ଅପରାଧ
ସାରଦା ଚିଟଫଣ୍ଡ୍ ମାମଲାରେ ଟିଏମସି ନେତାଙ୍କ ୩ କୋଟି ଟଙ୍କାର ସମ୍ପତ୍ତି ଆଟାଚ୍

ପ୍ରତୀକାତ୍ମକ ଫଟୋ
ଶନିବାର ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ବହୁଚର୍ଚ୍ଚିତ ସାରଦା ଚିଟଫଣ୍ଡ୍ ମାମଲାରେ ଟିଏମସିର ୩ ଜଣ ନେତାଙ୍କ ପାଖାପାଖି ୩ ଶହ କୋଟି ଟଙ୍କାର ସମ୍ପତ୍ତି ଆଟାଚ୍ କରାଯାଇଛି। ଏହି ନେତାମାନେ ଟିଏମସି ମୁଖପାତ୍ର କୁନାଲ୍ ଘୋଷ, ସାଂସଦ ଶତାବ୍ଦୀ ରାୟ ଓ ଦେବଜାନୀ ମୁଖାର୍ଜୀ ହୋଇଥିବା ବେଳେ ସେମାନଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ପୂର୍ବରୁ ରୁଜୁ ହୋଇସାରିଛି। ଇଡି ପକ୍ଷରୁ ୩ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଆଟାଚ୍ କରାଯାଇଛି। କୁନାଲ୍ ଘୋଷ ପୂର୍ବତନ ରାଜ୍ୟସଭା ସାଂସଦ ହୋଇଥିବା ବେଳେ ସେ ସାରଦା ମିଡିଆ ଗ୍ରୁପର ସିଇଓ ଭାବେ କାର୍ଯ୍ୟ କରୁଥିଲେ। ସେହିପରି ଲୋକସଭା ସାଂସଦ ଶତାବ୍ଦୀ ସାରଦା ଚିଟଫଣ୍ଡ୍ ପାଇଁ ବ୍ରାଣ୍ଡ ଆମ୍ବାସାଡର୍ ଭୂମିକା ତୁଲାଇ ଆସୁଥିଲେ। ଏହାଛଡ଼ା ସାରଦା ଚିଟଫଣ୍ଡ୍ ମାମଲାରେ ଦେବଜାନୀ ମେସର୍ସ ସାରଦା ଗ୍ରୁପ୍ ଅଫ୍ କମ୍ପାନିଜର ନିର୍ଦେଶିକା ଭାବେ କାର୍ଯ୍ୟ କରୁଥିଲେ। ସାରଦା ଚିଟଫଣ୍ଡ୍ ମାମଲାରେ ଅଦ୍ୟାବଧି ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆଇନ (ପିଏମଏଲଏ)ରେ ପାଖାପାଖି ୬ ଶହ କୋଟି ଟଙ୍କାର ସମ୍ପତ୍ତି ଆଟାଚ୍ ହୋଇସାରିଛି।
ଶନିବାର ସମ୍ପତ୍ତି ଆଟାଚ୍ କରିବା ନେଇ ଇଡି ପକ୍ଷରୁ ଜାରି ଏକ ବିବ୍ତିରେ କୁହାଯାଇଛି ଯେ ଟିଏମସିର ପୂର୍ବତନ ରାଜ୍ୟସଭା ସାଂସଦ କୁନାଲ୍ ଘୋଷଳ ଟିଏମସିର ଲୋକସଭା ସାଂସଦ ଶତାବ୍ଦୀ ରୟ ଓ ଦେବଜାନୀଙ୍କ ୩ କୋଟି ଟଙ୍କାର ସମ୍ପତ୍ତିକୁ ଆଟାଚ୍ କରାଯାଇସାରିଛି। ଗତ ୨୦୧୩ରେ ଏହି ବହୁ କୋଟି ଟଙ୍କାର ଚିଟ୍ ଫଣ୍ଡ୍ ଦୁର୍ନୀତି ସାମ୍ନାକୁ ଆସିବା ପରେ ଇଡି ପକ୍ଷରୁ ମନି ଲଣ୍ଡରିଂ ମାମଲା ରୁଜୁ ହେବା ସହ ସେବେଠାରୁ ତଦନ୍ତ ଜାରି ରହିଛି। ସାରଦା ଗ୍ରୁପ୍ ଅଧିକ ସୁଧ ଲୋଭ ଦେଖାଇ ଏହାର ଏକାଧିକ ବେଆଇନ ସ୍କିମ ମାଧ୍ୟମରେ ହଜାର ହଜାର ଜମାକାରୀଙ୍କ କଷ୍ଟଲବ୍ଧ ଅର୍ଥ ହଡ଼ପ କରିଥିବା ବେଳେ ଏଥିରେ ଶାସକ ଟିଏମସିର ଅନେକ ବଡ଼ ବଡ଼ ନେତାଙ୍କର ପ୍ରତ୍ୟକ୍ଷ ଓ ପରୋକ୍ଷରେ ସଂପୃକ୍ତି ରହିଥିବା ଆଲୋଚନା ହୋଇଆସିଛି।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ