ଯୁବ ଜଗତ
ଏଭଳି ପାର୍ଟନରଙ୍କୁ ବିବାହ କରିବାକୁ କହନ୍ତୁ ନା

ପ୍ରତୀକାତ୍ମକ ଫଟୋ
ଝିଅ ହେଉ ବା ପୁଅ, ସମସ୍ତେ ନିଜ ପାଇଁ ବିଶ୍ବସ୍ତ, ଯତ୍ନବାନ ଓ ବହୁତ ଭଲ ପାଉଥିବା ଜୀବନସାଥୀ ଚାହାନ୍ତି। ସାରା ଜୀବନ ଏକାଠି ରହିବା ପାଇଁ ଏକ ଉତ୍ତମ ଜୀବନସାଥୀ ମିଳିବା ବହୁତ ଜରୁରୀ। ତେଣୁ ଜୀବନସାଥୀ ଚୟନ କରିବା ସମୟରେ ଆପଣଙ୍କୁ ବହୁତ ଭାବିଚିନ୍ତି ନିଷ୍ପତ୍ତି ନେବା ଉଚିତ। ଯଦି ଆପଣ ମଧ୍ୟ ବିବାହ କରିବାକୁ ଯାଉଛନ୍ତି, ତେବେ ପାର୍ଟନରଙ୍କ ଏସବୁ କଥାକୁ ଭଲ ଭାବେ ପରଖି ବିବାହ କରିବାକୁ ରାଜି ହୁଅନ୍ତୁ।
ବାରମ୍ବାର ରୋକିବା
ପାର୍ଟନର ପଜେସିଭ ହେବାରେ କିଛି ଅସୁବିଧା ନାହିଁ। କିନ୍ତୁ ଯଦି ପାର୍ଟନର ଫୋନ କରି କେଉଁଠି ଅଛନ୍ତି, କ’ଣ କରୁଛନ୍ତି, କାହା ସହିତ ଅଛନ୍ତି, କୁଆଡ଼େ ଯାଉଛନ୍ତି ପଚାରୁଛନ୍ତି ତେବେ ଏହା ଠିକ ନୁହେଁ। କାରଣ ଏପରି କରିବା ଦ୍ବାରା ବାହାଘର ପରେ ତାଙ୍କ ସନ୍ଦେହ ଆହୁରି ବଢ଼ିଯିବ। ଯଦି ପାର୍ଟନରଙ୍କ ଠାରେ ଏଭଳି ସଙ୍କେତ ଦେଖୁଛନ୍ତି, ତେବେ ବାହାଘର ପାଇଁ ହଁ କରିବା ପୂର୍ବରୁ ନିହାତି ଚିନ୍ତା କରନ୍ତୁ।
ବାହାଘର କଥାକୁ ଅଣଦେଖା କରିବା
ପାର୍ଟନର ଯଦି ବାହାଘର କଥାକୁ ଅଣଦେଖା କରୁଛନ୍ତି କିମ୍ବା ଘୁଞ୍ଚାଇ ଚାଲିଛନ୍ତି, ତେବେ ସେ ବାହାଘର ପାଇଁ ପ୍ରସ୍ତୁତ ନୁହନ୍ତି। ଯଦି ପାରିବାରିକ ସମସ୍ୟା ପାଇଁ ସେ ଏଭଳି କରୁଥାନ୍ତି, ତେବେ ଉଭୟେ ମିଶି ଏହାର ସମାଧାନର ରାସ୍ତା ବାହାର କରନ୍ତୁ। କିନ୍ତୁ ଯଦି ସେ ବାହାଘର କଥା ଉଠିଲେ ରାଗୁଛନ୍ତି ଓ ସେ କେବଳ ଆପଣଙ୍କୁ ବ୍ୟବହାର କରୁଛନ୍ତି ବୋଲି ଆପଣ ଭାବୁଛନ୍ତି, ତେବେ ଆପଣ ପରସ୍ପରଙ୍କ ଜୀବନସାଥୀ ହୋଇପାରିବେନି ବୋଲି ଏହା ସଙ୍କେତ ବୋଲି ବୁଝିନିଅନ୍ତୁ।
କମେଣ୍ଟ କରିବା
ଯଦି ଆପଣଙ୍କ ପାର୍ଟନର ଆପଣଙ୍କ ଲୁକ ଓ ବ୍ୟବହାରକୁ ନେଇ ବାରମ୍ବାର କମେଣ୍ଟ କରୁଛନ୍ତି, ତେବେ ବାହାଘର ପରେ ମଧ୍ୟ ତାଙ୍କର ଏହି ଅଭ୍ୟାସ ଯାଇ ନ ପାରେ। ଜଣେ ପରଫେକ୍ଟ ପାର୍ଟନର ଆପଣ ଯେମିତି ଠିକ ସେହି ଭାବେ ପସନ୍ଦ କରନ୍ତି। ଏହି ଅଭ୍ୟାସ ପାଇଁ ଚିନ୍ତିତ ଥିଲେ, ବାହାଘର ପୂର୍ବରୁ ନିହାତି ଚିନ୍ତା କରନ୍ତୁ।
ଉଭୟଙ୍କ ଅଲଗା ଚିନ୍ତାଧାରା
ଦୁଇ ଜଣଙ୍କ ଭାଷା, ରୀତିନୀତି ଅଲଗା ଅଲଗା ହୋଇପାରେ। ଉଭୟଙ୍କ ଚିନ୍ତାଧାରାରେ ଅନେକ ଅନ୍ତର ରହିପାରେ। ଯଦି ଆପଣ ଭାବୁଛନ୍ତି ଯେ ଆପଣଙ୍କ ପାର୍ଟନର ମେକଅପ, ବନ୍ଧୁ କିମ୍ବା କପଡ଼ାକୁ ନେଇ ବାରମ୍ବାର ରୋକୁଛନ୍ତି, ତେବେ ଆପଣଙ୍କ ସମ୍ପର୍କ ଭବିଷ୍ୟତରେ ଅସୁବିଧାରେ ପଡ଼ିପାରେ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ