‘ବେଟା’କୁ ୨୯ ପୂରିଲା


ଅନୀଲ କପୁର ଓ ମାଧୁରୀ ଦୀକ୍ଷିତ
ଅନୀଲ କପୁର ଓ ମାଧୁରୀ ଦୀକ୍ଷିତ ବଲିଉଡର ନିପୁଣ କଳାକାରଙ୍କ ମଧ୍ୟରେ ଅନ୍ୟତମ। ଅନେକ ସିନେମାରେ ଉଭୟଙ୍କୁ ଏକାଠି ଦର୍ଶକ ଦେଖିବାକୁ ପାଇଛନ୍ତି। ଏହି ଯୋଡ଼ିକୁ ଦର୍ଶକ ଖୁବ ପସନ୍ଦ କରୁଥିଲେ। ଏହି ଯୋଡ଼ିଙ୍କ ଅଭିନୀତ ୧୯୯୨ରେ ରିଲିଜ ହୋଇଥିବା ସିନେମା ‘ବେଟା’ ୪ ଏପ୍ରିଲରେ ୨୯ ବର୍ଷ ପୂରା କରିଛନ୍ତି। ଏହି ବିଶେଷ ଅବସରରେ ଅନୀଲ ତାଙ୍କ ସୋସାଲ ମିଡିଆ ଆକାଉଣ୍ଟରେ ଏକ ପୁରୁଣା ଫଟୋ ଶେୟାର କରିଛନ୍ତି। ମାଧୁରୀ ମଧ୍ୟ ଏହି ଫଟୋକୁ ନିଜ ସୋସାଲ ମିଡିଆରେ ରିପୋଷ୍ଟ କରିଛନ୍ତି।

ଅନୀଲ ଶେୟାର କରିଥିବା ଏହି ଫଟୋରେ ଉଭୟେ ହାତରେ ଟ୍ରଫି ଧରିଛନ୍ତି। ‘ବେଟା’ ସିନେମା ପାଇଁ ଉଭୟଙ୍କୁ ଯଥାକ୍ରମେ ଶ୍ରେଷ୍ଠ ଅଭିନେତା ଓ ଶ୍ରେଷ୍ଠ ଅଭିନେତ୍ରୀର ଫିଲ୍ମଫେୟାର ପୁରସ୍କାର ମିଳିଥିଲା। ଅନୀଲ ଏହି ଫଟୋକୁ ମାଧୁରୀଙ୍କ ସହ ଟ୍ୟାଗ କରିଛନ୍ତି। ‘ବେଟା’ ସିନେମାରେ ଅନୀଲ-ମାଧୁରୀଙ୍କ ଜବରଦସ୍ତ  କେମେଷ୍ଟ୍ରୀ ଦେଖିବାକୁ ମିଳିଥିଲା। ଏହି ଫିଲ୍ମର ଗୀତ ‘ଧକ ଧକ କରନେ ଲଗା’ ସୁପରହିଟ ହୋଇଥିଲା। ଏହି ଗୀତ ଯୋଗୁଁ ହିଁ ମାଧୁରୀଙ୍କୁ ଧକ ଧକ ଗାର୍ଲ ଟ୍ୟାଗ ମିଳିଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ