ସକାଳ ଜଳଖିଆରେ ଟ୍ରାଏ କରନ୍ତୁ ମଶରୁମ କଟଲେଟ


ମଶରୁମ କଟଲେଟ
ନନଭେଜ ଖାଉଥିବା ଲୋକଙ୍କ ପାଖରେ କଟଲେଟର ଅନେକଗୁଡ଼ିଏ ବିକଳ୍ପ ରହିଛି। କିନ୍ତୁ ମଶରୁମ କଟଲେଟ, ନନଭେଜ କଟଲେଟକୁ ବି ପଛରେ ଛାଡ଼ିଦେବ। ତେବେ ମଶରୁମ କଟଲେଟର ସ୍ବାଦ ନିହାତି ନିଅନ୍ତୁ। ଚାଲନ୍ତୁ ଜାଣିବା ଏହାକୁ କିପରି ତିଆରି କରିବେ।

କ’ଣ ଦରକାର
୪୦୦ ଗ୍ରାମ ମଶୁରୁମ, ୧ କପ କଟା ପିଆଜ, ୨ ଟେବଲସ୍ପୁନ ତେଲ, ୧ ଚାମଚ ଜିରା, ୨ ଚାମଚ କଟା ଅଦା, ୧ କପ ସିଝା ଚକଟା ଯାଇଥିବା ଆଳୁ,୨ ଚାମଚ ଧନିଆ ଗୁଣ୍ଡ, ୨ ଚାମଚ ଆମଚୁର, ସ୍ବାଦାନୁସାରେ ଲୁଣ, ୨ ଚାମଚ କଟା କଞ୍ଚା ଲଙ୍କା, ୨ଟି ଅଣ୍ଡା, ଅଧ କପ ମଇଦା, ଡ୍ରାଏ ବ୍ରେଡ କ୍ରମ୍ବସ, ଛାଣିବା ପାଇଁ ତେଲ।

ପ୍ରସ୍ତୁତି ପ୍ରଣାଳୀ
ମଶରୁମ କଟଲେଟ ତିଆରି କରିବା ପାଇଁ ପ୍ରଥମେ ଏକ ପ୍ୟାନନରେ ୨ ବଡ଼ ଚାମଚ ତେଲ ଗରମ କରି ଏଥିରେ ଜିରା, ଅଦା ପକାଇ ହାଲୁକା ଫ୍ରାଏ କରନ୍ତୁ। ପରେ ଏଥିରେ ମଶରୁମ ପକାନ୍ତୁ। ଏହାକୁ ପୂରା ଆଞ୍ଚରେ ରାନ୍ଧନ୍ତୁ, ଯାହାଫଳରେ ଏଥିରୁ ସମସ୍ତ ମଏଶ୍ଚର ବାହାରିଯିବ। ଥଣ୍ଡା ହୋଇଗଲା ପରେ ଏଥିରେ ସିଝା ଆଳୁ ମିଶାଇ କଟଲେଟ ତିଆରି କରନ୍ତୁ। ଏହା ଉପରେ ମଇଦା ଛିଞ୍ଚି ଅଣ୍ଡାରେ ବୁଡ଼ାନ୍ତୁ ଓ ବ୍ରେଡ କ୍ରମ୍ବସରେ କୋଟ କରନ୍ତୁ। ପୁଣିଥରେ କଟଲେଟକୁ ଅଣ୍ଡାରେ ବୁଡ଼ାନ୍ତୁ କ୍ରମ୍ବସ ଲଗାନ୍ତୁ। ଏବେ କଟଲେଟକୁ ଡିପ ଫ୍ରାଏ କରନ୍ତୁ ଓ ଗୋଲ୍ଡେନ ହେବା ଯାଏ ବାହାରକୁ ବାହାର କରି ମନ ପସନ୍ଦର ଚଟଣୀ ସହିତ ପରଷନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ