ପୁଟିନ ସବୁଠୁ ସେକ୍ସି ରୁଷୀୟ


ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ

ମସ୍କୋ: ରୁଷିଆରେ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଲୋକପ୍ରିୟତା ଯେ ସର୍ବାଧିକ ଏକଥା କାହାକୁ ଅଛପା ନାହିଁ। ଆଜି ବି ଦେଶବାସୀ ପୁଟିନଙ୍କୁ ଦେଶର ସବୁଠାରୁ 'ସେକ୍ସି' ଓ 'ହ୍ୟାଣ୍ଡସମ୍‌' ପୁରୁଷ ବୋଲି ମନେକରୁଛନ୍ତି। ଏହା ଏକ ସର୍ଭେରୁ ଜଣାପଡ଼ିଛି। ୨୨ ମାର୍ଚ୍ଚରୁ ୧ ଏପ୍ରିଲ ପର୍ଯ୍ୟନ୍ତ ଦେଶର ୩ ଶହରୁ ଅଧିକ ସହରର ୨ ହଜାର ଜଣଙ୍କ ଉପରେ ଏକ ସର୍ଭେ କରାଯାଇଥିଲା। ଦେଶର ସବୁଠାରୁ ସେକ୍ସି ଏବଂ ମୋଷ୍ଟ ଏଲିଜିବଲ ବ୍ୟାଚଲର ଜାଣିବାକୁ ଏହି ସର୍ଭେରେ ଭୋଟିଂ କରାଯାଇଥିଲା। ୧୮ ପ୍ରତିଶତ ପୁରୁଷ ଏବଂ ୧୭ ପ୍ରତିଶତ ମହିଳା ୬୮ ବର୍ଷୀୟ ପୁଟିନଙ୍କ ସପକ୍ଷରେ ଭୋଟ ଦେଇଥିଲେ।


ଦେଶବାସୀ ଏବେ ବି ପୁଟିନଙ୍କୁ ଆକର୍ଷଣୀୟ ପୁରୁଷ ବୋଲି ବିବେଚନା କରୁଥିବା ସର୍ଭେ କରିଥିବା ସୁପରଜବ୍‌ ନାମକ ଓ୍ବେବସାଇଟ୍‌ କହିଛି। ଡିମିଟ୍ରି ନାଗିଭ, ଡାନିଲା କୋଜଲୋଭସ୍କି, କନଷ୍ଟାଣ୍ଟିନ ଖାବେନସ୍କିଙ୍କ ଭଳି ଅଭିନେତା ଓ ମଡେଲ ପ୍ରମୁଖଙ୍କୁ ପୁଟିନ ପଛରେ ପକାଇ ଦେଶର ସବୁଠୁ ସେକ୍ସିବ୍ୟକ୍ତି ହୋଇପାରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ