ମହାରାଷ୍ଟ୍ର ଗୃହ ମନ୍ତ୍ରୀଙ୍କୁ ବଡ଼ ଝଟକା: ସିବିଆଇ ତଦନ୍ତ ନିର୍ଦେଶ


ମହାରାଷ୍ଟ୍ର ଗୃହ ମନ୍ତ୍ରୀ ଅନୀଲ ଦେଶମୁଖ (ଫାଇଲ ଫଟୋ)
ମହାରାଷ୍ଟ୍ର ଗୃହ ମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ସିବିଆଇ ତଦନ୍ତ ପାଇଁ ବମ୍ବେ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ୧୫ ଦିନ ଭିତରେ ସିବିଆଇ ତଦନ୍ତ ଆରମ୍ଭ କରିବା ସହ ଦରକାର କଡ଼ିଲେ ଥାନାରେ ଏତଲା କରିବା ପାଇଁ ସିବିଆଇ ନିର୍ଦେଶକଙ୍କୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ଡ. ଜୟଶ୍ରୀ ପାଟିଲ ନାମକ ଜଣେ ପିଟିସନରଙ୍କ ପିଟିସନ ଅଧାରରେ ହାଇକୋର୍ଟ ଏହି ଗୁରୁତ୍ବପୂର୍ଣ୍ଣ ନିର୍ଦେଶ ଦେଇଛନ୍ତି। ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ ଗୃହମନ୍ତ୍ରୀ ଦେଶମୁଖଙ୍କ ବିରୋଧରେ ଅନେକ ପ୍ରକାର ଦୁର୍ନୀତି ଅଭିଯୋଗ ଆଣି ବି ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସେତେବେଳେ ବମ୍ବେ ହାଇକୋର୍ଟ ତାଙ୍କୁ କାହିଁକି ଥାନାରେ ଏତଲା କରିନ କହି ଭର୍ତ୍ସନା କରିଥିଲେ।

ସିବିଆଇ ତଦନ୍ତ ପାଇଁ ନିର୍ଦେଶ ଦେବା ପରେ ମହା ବିକାଶ ଆଘାଡୀ ସରକାର ପ୍ରତି ବିପଦ ସୃଷ୍ଟି ହୋଇଛି। ଦେଶମୁଖ ମିଳିତ ସରକାରର ଏନସିପିରୁ ପ୍ରତିନିଧିତ୍ବ କରୁଥିବାରୁ ଏହା ସରକାରଙ୍କ ପାଇଁ ଅଧିକ ଜଟିଳ ସମସ୍ୟା ହେବା ଆଶଙ୍କା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଏନସିପି ସୁପ୍ରିମୋ ଶରଦ ପାୱାର ମିଳିତ ଭାବେ ଏହା ଉପରେ କି ନିଷ୍ପତ୍ତି ନେବେ, ତାହାକୁ ଏବେ ଅପେକ୍ଷା ରହିଛି। ଜଣେ ମନ୍ତ୍ରୀଙ୍କ ବିରୋଧରେ ଯଦି ଥାନାରେ ଏତଲା ରୁଜୁ ହୁଏ, ତାହେଲେ ସେ ମନ୍ତ୍ରିପରିଷଦରୁ ଇସ୍ତଫା ଦେବାର ଯଥେଷ୍ଟ ସମ୍ଭାବନା ରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ