ପ୍ରଚାର ପାଇଁ ପିପିଲି ଯିବେ ମୁଖ୍ୟମନ୍ତ୍ରୀ


ନିର୍ବାଚନ ପ୍ରଚାର କରୁଛନ୍ତି ମୁଖ୍ୟମନ୍ତ୍ରୀ (ଫାଇଲ୍‌ ଫଟୋ)
ପିପିଲି ଉପନିର୍ବାଚନ ଲାଗି ଆଉ ମାତ୍ର ୧୧ ଦିନ ବାକି ରହିଛି। ଏହି ଉପନିର୍ବାଚନରେ ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବାକୁ ଯାଉଛନ୍ତି ଭୋଟର। ହେଲେ ୩ ପ୍ରମୁଖ ଦଳ ବିଜେଡିର ରୁଦ୍ରପ୍ରତାପ ମହାରଥି, ବିଜେପିର ଆଶ୍ରିତ ପଟ୍ଟନାୟକ ଏବଂ କଂଗ୍ରେସର ଅଜିତ ମଙ୍ଗରାଜଙ୍କ ମଧ୍ୟରେ କଡ଼ା ଟକ୍କର ହେବାକୁ ଯାଉଛି। ଉପନିର୍ବାଚନ ଲାଗି ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ନିଜ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ହାତେଇବାକୁ ସବୁ ଦଳର ନେତା ଓ କର୍ମୀ ପିପିଲିରେ ଡେରା ପକାଇବା ଆରମ୍ଭ କଲେଣି। ଏହି ଉଷ୍ଣତାକୁ ଆହୁରି ସରଗରମ କରିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇବା। ବିଜେଡିର ମୁଖ୍ୟ ଷ୍ଟାର୍‌ ପ୍ରଚାରକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିପିଲି ପ୍ରଚାର ମଇଦାନକୁ ଓହ୍ଲାଇବାକୁ ଯାଉଛନ୍ତି। ପ୍ରତାପ ଦେବଙ୍କ ଘରେ ବସିଥିବା ବିଜେଡି ବୈଠକ ପରେ ଏନେଇ ସୂଚନା ମିଳିଛି। ତେବେ ମୁଖ୍ୟମନ୍ତ୍ରୀ କେଉଁଦିନ ପ୍ରଚାର କରିବାକୁ ପିପିଲି ଯିବେ ତାହା ଜଣାପଡ଼ିନାହିଁ।

ବିଜେଡିରୁ ପ୍ରାର୍ଥୀ ହୋଇଥିବା ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଚାର କରିବେ। ଏ ନେଇ ବଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଦେବ ସୂଚନା ଦେଇଛନ୍ତି। ପ୍ରତାପ ଦେବଙ୍କ ଘରେ ବସିଥିବା ବୈଠକ ପରେ ସେ ଏଭଳି ସୂଚନା ଦେଇଛନ୍ତି। ତେବେ କେବେ ମୁଖ୍ୟମନ୍ତ୍ରୀ ପ୍ରଚାର କରିବେ ସେନେଇ ତାରିଖ ଚୂଡ଼ାନ୍ତ ହୋଇନାହିଁ ବୋଲି ପ୍ରତାପ ଦେବ ସୂଚନା ଦେଇଛନ୍ତି। କୋରୋନା ବଢୁଥିବାରୁ ମୁଖ୍ୟମନ୍ତ୍ରୀ ପିପିଲି ଗସ୍ତରେ ଯିବେ କି ନାହିଁ ତାହାକୁ ନେଇ ଅନେକ ଚର୍ଚ୍ଚା ଧରିଥିଲା। କିନ୍ତୁ ତାହା ଉପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରତାପ ଦେବ। ମୁଖ୍ୟମନ୍ତ୍ରୀ ପିପିଲି ଯିବା ନେଇ ସ୍ପଷ୍ଟ ଭାବେ ଗଣମାଧ୍ୟକୁ କହିଛନ୍ତି। ପିପିଲି ଉପନିର୍ବାଚନ ପାଇଁ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ବିଜେଡି, ବିଜେପି ଓ କଂଗ୍ରେସ ପ୍ରକାଶ କରିଛନ୍ତି। ବିଜେଡି ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ତାଲିକାର ପ୍ରଥମ ସ୍ଥାନରେ ରହିଥିବା ବେଳେ ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ସ୍ଥାନରେ ରହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ