ୟୁଏସ କ୍ୟାପିଟଲରେ ପୋଲିସ ଅଫିସରଙ୍କୁ କାର ମଡ଼ାଇ ହତ୍ୟା


ପୋଲିସ ଅଫିସରଙ୍କୁ କାର ମଡାଇ ହତ୍ୟା କରିଥିବା ସ୍ଥାନର ଦୃଶ୍ୟ
ୟୁଏସ କ୍ୟାପିଟଲରେ ଶୁକ୍ରବାର ଜଣେ ବ୍ୟକ୍ତି ପୋଲିସ ଅଫିସରଙ୍କୁ କାର ମଡ଼ାଇ ହତ୍ୟା କରାଯାଇଛି। କାର ମଡ଼ାଇ ଜଣଙ୍କୁ ହତ୍ୟା କରିବା ପରେ ବ୍ୟକ୍ତି ଜଣକ ଛୁରିରେ ଆଉ ଜଣେ ପୋଲିସ ଅଫିସରକୁ ଆକ୍ରମଣ କରି ଗୁରୁତର କରିଛନ୍ତି। ମାତ୍ର ସେଠାରେ ଉପସ୍ଥିତ ଅନ୍ୟ ପୋଲିସ କର୍ମଚାରୀ ଆତଙ୍କ ଆତଙ୍କ ଖେଳାଉଥିବା ଏହି ବ୍ୟକ୍ତି ଜଣଙ୍କୁ ଗୁଳି ହତ୍ୟା କରିବା ଯୋଗୁ ସେ ଆଉ ବେଶି କିଛି କ୍ଷତି ଘଟାଇ ନାହିଁ। ମାତ୍ର ଜାନୁଆରୀ ୬ ତାରିଖର ଘଟଣା ପରେ ପ୍ରଥମ ଥର ପାଇଁ ୟୂଏସ କ୍ୟାପିଟଲରେ ରକ୍ତର ଛିଟା ଲାଗିଛି। ପରିସ୍ଥିତିକୁ ଦେଖ କ୍ୟାପିଟଲ ସିଟିକୁ ଲକଡାଉନ ଘୋଷଣା କରାଯାଇଛି।

ୟୁସଏ କ୍ୟାପିଟଲ ପୋଲିସ ମୁଖ୍ୟ ୟାଗନନ୍ଦା ପିଟମ୍ୟାନ କହିଛନ୍ତି ଯେ ଆକ୍ରମଣ ଭିଆଇଥିବା ବ୍ୟକ୍ତି ଜଣକ କାର୍ଯ୍ୟରତ ପୋଲିସ ଅଫିସର ଜଣଙ୍କ ଉପରେ କାର ମଡ଼ାଇ ଦେଇ ଗାଡ଼ିକୁ ନେଇ ଏକ ବ୍ୟାରିକେଡକୁ ଧକ୍କା ଦେଇଥିଲେ। ଏହାପରେ ଗାଡ଼ିରୁ ଓହ୍ଲାଇ ଛୁରିରେ ଆଉ ଜଣେ ପୋଲିସକୁ ବି ଆକ୍ରମଣ କରିଥିଲେ। ମାତ୍ର ସେଠାରେ ମୁତୟନ ପୋଲିସ ତାଙ୍କୁ ସଙ୍ଗେସଙ୍ଗେ ଗୁଳି କରେ ହତ୍ୟା କରିଛନ୍ତି। ମାତ୍ର ପୋଲିସ ଅଫିସର ଜଣଙ୍କ ନାମ ୱିଲଅମ ବିଲି। ସେ ୧୮ ବର୍ଷ ହେଲା ପୋଲିସ ବିଭାଗରେ କାର୍ଯ୍ୟ କରୁଥିଲେ। ତାଙ୍କର ଦୁଇ ଜଣ ସନ୍ତାନ ଅଛନ୍ତି। ଆଉ ଯେଉଁ ପୋଲିସ ଅଫିସର ଜଣକ ଛୁରିମାଡ଼ରେ ଆହତ ହୋଇଛନ୍ତି, ତାଙ୍କର ଜୀବନ ପ୍ରତି ବିପଦ ନାହିଁ। ପ୍ରାଥମିକ ତଦନ୍ତ ଅନୁସାରେ ଏହା କୌଣସି ଆତଙ୍କବାଦୀ କାର୍ଯ୍ୟ ନୁହେଁ ବୋଲି ଜଣାପଡ଼ିଛି। ଆକ୍ରମଣ କରିଥିବା ବ୍ୟକ୍ତିକୁ ଚିହ୍ନଟ କରାଯାଇ ସାରିଛି। ଏହା ଉପରେ ଅଧିକ ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ