ଜାଣନ୍ତୁ ଭାଗ୍ୟଶ୍ରୀଙ୍କ ଗ୍ଲୋଇଙ୍ଗ ତ୍ବଚାର ରହସ୍ୟ


ଓଟସ ଫେସପ୍ୟାକ ଲଗାଉଛନ୍ତି ଭାଗ୍ୟଶ୍ରୀ
ଚମକଦାର ତ୍ବଚା କାହାକୁ ପସନ୍ଦ ନୁହେଁ। ଝିଅମାନେ ଗ୍ଲୋଇଙ୍ଗ ତ୍ବଚା ପାଇଁ ଅନେକ ପ୍ରକାରର ଫେସପ୍ୟାକ ଟ୍ରାଏ କରନ୍ତି। କିନ୍ତୁ ଚେହେରାର ଅସଲ ଗ୍ଲୋ ପ୍ରାକୃତିକ ଜିନିଷରୁ ମିଳିଥାଏ। ବଲିଉଡ ଅଭିନେତ୍ରୀ ଭାଗ୍ୟଶ୍ରୀ ଅଧିକାଂଶ ସମୟରେ ପ୍ରାକ୍‌ତିକ ଜିନିଷ ବ୍ୟବହାର କରି ନିଜ ତ୍ବଚାର ଯତ୍ନ ନେଇଥାନ୍ତି। ଏଥିରୁ ଗୋଟିଏ ହେଉଛି ଓଟସ ଫେସପ୍ୟାକ। ଏହା ତ୍ବଚାକୁ ବ୍ରଣ, ଦାଗ, ରିଙ୍କଲ୍ସ, ବ୍ଲାକହେଡସ ଆଦି ସମସ୍ୟା ଦୂର କରିଥାଏ।

କିପରି ତିଆରି କରିବେ
ଏକ ଗିନା ଓଟମିଲ, ୧ ଚାମଚ କ୍ଷୀର ଓ ୧ ଚାମଚ ମହୁକୁ ଭଲ ଭାବେ ମିଶାନ୍ତୁ। ପ୍ରଥମେ ଓଟସକୁ ପେଷି ଏହାର ପାଉଡର ତିଆରି କରନ୍ତୁ। ଏବେ ୧ ଚାମଚ ଓଟସ ପାଉଡରରେ ମହୁ ଓ କ୍ଷୀର ମିଶାଇ ଭଲ ଭାବେ ମିଶାଇ ପେଷ୍ଟ ତିଆରି କରନ୍ତୁ।

କିପରି ଲଗାଇବେ
ଓଟସ ତିଆରି ଫେସପ୍ୟାକକୁ ଚେହେରା ଓ ବେକମୁଣ୍ଡାରେ ଲଗାନ୍ତୁ। ଫେସପ୍ୟାକ ଶୁଖିଗଲା ଶୁଖିଗଲା ପରେ ହାଲୁକା ଭାବେ ରଗଡ଼ି ସ୍କ୍ରବ କରନ୍ତୁ। ଏବେ ପାଣିରେ ଭଲଭାବେ ଧୋଇ ଦିଅନ୍ତୁ।

ଓଟସରେ ମିଳିବ ଏହି ଫାଇଦା
ଓଟସ ଫେସପ୍ୟାକ ସ୍କିନ ଗ୍ଲୋ କରିବ, ତ୍ବଚା ସୁସ୍ଥ ରହିବ, ତ୍ବଚାର ଶୁଷ୍କପଣ ଦୂର ହେବା ସହିତ ଚେହେରାର ଡେଡ ସେଲ୍ସକୁ ନଷ୍ଟ କରିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ