ମନୋରଞ୍ଜନ
ଅଧାରୁ ବନ୍ଦ ହେଲା ଜୁବିନଙ୍କ ଶୋ’

ଜୁବିନ ନୌଟିଆଲ
ବାଲେଶ୍ବରର ଚାନ୍ଦିପୁର ଅଞ୍ଚଳରେ ଥିବା ଏକ ଇଞ୍ଜିନିୟରିଂ କଲେଜରେ ଶୋ’ କରିବା ସମୟରେ ଲୋକପ୍ରିୟ କଣ୍ଠଶିଳ୍ପୀ ଜୁବିନ ନୌଟିଆଲ ଲଜ୍ଜିତ ହୋଇଛନ୍ତି। ୨ ଏପ୍ରିଲରେ ହେବାକୁ ଥିବା ଏହି ଶୋ’ରେ ନିୟମ ଉଲ୍ଲଂଘନ କରିଥିବା ନେଇ ପୋଲିସ ଟିମ ଏହି ମ୍ୟୁଜିକାଲ ପରଫରମାନ୍ସ କାର୍ଯ୍ୟକ୍ରମ ଉପରେ ରେଡ କରିଥିଲା।
ମିଡିଆ ରିପୋର୍ଟ ମୁତାବକ ଚାନ୍ଦିପୁରସ୍ଥିତ ସତ୍ୟସାଇ ଇଞ୍ଜିନିୟରିଂ କଲେଜ ପରିସରରେ ସତ୍ୟସାଇ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟର ବାର୍ଷିକ ଉତ୍ସବ ଆୟୋଜନ କରିଥିଲା। ଏହି ଅନୁଷ୍ଠାନ ଜୁବିନ ନୌଟିଆଲଙ୍କୁ ମ୍ୟୁଜିକାଲ ଶୋ’ ପାଇଁ ନିମନ୍ତ୍ରଣ କରିଥିଲା। ଜୁବିନ ପାଖାପାଖି ରାତି ୧୧ଟାରେ ଷ୍ଟେଜରେ ଶୋ’ ଆରମ୍ଭ କରିଥିଲେ। ଶୋ’ ପାଇଁ ଯେଉଁ ଅନୁମତି ନିଆଯାଇଥିଲା, ଏହା ନିୟମ ଉଲ୍ଲଂଘନ କରୁଥିଲା। ତେଣୁ ପୋଲିସ ଟିମ ଷ୍ଟେଜ ଉପରକୁ ଯାଇ ଶୋ’ ବନ୍ଦ କରିଥିଲା। ଏହି ଘଟଣା ଘଟିବା ପରେ ଜୁବିନ ସଙ୍ଗେ ସଙ୍ଗେ ଷ୍ଟେଜ ଛାଡ଼ି ଚାଲିଯାଇଥିବା ଦେଖିବାକୁ ମିଳିଥିଲା।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ