ଝଲସିଲେ ଓଡ଼ିଆ ଝିଅ: ଇପସିତାଙ୍କୁ ଫେମିନା ମିସେସ ଇଣ୍ଡିଆ ପର୍ସନାଲିଟି ଟାଇଟଲ


ଇପସିତା ପ୍ରିୟଦର୍ଶିନୀ (ଫାଇଲ୍ ଫଟୋ)
ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର। ଜାତୀୟସ୍ତରର ସୁନ୍ଦରୀ ପ୍ରତିଯୋଗିତାରେ ଚମକିଲେ ଓଡ଼ିଆ ଝିଅ। ପ୍ରଥମ ଥର ପାଇଁ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ‘ଫେମିନା ମିସେସ ଇଣ୍ଡିଆ ୨୦୨୧’ ସୁନ୍ଦରୀ ପ୍ରତିଯୋଗିତାରେ କଟକର ଝିଅ ଇପସିତା ପ୍ରିୟଦର୍ଶିନୀ ଫେମିନା ମିସେସ ଇଣ୍ଡିଆ ପର୍ସନାଲିଟି ଟାଇଟଲ ଜିତିଛନ୍ତି। ଏଥସହ ସେ ପ୍ରତିଯୋଗିତାରେ ଚତୁର୍ଥ ସ୍ଥାନ ମଧ୍ୟ ହାସଲ କରିଛନ୍ତି। ଏଥିରେ ଭାରତର ବିଭିନ୍ନ ପ୍ରାନ୍ତରୁ ୨୦ ଜଣ ସୁନ୍ଦରୀ ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ।

ଫେମିନା ମିସେସ ଇଣ୍ଡିଆ ୨୦୨୧ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଇପସିତା କିଟର ପୁରାତନ ଛାତ୍ରୀ। ପେସାରେ ସେ ଜଣେ ସଫ୍ଟୱେର ଇଞ୍ଜିନିଅର। ତେବେ ମଡେଲିଂରେ ତାଙ୍କର ବେଶ ସଉକ। ଏହି ବହୁଚର୍ଚ୍ଚିତ ପ୍ରତିଯୋଗିତାରେ ଭାଗ ନେବା ପରଠାରୁ ତାଙ୍କର ସୁନ୍ଦର ନୟନଯୁଗଳକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଆସିଛି। ତେବେ ଫେମିନା ମିସେସ ଇଣ୍ଡିଆ ପର୍ସନାଲିଟି ଟାଇଟଲ ସହ ପ୍ରତିଯୋଗିତାରେ ଚତୁର୍ଥ ସ୍ଥାନ ଓଡ଼ିଶାର ଅନେକ ସୁନ୍ଦରୀ ପ୍ରତିଯୋଗିତା ଆଶାୟୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି।

ଏହା ପୂର୍ବରୁ ଇପସିତା ସୁପର ମଡେଲ ଇଣ୍ଡିଆ ୨୦୧୯ରେ ଦ୍ବିତୀୟ ରନର୍ସଅପ, ମିସ ଏଥନିକ ଓଡ଼ିଶା ୨୦୧୫ରେ ବିଜେତା, ଜି ଟିଭି ମିସ ଏଥନିକ ଇଣ୍ଡିଆ ୨୦୧୫ରେ ଶ୍ରେଷ୍ଠ ୫ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ରହିଥିଲେ। ଫେମିନା ମିସେସ ଇଣ୍ଡିଆ ୨୦୨୧ ପ୍ରତିଯୋଗିତାର ଆୟୋଜନ ୱାର୍ଲ୍ଡୱାଇଡ ମିଡିଆ ପ୍ରାଇଭେଟ ଲିମିଟେଡ କରିଥିବା ବେଳେ ଅନଲାଇନ ମାଧ୍ୟମରେ ସୁନ୍ଦରୀଙ୍କୁ ବଛାଯିବାର ଏକ ନିଆରା ପ୍ରୟାସ କରାଯାଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ