ବୁଲାବୁଲି
ଏପ୍ରିଲରେ ଏସବୁ ଫେଷ୍ଟିଭାଲର ମଜା ନିଅନ୍ତୁ

ପ୍ରତୀକାତ୍ମକ ଫଟୋ
ବିବିଧତା ମଧ୍ୟରେ ଏକତାର ପରିଚୟ ସୃଷ୍ଟି କରିଥିବା ଭାରତରେ ପ୍ରତ୍ୟେକ ଖୁସିକୁ ଏକ ପର୍ବ ରୂପରେ ପାଳନ କରାଯାଇଥାଏ। ଏପ୍ରିଲ ମାସ ଆରମ୍ଭ ହୋଇଯାଇଛି। ଏପ୍ରିଲ ମାସ ଅନେକ ଦୃଷ୍ଟିରୁ ସ୍ବତନ୍ତ୍ର। ଇଷ୍ଟରରୁ ଆରମ୍ଭ କରି ଟୁଲିପ ମହୋତ୍ସବ ପର୍ଯ୍ୟନ୍ତ ଏହି ମାସରେ ଅଲଗା ଅଲଗା ରାଜ୍ୟରେ ଅନେକ ପର୍ବ ପାଳନ କରାଯାଇଥାଏ। ଏପ୍ରିଲ ମାସରେ ଏସବୁ ମହୋତ୍ସବର ମଜା ନିଅନ୍ତୁ।
ଇଷ୍ଟର
ଖ୍ରୀଷ୍ଟିଆନ ଧର୍ମାବଲମ୍ବୀଙ୍କ ପାଇଁ ଇଷ୍ଟର ଏକ ପ୍ରମୁଖ ପର୍ବ। ଇଷ୍ଟରରେ ଯୀଶୁଖ୍ରୀଷ୍ଟଙ୍କ ପୁନର୍ଜୀବିତ ହେବାର ଖୁସି ପାଳନ କରାଯାଏ। ଖ୍ରୀଷ୍ଟିଆନ ଧର୍ମ ଅନୁସାରେ ଗୁଡ ଫ୍ରାଇଡେର ତୃତୀୟ ଦିନ ଭଗବାନ ଯୀଶୁ ପୁଣିଥରେ ଜୀବିତ ହୋଇଥାନ୍ତି। ଏହାକୁ ଖ୍ରୀଷ୍ଟଧର୍ମୀମାନେ ଇଷ୍ଟର ସଣ୍ଡେ ବୋଲି କହିଥାନ୍ତି। ୪ ଏପ୍ରିଲରେ ଇଷ୍ଟର ପଡ଼ିଛି।
ଟୁଲିପ ଫେଷ୍ଟିଭାଲ
କଶ୍ମୀରର ଟୁଲିପ ଗାର୍ଡେନ ଏସିଆର ସବୁଠାରୁ ବଡ଼ ଗାର୍ଡେନ। ଏହାକୁ ୩ଟି ସ୍ତରରେ ନିର୍ମାଣ କରାଯାଇଛି। ଏଠାରେ ପ୍ରତିବର୍ଷ କଶ୍ମୀର ଟୁରିଜିମ ବୋର୍ଡ ଦ୍ବାରା ଟୁଲିପ ଫେଷ୍ଟିଭାଲର ଆୟୋଜନ କରାଯାଏ। ଏହି ସମୟରେ ୪୬ ପ୍ରକାରର ଟୁଲିପ ଦେଖିପାରିବେ। ଖରାଦିନର ଆରମ୍ଭ ସହିତ ଏହି ମହୋତ୍ସବ ଆରମ୍ଭ ହୋଇଯାଏ। ଏହି ପର୍ବର ଆୟୋଜନ ୧ ଏପ୍ରିଲରୁ ୩୦ ଏପ୍ରିଲ ଯାଏ କରାଯିବ।
ବୈଶାଖୀ
ଶିଖ ଧର୍ମର ପ୍ରମୁଖ ପର୍ବ ମଧ୍ୟରେ ବୈଶାଖୀ ଅନ୍ୟତମ। ପଞ୍ଜାବର ଅମୃତସରରେ ପ୍ରତ୍ୟେକ ବର୍ଷ ବୈଶାଖ ମାସରେ ଏହି ପର୍ବ ପାଳନ କରାଯାଏ। ଏହି ଦିନ ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କରିଥାନ୍ତି। ଏହି ଦିନ ଶିଖ ଧର୍ମର ଅନ୍ତିମ ଗୁରୁ ଗୋବିନ୍ଦ ସିଂ ଖାଲସା ରୂପରେ ଶିଖମାନଙ୍କୁ ସଂଗଠିତ କରିଥିଲେ। ୧୩ ଏପ୍ରିଲରେ ଏହି ପର୍ବ ପାଳନ ହେବାକୁ ଯାଉଛି।
ବିହୁ
ଆସାମର ଲୋକପ୍ରିୟ ପର୍ବ ମଧ୍ୟରେ ବିହୁ ଅନ୍ୟତମ। ପ୍ରଥମ ଫସଲକୁ ଆସାମର ଲୋକେ ନିଜ ଦେବତା ଶବରାଇଙ୍କୁ ଅର୍ପଣ କରିଥାନ୍ତି। ନୂଆ ବର୍ଷର ପ୍ରଥମ ଫସଲ ପାଚିବା ଖୁସିରେ ଏହି ପର୍ବ ପାଳନ କରାଯାଏ। ଏହା ୭ ଦିନ ଧରି ଚାଲେ। ଏହା ବିହୋଗ ବିହୁ ନାମରେ ମଧ୍ୟ ଜଣାଶୁଣା। ଏହି ଦିନ ଆସାମର ଲୋଗଗୀତ ଓ ଲୋକନୃତ୍ୟର ମଧ୍ୟ ଆୟୋଜନ କରାଯାଏ। ଆସାମ ବ୍ୟତୀତ ପଞ୍ଜାବ, କେରଳ, ତାମିଲନାଡ଼ୁରେ ଅଲଗା ଅଲଗା ନାମରେ ଏହି ପର୍ବ ପାଳନ କରାଯାଏ। ୧୫ ରୁ ୨୧ ତାରିଖ ଯାଏ ବିହୁ ପର୍ବ ପାଳନ ହେବାକୁ ଯାଉଛି।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ