ଆତଙ୍କୀଙ୍କୁ ପାଣ୍ଠି ଯୋଗାଣ ନେଇ ୫ ହାଫିଜ୍ ସହଯୋଗୀଙ୍କୁ ଜେଲ୍


ହାଫିଜ୍ ସଈଦ (ଫାଇଲ୍ ଫଟୋ)
ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାର ମୁଖ୍ୟ କାର୍ପଟଦାର ତଥା ଜାତିସଂଘ ପକ୍ଷରୁ ଅନ୍ତର୍ଜାତୀୟ ଆତଙ୍କୀ ଘୋଷିତ ହୋଇଥିବା ପାକିସ୍ତାନ ଭିତ୍ତିକ ଆତଙ୍କୀ ହାଫିଜ୍ ସଈଦର ୫ ଜଣ ସହଯୋଗୀଙ୍କୁ ଏବେ ଜେଲ ଦଣ୍ଡାଦେଶ ହୋଇଛି। ଏହି ଜମାତ୍-ଉଦ୍-ଦାୱା )ଜେୟୁଡି) ମୁଖ୍ୟର ୫ ଜଣ ସହଯୋଗୀଙ୍କୁ ଆତଙ୍କବାଦୀମାନଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଦୋଷୀ ସାବ୍ୟସ୍ତ କରାଯିବା ସହ ୯ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ହୋଇଛି। ସେମାନଙ୍କ ମଧ୍ୟରୁ ୩ ଜଣ ଉମର୍ ବାହାଦର, ନସରୁଲ୍ଲାହ ଓ ସମିଉଲ୍ଲା ପ୍ରଥମ ଥର ପାଇଁ ଏପରି ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଲାହୋରର ଆଣ୍ଟି ଟେରରିଷ୍ଟ୍ କୋର୍ଟ (ଏଟିସି)ରେ ପଞ୍ଜାବ ପୋଲିସର କାଉଣ୍ଟର୍ ଟେରରିଜମ୍ ଡିପାର୍ଟମେଣ୍ଟ୍ (ସିଟିଡି) ପକ୍ଷରୁ ମାମଲା ରୁଜୁ କରାଯାଇଥିବା ବେଳେ ଏଟିସି ଏହା ଉପରେ ଶୁଣାଣୀ କରିଛନ୍ତି। ସେହିପରି ଅନ୍ୟ ଦୁଇ ଜେୟୁଡି ମୁଖ୍ୟପାତ୍ର ୟାହ୍ୟା ମୁଜାହିଦ୍ ଓ ବରିଷ୍ଠ ନେତା ପ୍ରଫେସର ତାଫର୍ ଇକବାଲ୍  ପୂର୍ବରୁ ଏକାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇସାରିଛନ୍ତି।

ଶନିବାର ଲାହୋରଢସ୍ଥଇତ ଏଟିସି ବିଚାରପତି ଏଜାଜ୍ ଅହମ୍ମଦ ବୁଟାର୍ ସେମାନଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଏହାଛଡ଼ା ବିଚାରପତି ହାଫିଜର ଭିଣୋଇ ହାଫିଜ୍ ଅବଦୁଲ୍ରହମାନ୍ ମକ୍କିକୁ ମଧ୍ୟ ଆତଙ୍କୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ୬ ମାସ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ଉପରୋକ୍ତ ଅଭିଯୁକ୍ତମାନଙ୍କୁ ଆତଙ୍କୀମାନଙ୍କୁ ପାଣ୍ଠି ଯୋଗାଉଥିବା ଅଭିଯୋଗରେ ସତ୍ୟତା ଥିବା ଜାଣିବାକୁ ପାଇବା ପରେ ଉପରୋକ୍ତ ଦଣ୍ଡ ବିଧାନ କରିଛନ୍ତି। ସେମାନେ ବିଭିନ୍ନ ସୂତ୍ରରୁ ଅର୍ଥ ଯୋଗାଡ଼ କରି ପ୍ରତିବନ୍ଧିତ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଇବା (ଏଲଇଟି)କୁ ଏହି ଅର୍ଥ ଯୋଗାଇ ଦେଉଥିଲେ। ଏହାଛଡ଼ା ଏହି ଆତଙ୍କୀମାନେ ଯୋଗାଡ଼ କରିଥିବା ସମସ୍ତ ପାଣ୍ଠିକୁ ସିଜ୍ କରିବାକୁ ବି ବିଚାରପତି ନିର୍ଦେଶ ଦେଇଛନ୍ତି। ଏହି ମାମଲାର ଶୁଣାଣି ବେଳେ ଜେୟୁଡି ଆତଙ୍କୀମାନେ କୋର୍ଟରେ ହାଜର ଥିଲେ। ତେଣୁ ସେମାନଙ୍କ ସକାଶେ କୋର୍ଟ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏପରିକି କୋର୍ଟ ନିକଟକୁ କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କୁ ବି ଛଡ଼ାଯାଇ ନ ଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ