ମୃତଦେହ ବଞ୍ଚାଇବାକୁ ରାତି ସାରା ଚାଲିଲା ପୂଜାର୍ଚ୍ଚନା


ରାତିସାରା ଚାଲିଛି ପୂଜାର୍ଚ୍ଚନା
ଆଜିର ବିଜ୍ଞାନ ଯୁଗରେ ମଧ୍ୟ ଅନ୍ଧବିଶ୍ବାସ କବଳରୁ ମୁକୁଳି ପାରିନି ମଣିଷ। ଡାକ୍ତରୀ ବିଦ୍ୟାକୁ ଭୁଲି ଗୁଣିଗାରେଡି ଓ ଝଡ଼ାଫୁଙ୍କାରେ ବିଶ୍ବାସ କରୁଛି। ଏମିତି ଏକ ଘଟଣା ଘଟିଛି ନୟାଗଡ଼ା ଜିଲ୍ଲା ଶରଣକୂଳ ଥାନା ସିଙ୍ଗରପୁର ଗାଁରେ। ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ଚାଲିଛି ଝଡ଼ାଫୁଙ୍କା। ତେବେ ଦୀର୍ଘସମୟ ଧରି ଝଡ଼ାଫୁଙ୍କା ଚାଲିବା ପରେ ଏବଂ ପୋଲିସ୍‌ ପହଞ୍ଚି ବୁଝାସୁଝା କରିବା ପରେ ପୂଜାର୍ଚ୍ଚନାରେ ପଡ଼ିଲା ଯବନିକା। ସୋମବାର ସକାଳେ ମୃତଦେହକୁ ସତ୍କାର କରାଯାଇଥିବା ଜଣାଯାପଡ଼ିଛି।

ସୂଚନାଯୋଗ୍ୟ, ଗାଁର ରବି ନାହାକ ୨ ଦିନ ତଳେ ଦଣ୍ଡରେ ମିଶିଥିବା ବେଳେ କୌଣସି କାରଣରୁ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ଚିକିତ୍ସା କରିବା ପାଇଁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲାଃ ହେଲେ ଡାକ୍ତର ମେଡିକାଲରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ଶବଦାହ ପାଇଁ ମୃତଦେହ ମଶାଣିକୁ ନିଆଯାଇଥିଲା। ମାତ୍ର ଗାଁ ଲୋକେ ତାଙ୍କ ଦେହରେ ଭଗବାନ ଥିବା କହି ରାତି ତମାମ ପୂଜାର୍ଚ୍ଚନା କରିଥିଲେ। ମୃତଦେହକୁ ବଞ୍ଚାଇବାକୁ ତା’ଉପରେ ଗରା ଗରା ପାଣି ଢାଳିଥିଲେ। ନାମ ସଂକୀର୍ତ୍ତନ ବି କରାଯାଇଥିଲା। ଖବର ପାଇ ଶରଣକୂଳ ଥାନା ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ଲୋକମାନେ ବୁଝିଥିଲେ। ଏବଂ ରାତିସାରା ଚାଲିଥିବା ପୂଜାର୍ଚ୍ଚନା ଫେଲ୍‌ ମାରିବା ପରେ ଆଜି ସକାଳେ ମୃତଦେହକୁ ସତ୍କାର କରାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ