‘ଦ ଇଣ୍ଟର୍ଣ୍ଣ’ରେ ଋଷିଙ୍କ ସ୍ଥାନରେ ଅମିତାଭଙ୍କ ଏଣ୍ଟ୍ରି


ଦ ଇଣ୍ଟର୍ଣ୍ଣର ପୋଷ୍ଟର
ଦୀପିକା ପାଦୁକୋନ ତାଙ୍କ ଆଗାମୀ ଫିଲ୍ମ ‘ଦ ଇଣ୍ଟର୍ଣ୍ଣ’କୁ ନେଇ ବଡ଼ ଘୋଷଣା କରିଛନ୍ତି। ଫିଲ୍ମରେ ଦୀପିକାଙ୍କ ସହିତ ଦିବଂଗତ ଅଭିନେତା ଋଷି କପୁର ନଜର ଆସିବାର ଥିଲା। କିନ୍ତୁ ଗତ ବର୍ଷ ଋଷିଙ୍କ ମୃତ୍ୟୁ ପରେ ଫିଲ୍ମ ଉପରେ କାମ ଆଗକୁ ବଢ଼ିପାରି ନ ଥିଲା। ଏବେ ଏହି ଫିଲ୍ମରେ ଋଷିଙ୍କ ସ୍ଥାନରେ ଅମିତାଭ ବଚ୍ଚନଙ୍କ ଏଣ୍ଟ୍ରି ହୋଇଛି। ଏ ସମ୍ପର୍କରେ ନିଜେ ଦୀପିକା ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି।

ଅଭିନେତ୍ରୀ ଦୀପିକା ପାଦୁକୋନ ଫିଲ୍ମର ଏକ ପୋଷ୍ଟର ଶେୟାର କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ ତାଙ୍କର ସବୁଠାରୁ ଖାସ କଳାକାରଙ୍କ ସହିତ ପୁଣିଥରେ କାମ କରିବା ତାଙ୍କ ପାଇଁ ସମ୍ମାନର କଥା। ‘ଦ ଇଣ୍ଟର୍ଣ୍ଣ’ର ଭାରତୀୟ ରୁପାନ୍ତରୀକରଣ ପାଇଁ ଅମିତାଭ ବଚ୍ଚନଙ୍କୁ ସ୍ବାଗତ କରୁଛନ୍ତି। ଅମିତାଭଙ୍କ ସହିତ ସେ ପୂର୍ବରୁ କାମ କରିସାରିଛନ୍ତି। ‘ପିକୁ’ ସିନେମାରେ ଉଭୟ ବାପ ଝିଅ ଭୂମିକାରେ ଅଭିନୟ କରିଥିଲେ ଓ ଏହି ସିନେମା ସୁପରହିଟ ହୋଇଥିଲା। ଏହା ଅନେକ ପୁରସ୍କାର ମଧ୍ୟ ହାସଲ କରିଥିଲା।

ସୂଚନାଯୋଗ୍ୟ ଯେ ‘ଦ ଇଣ୍ଟର୍ଣ୍ଣ’ ସିନେମା ଇଣ୍ଟିମେସି ଓ ରିଲେସନଶିପ ଉପରେ ଆଧାରିତ। ଯାହା କାର୍ଯ୍ୟାଳୟର ଚତୁଃପାର୍ଶ୍ବ ଦେଇ ଗତି କରୁଛି। ଏହି ସିନେମା ଆଜିକାଲିର ଅଫିସ ମାହୋଲ ଉପରେ ଆଧାରିତ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ