ଉପଯୋଗୀ ଟିପ୍ସ
କିଚେନ ସିଙ୍କ ତଳେ ରଖନ୍ତୁନି ଏସବୁ ଜିନିଷ

ପ୍ରତୀକାତ୍ମକ ଫଟୋ
ଅଧିକାଂଶ ଲୋକେ କିଚେନ ସିଙ୍କ ତଳେ ଅନେକ ଜିନିଷ ରଖିଥାନ୍ତି। ଏହି ଅଭ୍ୟାସ ପାଇଁ ବହୁତ କିଛି କ୍ଷତି ସହିବାକୁ ପଡ଼ିଥାଏ। ଯଦି ଆପଣ ମଧ୍ୟ କିଚେନ ସିଙ୍କ ତଳେ ବହୁତ ଜିନିଷ ଷ୍ଟୋର କରୁଛନ୍ତି, ତେବେ ଏପରି ବିଲକୁଲ କରନ୍ତୁନି। ତେବେ ଚାଲନ୍ତୁ ଜାଣିବା କିଚେନ ସିଙ୍କ ତଳେ କେଉଁ କେଉଁ ଜିନିଷ ରଖିବା ଉଚିତ ନୁହେଁ।
କେମିକାଲ ପ୍ରଡକ୍ଟ
ଅଧିକାଂଶ ଲୋକ କିଚେନ ସିଙ୍କ ତଳେ ବ୍ଲିଚିଂ ପାଉଡର ଓ ଡ୍ରେନ କ୍ଲିନର ଭଳି ରାସାୟାନିକ ପ୍ରଡକ୍ଟ ରଖିଥାନ୍ତି। ଏହି ଅଭ୍ୟାସ ଆପଣଙ୍କ ପିଲାଙ୍କ ପାଇଁ କ୍ଷତିକାରକ ହୋଇପାରେ।
ଅଳିଆ ଆବର୍ଜନା
ଯେଉଁ ଜିନିଷ ବାରମ୍ବାର ବ୍ୟବହାର କରୁଛନ୍ତି, କିଚେନ ସିଙ୍କ ତଳେ ତାହା ହିଁ ରଖନ୍ତୁ। ଖାଲି ବୋତଲ, ଅବ୍ୟବହୃତ ଥାଳି ଭଳି ଆବର୍ଜନା ରଖନ୍ତୁନି। ଏହାଫଳରେ ଫାଲତୁ ଜିନିଷ ଜମା ହୋଇ ଆପଣଙ୍କୁ ଅଧିକ କାମ କରିବାକୁ ପଡ଼ିବ।
ତୈଳୀୟ ପଦାର୍ଥ
ଥିନର, ପେଣ୍ଟ, ଫର୍ଣ୍ଣିଚର ପଲିଶ ଭଳି ଅଗ୍ନିପ୍ରବଣ ଜିନିଷ ସିଙ୍କ ତଳେ ବିଲକୁଲ ରଖନ୍ତୁନି। ଏଭଳି ଜିନିଷରେ ଶୀଘ୍ର ନିଆଁ ଲାଗିବା ଆଶଙ୍କା ଅଧିକ ରହିଛି। ଏହା ଆପଣଙ୍କ ଓ ଆପଣଙ୍କ ପରିବାର ପାଇଁ ବିପଦପୂର୍ଣ୍ଣ ହୋଇପାରେ।
ଯନ୍ତ୍ରପାତି
ଅନେକ ସମୟରେ ସିଙ୍କରେ ପାଣି ଲିକ ହେଉଥିବା ସମସ୍ୟା ଶୁଣିବାକୁ ମିଳିଥାଏ। ଏହି ସମସ୍ୟା କିଚେନ ତଳେ ରଖାଯାଇଥିବା ଯନ୍ତ୍ରପାତିକୁ ଖରାପ କରିପାରେ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ