ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ଟିଏମସି ପାଇଁ ଜୟା ବଚ୍ଚନଙ୍କ ପ୍ରଚାର


କୋଲକାତାରେ ଟିଏମସି ପାଇଁ ଜୟା ବଚ୍ଚନ ରୋଡ୍ ଶୋ' କରୁଛନ୍ତି
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବର୍ତ୍ତମାନ ଦେଶର ସବୁଠାରୁ ଚର୍ଚ୍ଚିତ ବିଷୟ ପାଲଟିଥିବା ବେଳେ କ୍ଷମତାସୀନ ତୃଣମୂଳ କଂଗ୍ରେସ (ଟିଏମସି)କୁ ଗାଦିଚ୍ୟୁତ କରାଇବାକୁ ବିଜେପି ସମସ୍ତ ପ୍ରକାର କଳ, ବଳ, କୌଶଳ ପ୍ରୟୋଗ କରିଚାଲିଛି। ପ୍ରତିପକ୍ଷ ଟିଏସି ମଧ୍ୟ କୌଣସି ତାରକା ପ୍ରଚାରକଙ୍କୁ ପ୍ରଚାର ମୈଦାନକୁ ଓହ୍ଲାଇବାରେ ହେଳା କରିନାହିଁ। ସେହିପରି ବିଜେପି ମଧ୍ୟ ଅଭିନେତା ଓ ଅଭିନେତ୍ରୀଙ୍କୁ ଦଳ ସପକ୍ଷରେ ଭୋଟ ଦେବା ସକାଶେ ପ୍ରଚାର ଚଳାଇଛି। ଉଭୟ ଦଳ ପକ୍ଷରୁ ବଙ୍ଗୀୟ ଚଳଚ୍ଚିତ୍ର ଓ ଟିଭି ଜଗତର ଏକାଧିକ ତାରକାଙ୍କୁ ସାମିଲ କରାଯାଇଥିବା ବେଳେ ବଲିଉଡକୁ ମଧ୍ୟ ଟାର୍ଗେଟ କରାଯାଉଛି। ମିଥୁନ ଚକ୍ରବର୍ତ୍ତୀ ବର୍ତ୍ତମାନ ବିଜେପିର ସଦସ୍ୟତା ହାସଲ କରିଥିବା ବେଳେ ଦଳ ପାଇଁ ପ୍ରଚାର ଆରମ୍ଭ କରିସାରିଛନ୍ତି।

ତାଙ୍କୁ ଟକ୍କର ଦେବାକୁ ଟିଏମସି ଇତିମଧ୍ୟରେ ବଲିଉଡର ଭେଟେରାନ୍ ଅଭିନେତ୍ରୀ ତଥା ସମାଜବାଦୀ ସାଂସଦ ଜୟା ବଚ୍ଚନଙ୍କୁ ନିଜ ଶିବିରରେ ସାମିଲ କରିଛି। ମିଥୁନଙ୍କ ଭଳି ଜୟାଙ୍କର ମଧ୍ୟ ବଙ୍ଗଳାବାସୀ ଓ ପଶ୍ଚିମବଙ୍ଗ ସହ ପ୍ରତ୍ୟକ୍ଷ ସମ୍ପର୍କ ରହିଛି। ତେଣୁ ଜୟାଙ୍କ ଲୋକପ୍ରିୟତାରୁ ଫାଇଦା ଉଠାଇବାକୁ ଟିଏମସି ରଣନୀତି ପ୍ରସ୍ତୁତ କରିଛି। ଜୟା ରବିବାର କୋଲକାତାରେ ପହଞ୍ଚିବା ପରେ ଟିଏମସି ସାଂସଦ ଡେରେକ ଓ’ବ୍ରାଏନ ଓ ପଶ୍ଚିମବଙ୍ଗ ଗୃହ ନିର୍ମାଣ ମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତାଙ୍କୁ ବିମାନବନ୍ଦରରେ ସ୍ବାଗତ କରିଥିଲେ। ଜୟା ଇତିମଧ୍ୟରେ କେତେକ ନିର୍ବାଚନୀ ସଭାରେ ଅଂଶଗ୍ରହଣ କରିଥିବା ବେଳେ ଆଗାମୀ ୪ ଦିନ ପର୍ଯ୍ୟନ୍ତ ପ୍ରଚାର ଅଭିଯାନରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ସହ ଜୟା ଓ ସ୍ବାମୀ ଅମିତାଭ ବଚ୍ଚନଙ୍କର ଘନିଷ୍ଠ ସମ୍ପର୍କ ରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ