ବାଡ୍ ଗଠନ କରାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ