ନିଜେ ଯାଇନାହାନ୍ତି ସ୍କୁଲ, ହେଲେ ବୋହୂକୁ କଲେ ଆଇଏଏସ


ଅଦିତି ଓ ତାଙ୍କ ଶାଶୁ ମଞ୍ଜୁ
ପ୍ରତ୍ୟେକ ଦିନ କିଛି ନା କିଛି ସଫଳତାର କାହାଣୀ ଦେଖିବାକୁ ମିଳୁଛି। ସମସ୍ତଙ୍କ କାହାଣୀରେ ନିଜର ସଂଘର୍ଷ ରହିଛି। ଆମ ସମାଜରେ ଏକ ଧାରଣା ରହିଛି ଯେ ଶାଶୁ ବୋହୂଙ୍କୁ କେବେ ପରସ୍ପର ସହ ପଡ଼ି ନ ଥାଏ। ସେମାନେ ମା’ ଝିଅ ଭଳି ରହିପାରିବେ ନାହିଁ ବୋଲି ସମସ୍ତେ ଭାବନ୍ତି। ଏଠାରେ ଯେଉଁ କାହାଣୀ କୁହାଯାଇଛି, ଏହା ବହୁତ କିଛି ପ୍ରେରଣା ଓ ଶିକ୍ଷା ଦେଉଛି। ଏହା ସମାଜର ଶାଶୁ ବୋହୂର ସମ୍ପର୍କକୁ ନେଇ ଧାରଣା ରହିଛି, ତାହା ପୂରାପୂରି ବଦଳାଇ ଦେବ।

ଅପାଠୁଆ ଶାଶୁ ଶ୍ବଶୁର ବୋହୂକୁ କଲେ ଆଇଏଏସ
ଏଠାରେ ଆଇଏଏସ ଅଦିତି ଅଗ୍ରୱାଲଙ୍କ ସମ୍ପର୍କରେ କୁହାଯାଇଛି। ଯାହାଙ୍କୁ ଶାଶୁ ଶ୍ବଶୁରଙ୍କ ଏତେ ଭଲ ପାଇବା ଓ ସମର୍ଥନ ମିଳିଛି ଯେ ସେମାନେ ଅଦିତିଙ୍କୁ ନିଜ ଝିଅ ଭଳି ରଖିଛନ୍ତି ଓ ତାଙ୍କ ପାଇଁ ସବୁକିଛି କରିଛନ୍ତି। ଜୀବନରେ ପ୍ରତ୍ୟେକ ମୋଡରେ ତାଙ୍କୁ କେବଳ ସମର୍ଥନ କରି ନାହାନ୍ତି, ବରଂ ତାଙ୍କ ସଫଳତା ପାଇଁ ପୂରା ଯୋଗଦାନ ଦେଇଛନ୍ତି।

ଶାଶୁ ଅପାଠୁଆ ଓ ଶ୍ବଶୁର ଦଶମ ପାସ
ଆମ ସମାଜରେ କେତେକ ଲୋକ ଅଛନ୍ତି ଯେଉଁମାନେ ଭାବନ୍ତି ଯେ ଯେଉଁ ପରିବାରର ଲୋକ ପାଠ ପଢ଼ି ନାହାନ୍ତି, ସେମାନଙ୍କ ଚିନ୍ତାଧାରା ବହୁତ ଅଲଗା। କିନ୍ତୁ ଏଭଳି ଜରୁରୀ ନୁହେଁ। ଆପଣଙ୍କ ପରିବାର ଲୋକ ପଢ଼ାଲେଖା କି ନୁହନ୍ତି ଏହା ଅପେକ୍ଷା ଆପଣଙ୍କୁ ପରିବାର ଲୋକ କେତେ ସମର୍ଥନ କରୁଛନ୍ତି, ସଫଳତା ଏହା ଉପରେ ନିର୍ଭର କରିଥାଏ। ଅଦିତିଙ୍କ ଶାଶୁ ଅପାଠୁଆ ଓ ଶ୍ବଶୁର ଦଶମ ପାସ। କିନ୍ତୁ ଏହା ପରେ ମଧ୍ୟ ସେମାନେ ତାଙ୍କ ବୋହୂଙ୍କୁ ଆଗକୁ ବଢ଼ିବାକୁ ଦେଇଥିଲେ। ବୋହୂ ଶାଶୁଙ୍କ ମାନ ରଖିବା ସହିତ ଆଇଏଏସ ହୋଇ ଦେଖାଇଛନ୍ତି। ଅଦିତି ପ୍ରଥମ ପ୍ରୟାସରେ ହିଁ ସଫଳତା ହାସଲ କରିଛନ୍ତି। ଅଦିତିଙ୍କ ଶାଶୁ ମଞ୍ଜୁ କେବଳ ନିଜ ବୋହୂର ସାଥ ଦେଇ ନ ଥିଲେ, ବରଂ ନିଜେ ଘର ସମ୍ଭାଳି ବୋହୂଙ୍କୁ ପଢ଼ାଇଥିଲେ। ଯାହାଫଳରେ ସେ ସଫଳତା ପାଇପାରିବେ। ଅଦିତି ନିଜ ସଫଳତା ଉପରେ କହିଛନ୍ତି ଯେ ସମାଜରେ ଶାଶୁ ବୋହୂଙ୍କ ସମ୍ପର୍କକୁ ନେଇ ଅଲଗା ଚିନ୍ତାଧାରା ରହିଛି। କିନ୍ତୁ ତାଙ୍କ ଶାଶୁ ମଞ୍ଜୁ ଅଗ୍ରୱାଲ ପ୍ରତ୍ୟେକ ପାଦରେ ତାଙ୍କୁ ଅନୁପ୍ରାଣିତ କରିଥିଲେ। ତେଣୁ ତାଙ୍କ ସଫଳତାର ଶ୍ରେୟ ଶାଶୁ ଶ୍ବଶୁରଙ୍କୁ ଯାଉଛି। ଏଥିସହିତ ତାଙ୍କ ପତି ନିଶାନ୍ତ ଅଗ୍ରୱାଲ ମଧ୍ୟ ସବୁବେଳେ ତାଙ୍କୁ ଆଗକୁ ବଢ଼ିବାକୁ ପ୍ରେରଣା ଦେଇଥିଲେ ବୋଲି ଅଦିତି କହନ୍ତି।

ହାସଲ କରିଛନ୍ତି ୨୮୨ତମ ରାଙ୍କ
ସୂଚନାଯୋଗ୍ୟ ଯେ ଅଦିତି ଗ୍ରେଟର ନୋଏଡ଼ା ଏପିଜେ ସ୍କୁଲ ଅଫ ଆର୍କିଟେକ୍ଟ ଏଣ୍ଡ ପ୍ଲାନିଂରୁ ଡିଗ୍ରୀ ହାସଲ କରିଛନ୍ତି। ଏହାପରେ ୨୦୧୫ରେ ଅଦିତିଙ୍କ ବାହାଘର ହୋଇଥିଲା। ବାହାଘର ପରେ ସେ ଆଇଏଏସ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। କଠିନ ପରିଶ୍ରମ ଫଳରେ ଅଦିତି ପ୍ରଥମ ସୁଯୋଗରେ ସାରା ଭାରତରେ ୨୮୨ତମ ରାଙ୍କ ହାସଲ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ