ବାଦ ବିବାଦ
ମମତାଙ୍କ ନନ୍ଦୀଗ୍ରାମ ବୁଥ୍ ସଂକ୍ରାନ୍ତ ଅଭିଯୋଗ ମିଥ୍ୟା: ନିର୍ବାଚନ କମିଶନ୍

ନନ୍ଦୀଗ୍ରାମ ବୁଥ୍ରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (ଫାଇଲ୍ ଫଟୋ)
ଏପ୍ରିଲ୍ ୧ ତାରିଖରେ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଅନ୍ତର୍ଗତ ବୋୟାଲ୍ ମତଦାନ କେନ୍ଦ୍ର ଜବରଦଖଲ ହୋଇଥିବା କଥା ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲେଖିଥିବା ପତ୍ରର ଉତ୍ତର ଦେଇ ନିର୍ବାଚନ କମିଶନ୍ କହିଛନ୍ତି ଯେ, ତାଙ୍କ ଅଭିଯୋଗର ସତ୍ୟତା ନାହିଁ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହସ୍ତଲିଖିତ ଅଭିଯୋଗ ତଥ୍ୟଗତ ଭାବେ ତ୍ରୁଟିପୂର୍ଣ୍ଣ ଏବଂ ଏଥିରେ କୌଣସି ଗୁରୁତ୍ୱ ନାହିଁ। ଏହା ଆଦର୍ଶ ଆଚରଣ ବିଧି ଓ ଜନ ପ୍ରତିନିଧି ଆଇନ ଉଲ୍ଲଂଘନ କରୁଛି ବୋଲି ନିର୍ବାଚନ କମିଶନ କହିଛନ୍ତି।
ମମତାଙ୍କ ଅଭିଯୋଗ ସଂକ୍ରାନ୍ତରେ ସ୍ପେସାଲ୍ ଅବ୍ଜରଭର୍ ଅଜୟ ନାୟକ (ଜେନେରାଲ୍) ଏବଂ ବିବେକ ଦୁବେ (ପୋଲିସ ) ନିର୍ବାଚନ କମିଶନ୍ଙ୍କୁ ଚୂଡ଼ାନ୍ତ ରିପୋର୍ଟ ଦେଇଥିଲେ। ସ୍ପେସାଲ୍ ଅବ୍ଜରଭର୍ ଏବଂ ବିଭିନ୍ନ ସ୍ତରରେ ଥିବା ଅଧିକାରୀଙ୍କ ରିପୋର୍ଟକୁ ଆଧାର କରି ନିର୍ବାଚନ କମିସନ୍ କହିଛନ୍ତି ଯେ ବାହାର ଲୋକ, ବନ୍ଧୁକ କିଂବା ଗୁଣ୍ଡାମାନେ ଉପରୋକ୍ତ ବୁଥ୍ ଜବର ଦଖଲ କରିଥିବା କଥା କୌଣସି ଠାରେ ଉଲ୍ଲେଖ ନାହିଁ। ନିର୍ବାଚନ କମିଶନ୍ ଆହୁରି ମଧ୍ୟ କହିଛନ୍ତି ଯେ ବୋୟାଲ୍ ମତଦାନ କେନ୍ଦ୍ରରେ ମୁତୟନ ହୋଇଥିବା ‘ବିଏସ୍ଏଫ୍’ ଯବାନଙ୍କ ବିରୋଧରେ ହୋଇଥିବା ଅଭିଯୋଗର ମଧ୍ୟ କୌଣସି ସତ୍ୟତା ନାହିଁ। ‘ବିଏସ୍ଏଫ୍’ ଯବାନମାନେ ବୁଥ୍ ଭିତରେ ପଶି ଲୋକମାନଙ୍କୁ ଭୋଟ୍ ଦେବାରୁ ବଞ୍ଚିତ କରାଇଥିଲେ ବୋଲି ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଥିଲେ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ