ପ୍ରିୟଙ୍କାଙ୍କ ମହଙ୍ଗା ୟେଲୋ ଡ୍ରେସ


ୟେଲୋ ଡ୍ରେସରେ ପ୍ରିୟଙ୍କା
ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନସ ନିଜ ଲୁକ ନେଇ ସବୁବେଳେ ଚର୍ଚ୍ଚାରେ। ନିକଟରେ ସେ ତାଙ୍କ ଇନଷ୍ଟାଗ୍ରାମରେ ୟେଲୋ ରଙ୍ଗର ଡ୍ରେସରେ ଏକ ସୁନ୍ଦର ଫଟୋ ଶେୟାର କରିଥିଲେ। ଏହା ସୋସାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ପ୍ରଶଂସକମାନେ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି। ମାତ୍ର କିଛି ଦିନ ମଧ୍ୟରେ ପ୍ରିୟଙ୍କାଙ୍କ ଏହି ଫଟୋକୁ ୧୭ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ପସନ୍ଦ କରିଛନ୍ତି।

ଫଟୋ ଶେୟାର କରି ପ୍ରିୟଙ୍କା ଲେଖିଛନ୍ତି ଯେ ସୂର୍ଯ୍ୟଙ୍କ କିରଣ ଏବେ କିଛି ଅଲଗା ପ୍ରକାରର ପ୍ରଭାବ ପକାଉଛି। ସେ ଏହି ଫଟୋରେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ବଜାରରେ ଏହି ୟେଲୋ ୱାନପିସ ଡ୍ରେସର ମୂଲ୍ୟ ୪ ଲକ୍ଷ ଟଙ୍କା। ସେଲିବ୍ରିଟିମାନେ ମଧ୍ୟ ପ୍ରିୟଙ୍କାଙ୍କ ଫଟୋ ଉପରେ ପ୍ରତିକ୍ରିୟା ଦେଇ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି।

ଏହି ଫଟୋ ଉପରେ ଜଣେ ପ୍ରଶଂସକ କମେଣ୍ଟ ଦେଇ ଲେଖିଛନ୍ତି ତୁମ ହସ ହିଁ ତୁମର ପରିଚୟ। ଅନ୍ୟଜଣେ ଲେଖିଛନ୍ତି ଏହି ଡ୍ରେସ ତୁମକୁ ଖୁବ ମାନୁଛି। ସେହିପରି ଅନ୍ୟଜଣେ ଲେଖିଛନ୍ତି ତୁମ ଉପରେ କାହାରି ନଜର ନ ଲାଗୁ। ସୂଚନାଯୋଗ୍ୟ ଯେ ନିକଟରେ ପ୍ରିୟଙ୍କା ଆମେରିକାରେ ସୋନା ନାମରେ ଏକ ରେସ୍ତୋରାଁ ଖୋଲିଛନ୍ତି। ଏଠାରେ ଦେଶୀ ଖାଦ୍ୟ ପରଷା ଯାଉଛି। ସମସ୍ତଙ୍କୁ ହୃଦୟରୁ ସ୍ବାଗତ ବୋଲି ପ୍ରିୟଙ୍କା ଲେଖିବା ସହିତ ରେସ୍ତୋରାଁର କେତେକ ଫଟୋ ମଧ୍ୟ ଶେୟାର କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ