ରିଅଲ୍ ସୋସିଏଡାଡକୁ କୋପା ଡେଲ୍ ରେ ଟାଇଟଲ୍


ଟ୍ରଫି ସହିତ ରିଅଲ୍ ସୋସିଏଡାଡ ଚାମ୍ପିଅନ୍ ଦଳ
୨୦୨୦ କୋପା ଡେଲ୍ ରେ ଫାଇନାଲରେ ଆଥଲେଟିକୋ ବିଲବାଓକୁ ୧-୦ ଗୋଲରେ ପରାସ୍ତ କରି ରିଅଲ୍ ସୋସିଏଡାଡ ଚାମ୍ପିଅନ୍ ହୋଇଛି। ଏଥିସହ ଦଳ ପାଖାପାଖି ୩୦ ବର୍ଷ ପରେ ଟାଇଟଲ୍ ହାସଲ କରିବାରେ ସକ୍ଷମ ହୋଇଛି। ଗତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ଖେଳାଯିବାକୁ ଥିଲେ ହେଁ କରୋନା ସଂକ୍ରମଣ କାରଣରୁ ଏହା ବନ୍ଦ ରହିଥିଲା। ତେବେ ଶନିବାର ଏହି ମ୍ୟାଚ୍ ଖେଳାଯାଇଥିବା ବେଳେ ବିଳମ୍ବିତ ଫାଇନାଲରେ ଏକମାତ୍ର ଗୋଲ୍ ମାଇକେଲ୍ ଓୟାରଜାବାଲ୍ ସ୍କୋର୍ କରିଥିଲେ। ଏହି ସ୍ପେନୀୟ ଷ୍ଟ୍ରାଇକର୍ ଜଣକ ମ୍ୟାଚର ୬୩ତମ ମିନିଟରେ ଦଳକୁ ମିଳିଥିବା ପେନାଲ୍ଟି କିକ ବଲକୁ ଗୋଲପୋଷ୍ଟର ଡାହାଣ ପଟ କୋଣ ଦେଇ ଭିତରେ ପ୍ରବେଶ କରାଇଥିଲେ।

ପ୍ରତିପକ୍ଷ ଖେଳାଳି ଇନିଗୋ ମାର୍ଟିନେଜ ରିଅଲ୍ ଖେଳାଳି ପର୍ତ୍ତୁ ପର୍ତ୍ତୁଗିଜଙ୍କୁ ଫାଉଲ୍ ମାରିବା ଫଳରେ ରିଅଲକୁ ଏହି ପେନାଲଟି କିକଟି ମିଳିଥିଲା। ମାର୍ଟିନେଜଙ୍କୁ ମ୍ୟାଚ୍ ପ୍ରାରମ୍ଭରୁ ରେଫରି ରେଡ୍ କାର୍ଡ ଦେଖାଇଥିଲେ ହେଁ ଭିଡିଓ ରେଫରାଲ୍ ମାଧ୍ୟମରେ ଏଥିରେ ସଂଶୋଧନ କରାଯାଇଥିଲା। ତେଣୁ ରେଫରି ତାଙ୍କୁ ଏଥର ହଳଦିଆ କାର୍ଡ ଦେଖାଇଥିଲେ। ଏହି ମ୍ୟାଚରେ ପରାସ୍ତ ହେବା ପରେ ଆଥଲେଟିକୋ ତା’ର ଶେଷ ୫ଟି କୋପା ଫାଇନାଲରେ ରନର୍ସଅପରେ ସନ୍ତୁଷ୍ଟ ରହିଛି। ଅବଶ୍ୟ କୋପା ଡେଲ୍ ରେ’ର ୨୦୨୧ ସଂସ୍କରଣର ଫାଇନାଲ୍ ଆସନ୍ତା ଏପ୍ରିଲ୍ ୧୭ ତାରିଖରେ ଖେଳାଯିବାକୁ ଥିବା ବେଳେ ଏଥିରେ ଆଥଲେଟିକୋ ତା’ର ପରାଜୟ ଧାରା ଭାଙ୍ଗିବାକୁ ସୁଯୋଗ ପାଇବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ