ଖରାଦିନେ ଡାଏଟରେ ସାମିଲ କରନ୍ତୁ ଏସବୁ


ପ୍ରତୀକାତ୍ମକ ଫଟୋ
ତାପମାତ୍ରା ବଢ଼ିବା ସହିତ ଅସହ୍ୟ ଖରା ଆରମ୍ଭ ହୋଇଗଲାଣି। ଖରାଦିନେ ହିଟ ଷ୍ଟ୍ରୋକ ବା ଲୁ ଲାଗିବା, ଡିହାଇଡ୍ରେସନ, ଜଣ୍ଡିସ, ସନ ବର୍ଣ୍ଣ, ଏସିଡିଟି, ବଦହଜମି, ଫୁଡ ପଏଜନିଂ, ଟାଇଫଏଡ ଭଳି ରୋଗ ସାଧାରଣ କଥା। ଏଥିସହିତ ଖରାଦିନେ ଆଇସକ୍ରିମ, କୋଲ୍ଡ ଡ୍ରିଙ୍କସ, ଥଣ୍ଡାପାଣି ଆଦି ସେବନ କରିବାକୁ ମନ ହୋଇଥାଏ। ଏଥିରୁ ଦୂରେଇ ରହିବା ଉଚିତ। ନଚେତ ଆପଣଙ୍କ ସ୍ବାସ୍ଥ୍ୟ ଖରାପ ହୋଇପାରେ। ତେଣୁ ଡାଏଟରେ କିଛିଟା ପରିବର୍ତ୍ତନ କରିବା ଜରୁରୀ।

ତରଭୁଜ
ତରଭୁଜ ଖରାଦିନ ପାଇଁ ସବୁଠାରୁ ଉତ୍ତମ ଫଳ। କାରଣ ଏଥିରେ ୯୨ରୁ ୯୩ ପ୍ରତିଶତ ଜଳ ରହିଛି। ଏହି ଫଳ ଖାଇବା ପରେ ଶୋଷ ଲାଗି ନ ଥାଏ ଓ ଶରୀରରେ ପାଣିର ଅଭାବ ହୋଇ ନ ଥାଏ। ଏହା ଶରୀରକୁ ଭିତରୁ ଥଣ୍ଡା ରଖେ।

ଟମାଟୋ
ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ ସି ଓ ଲାଇକୋପିନରେ ଭରପୂର ଟମାଟୋ ତ୍ବଚା ପାଇଁ ଉତ୍ତମ। ସୂର୍ଯ୍ୟ କିରଣ ଯୋଗୁ ତ୍ବଚାକୁ ହେଉଥିବା କ୍ଷତିରୁ ଟମାଟୋ ରକ୍ଷା କରିଥାଏ। ଟମାଟୋକୁ ସାଲାଡ, ରାଇତା, ସାଣ୍ଡୱିଚରେ ମଧ୍ୟ ଖାଇପାରିବେ।

ଆମ୍ବ ପଣା
ଖରାଦିନେ କେବଳ ପାଚିଲା ଆମ୍ବ ନୁହେଁ, କଞ୍ଚା ଆମ୍ବ ପଣା ମଧ୍ୟ ସେବନ କରିପାରିବେ। ଏହା ଲୁ ଦାଉରୁ ରକ୍ଷାକରିଥାଏ।

ବେଲ ପଣା
କଞ୍ଚାଆମ୍ବ ଭଳି ବେଲ ଲୁ ଲାଗିବାରୁ ରକ୍ଷା କରିଥାଏ। ଖରାଦିନେ ବେଲ ସରବତ ବହୁତ ଲାଭଦାୟକ।

ଛାଛ
ଖରାଦିନେ ଝାଳ ଅଧିକ ବହିବା କାରଣରୁ ଶରୀରରେ ଇଲେକ୍ଟ୍ରୋଲାଇଟସ ବାଲାନ୍ସ ବିଗିଡ଼ି ଯାଏ। ଛାଛରେ ଦହି ବ୍ୟତୀତ ଲୁଣ ଓ ପାଣି ରହିଛି। ଏହା ଶରୀରରେ ଇଲେକ୍ଟ୍ରୋଲାଇଟସ ସନ୍ତୁଳନ ଠିକ ରଖିବାରେ ସାହାଯ୍ୟ କରେ। ଏହା ଶରୀରକୁ ଏନର୍ଜି ଦେବା ସହିତ ଥକା ଲାଗିବାରୁ ରକ୍ଷା କରିଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ