‘ରାମ ସେତୁ’ର ୪୫ ଜୁନିଅର କଳାକାର କୋରୋନା ପଜିଟିଭ


‘ରାମ ସେତୁ’ ଫିଲ୍ମର ଟିମ
ଅଭିନେତା ଅକ୍ଷୟ କୁମାର ରବିବାର କୋରୋନା ପଜିଟିଭ ହୋଇଥିବା ଖବର ଦେଇଥିଲେ। ଏବେ ଶୁଣିବାକୁ ମିଳୁଛି ଯେ ‘ରାମ ସେତୁ’ର ଶୁଟିଂ ସେଟରେ ଆଉ ୪୫ ଜଣ କୋରୋନା ସଂକ୍ରମିତ ହୋଇଛନ୍ତି। ସମସ୍ତେ ଏବେ କ୍ବାରେଣ୍ଟାଇନରେ ଅଛନ୍ତି। ଏକାବେଳେ ଏତେ ସଂଖ୍ୟକ ଲୋକ କୋରୋନା ସଂକ୍ରମିତ ହେବା ପରେ ଫିଲ୍ମ ପାଇଁ ସମସ୍ୟା ବଢ଼ି ଯାଇଛି।

ମିଡିଆ ରିପୋର୍ଟ ମୁତାବକ ସୋମବାର ୫ ଏପ୍ରିଲରେ ୧୦୦ ଜଣ ଲୋକ ‘ରାମ ସେତୁ’ ସେଟରେ ନିଜ କାମ ଆରମ୍ଭ କରିବାର ଥିଲା। ଏମାନେ ସମସ୍ତେ ମଡ ଆଇଲ୍ୟାଣ୍ଡରେ ଫିଲ୍ମ ଶୁଟିଂରେ ସାମିଲ ହେବାର ଥିଲା। କିନ୍ତୁ ଫିଲ୍ମ ଶୁଟିଂ ପୂର୍ବରୁ ପରୀକ୍ଷାରେ ୪୫ ଜଣ ଜୁନିଅର କଳାକାର କୋରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହାପର ଠାରୁ ସମସ୍ତେ କ୍ବାରେଣ୍ଟାଇନରେ ରହିଥିବା ଜଣାପଡ଼ିଛି।

ଫେଡେରେସନ ଅଫ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲଇଜର ଜେନେରୋଲ ସେକ୍ରେଟାରୀ ଅଶୋକ ଦୁବେ କହିଛନ୍ତି, ‘ରାମ ସେତୁ’ର ଟିମ ପୂରା ସାବଧାନତା ଅବଲମ୍ବନ କରୁଛନ୍ତି। ଦୁର୍ଭାଗ୍ୟବଶତଃ ଜୁନିଅର ଆର୍ଟିଷ୍ଟ ଆସୋସିଏସନର ୪୫ ଜଣ କୋରୋନା ସଂକ୍ରମିତ ହୋଇଛନ୍ତି। ଅକ୍ଷୟଙ୍କ ସମେତ ୪୫ କଳାକାର କୋରୋନା ପଜିଟିଭ ହେବା ପରେ ସୋମବାର ହେବାକୁ ଥିବା ଫିଲ୍ମର ଶୁଟିଂ ଘୁଞ୍ଚାଇ ଦିଆଯାଇଛି। ଏବେ ୧୩ରୁ ୧୪ ଦିନ ପରେ ଫିଲ୍ମର ଶୁଟିଂ ଆରମ୍ଭ ହୋଇପାରିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ