ଭିକ୍କି ଓ ଭୂମି କୋରୋନା ପଜିଟିଭ


ଭିକ୍କି କୌଶଲ ଓ ଭୂମି ପେଦନେକର
ଦେଶରେ କୋରୋନା ଭାଇରସ ମାମଲା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଅନେକ ସେଲିବ୍ରିଟି କୋରୋନାର ଶିକାର ହେବାରେ ଲାଗିଛନ୍ତି। ରବିବାର ଅକ୍ଷୟ କୁମାର ଓ ଗୋବିନ୍ଦା କୋରୋନା ପଜିଟିଭ ହେବା ଖବର ସାମ୍ନାକୁ ଆସିଥିଲା। ଏବେ ଅଭିନେତ୍ରୀ ଭୂମି ପେଦନେକର ଓ ଅଭିନେତା ଭିକ୍କି କୌଶଲ ମଧ୍ୟ କୋଭିଡ ପଜିଟିଭ ହୋଇଛନ୍ତି। ଦୁଇ କଳାକାର ନିଜ କୋରୋନା ପଜିଟିଭ ହୋଇଥିବା ସୂଚନା ଇନଷ୍ଟାଗ୍ରାମରେ ଦେଇଛନ୍ତି।

ଭୂମି ଲେଖିଛନ୍ତି ଯେ ହାଲୁକା ଲକ୍ଷଣ ଦେଖାଯିବା ପରେ ସେ ନିଜକୁ ଘରେ କ୍ବାରେଣ୍ଟାଇନ କରିଛନ୍ତି। ସେ ସମସ୍ତ ପ୍ରକାରର ସତର୍କତା ଅବଲମ୍ବନ କରୁଛନ୍ତି। ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି,  ସେମାନେ ତୁରନ୍ତ ନିଜର ପରୀକ୍ଷା କରାଇ ନିଅନ୍ତୁ। ସୂଚନାଯୋଗ୍ୟ ଯେ ଭୂମି କିଛି ଦିନ ହେବ ତାଙ୍କ ନୂଆ ସିନେମା ‘ବଧାଇ ହୋ ୨’ର ଶୁଟିଂରେ ବ୍ୟସ୍ତ ଅଛନ୍ତି।

ସେହିପରି ଭିକ୍କି ଲେଖିଛନ୍ତି ଯେ ସବୁପ୍ରକାରର ସାବଧାନତା ଅବଲମ୍ବନ କରିବା ସତ୍ତ୍ବେ ସେ କୋଭିଡ ସଂକ୍ରମିତ ହୋଇଛନ୍ତି। ତେଣୁ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି, ସେମାନେ କୋଭିଡ-୧୯ ପରୀକ୍ଷା କରାଇବାକୁ ଭିକ୍କି ଲେଖିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ