ଶ୍ରୀଦେବୀଙ୍କୁ ଟକ୍କର ଦେବାକୁ ସଜବାଜ ଶ୍ରଦ୍ଧା


ଶ୍ରଦ୍ଧା କପୁର ଓ ଶ୍ରୀଦେବୀ
ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ସବୁବେଳେ ଫିଲ୍ମ ମାଧ୍ୟମରେ ଲୋକଙ୍କ ମନୋରଞ୍ଜନ କରୁଥିବା ନଜର ଆସିଥାନ୍ତି। ପୁଣିଥରେ ଶ୍ରଦ୍ଧା ତାଙ୍କ ନୂଆ ସିନେମା ନେଇ ଆସୁଛନ୍ତି। ଇନଷ୍ଟାଗ୍ରାମ ପୋଷ୍ଟରେ ଶ୍ରଦ୍ଧା ତାଙ୍କର ନୂଆ ସିନେମା ସମ୍ପର୍କରେ ଘୋଷଣା କରିଛନ୍ତି।

ଶ୍ରଦ୍ଧା ଖୁବଶୀଘ୍ର ଚାଲବାଜ ହୋଇ ଦର୍ଶକଙ୍କ ହୃଦୟ ଚୋରି କରିବେ। ଶନିବାର ଶ୍ରଦ୍ଧା ତାଙ୍କର ନୂଆ ସିନେମାର ଘୋଷଣା କରି କ୍ୟାପସନରେ ଲେଖିଛନ୍ତି ‘ଚାଲବାଜ ଇନ ଲଣ୍ଡନ’। ଏଥିପାଇଁ ସେ ବହୁତ ଉତ୍ସାହିତ ଅଛନ୍ତି। ପଙ୍କଜ ପରାଶର ଏହି ସିନେମାରେ ନିର୍ଦେଶନା ଦେବାକୁ ଥିବାବେଳେ ଭୂଷଣ କୁମାର, କୃଷ୍ଣ କୁମାର, ଅହମଦ ଖାନ ଓ ଶାୟରା ଖାନ ଏହାର ପ୍ରଯୋଜନା କରିବେ ବୋଲି ଶ୍ରଦ୍ଧା ଲେଖିଛନ୍ତି।

ସୂଚନାଯୋଗ୍ୟ ଯେ ୧୯୮୯ରେ ରିଲିଜ ହୋଇଥିବା ଶ୍ରୀଦେବୀଙ୍କ ଡବଲ ରୋଲର ସିନେମା ‘ଚାଲବାଜ’ର ଏହା ରିମେକ। ଏହି ସିନେମାରେ ଶ୍ରୀଦେବୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିବାବେଳେ ଜାଆଁଳା ଭଉଣୀ ଚରିତ୍ରରେ ନଜର ଆସିଥିଲେ। ଏହି ସିନେମା ସୁପରହିଟ ହୋଇଥିଲା। କେବଳ ସେତିକି ନୁହେଁ, ଏହି ସିନେମା ପାଇଁ ଶ୍ରୀଦେବୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିଲା। ଏହାର ନିର୍ଦେଶନା ମଧ୍ୟ ପଙ୍କଜ ପରାଶର ଦେଇଥିଲେ। ତେବେ ଶ୍ରୀଦେବୀଙ୍କୁ ଶ୍ରଦ୍ଧା ଟକ୍କର ଦେଇ ପାରୁଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ