ମାନବତାର ଉଦାହରଣ: ଗରିବଙ୍କ ପାଇଁ ଭଗବାନ ଡା.ନୁରୀ

ଚିକିତ୍ସା ପାଇଁ ନେଉଛନ୍ତି ମାତ୍ର ୧୦ ଟଙ୍କା

ଡା.ନୁରୀ ପରବୀନ
କୁହାଯାଏ ଭଗବାନ ସବୁ ସ୍ଥାନରେ ପହଞ୍ଚି ପାରି ନ ଥାନ୍ତି। ତେଣୁ ସେ ମା’ ଓ ଡାକ୍ତର ସୃଷ୍ଟି କରିଛନ୍ତି। ଯଦିଓ ଆଜିକାଲି ଡାକ୍ତରମାନେ ସେବା ବଦଳରେ ପେସା କରିଦେଇଛନ୍ତି। ଯେଉଁମାନେ ମାଗଣାରେ ଲୋକଙ୍କ ଚିକିତ୍ସା କରୁଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ଡା.ନୁରୀ ପରବୀନ। ଯିଏ ଚିକିତ୍ସା ନାମରେ କେବଳ ୧୦ ଟଙ୍କା ଫି’ ଚାର୍ଜ କରନ୍ତି। ଅନେକେ ମାଗଣା ଚିକିତ୍ସା ପାଇଁ ମନ ବଳାଉ ନ ଥିବାରୁ ସେ ଏହି ପାଉଣା ନେଉଥିବା କହିଛନ୍ତି।

ଡା.ନୁରୀ କିଏ
୨୮ ବର୍ଷୀୟା ଡା.ନୁରୀ ପରବୀନ ଆନ୍ଧ୍ର ପ୍ରଦେଶର କଡପ୍ପା ଜିଲାରେ ରହନ୍ତି। ଅନେକ ବର୍ଷରୁ ସେ ଲୋକଙ୍କୁ ମାଗଣାରେ ଚିକିତ୍ସା କରୁଛନ୍ତି। ମଧ୍ୟ ବର୍ଗୀୟ ପରିବାରରୁ ଆସିଥିବା ନୁରୀ ଏମବିବିଏସ ପାଠ ପଢ଼ିବା ପରେ ଲୋକଙ୍କ ସେବା କରିବାକୁ ନିଷ୍ପତ୍ତି ନେଇଥିଲେ। ପାଠ ପଢ଼ିବା ପାଇଁ ସେ ଅନେକ ବାଧାବିଘ୍ନର ସାମ୍ନା କରିଥିଲେ।

କଠିନ ପରିଶ୍ରମ କରି କରିଥିଲେ ଏମବିବିଏସ
ଡା.ନୁରୀ ମାତା-ପିତାଙ୍କୁ ତାଙ୍କ ପ୍ରେରଣା ବୋଲି ମାନନ୍ତି। ସେମାନେ କେବଳ ନୁରୀଙ୍କ ସ୍ବପ୍ନ ପୂରଣ କରିବାକୁ ସାଥ ଦେଇ ନ ଥିଲେ, ବରଂ ପ୍ରତ୍ୟେକ ପରିସ୍ଥିତିରେ ସାଙ୍ଗରେ ଠିଆ ହୋଇଥିଲେ। ଡା.ନୁରୀ କଡପ୍ପା ଜିଲାରେ କ୍ଲିନିକ ଖୋଲିଛନ୍ତି ବୋଲି ବାପା ମା’ଙ୍କୁ ଜଣାଇଥିଲେ। ଏ ସମ୍ପର୍କରେ ଜାଣିବା ପରେ ତାଙ୍କ ଝିଅଙ୍କ ଚିନ୍ତାଧାରା ଉପରେ ବାପା ମା’ ଗର୍ବ କରିଥିଲେ। ଆର୍ଥିକ ରୂପରେ ଦୁର୍ବଳ ଲୋକଙ୍କ ପାଇଁ ଡା.ନୁରୀ ଭଗବାନଙ୍କ ଠାରୁ କମ ନୁହନ୍ତି।

୨୦୧୦ରେ ଆରମ୍ଭ କରିଥିଲେ କ୍ଲିନିକ
ସେ ୨୦୧୦ରେ ପାଠ ପଢ଼ା ଶେଷ ପରେ ନିଜ କ୍ଲିନିକ ଖୋଲିଛନ୍ତି। ଆର୍ଥିକ ରୂପରେ ଦୁର୍ବଳ ଲୋକେ ପାଉଣା କାରଣରୁ ଚିକିତ୍ସା କରାଇପାରୁ ନ ଥିବା ସେ ଦେଖିବା ପରେ ୧୦ ଟଙ୍କା ପାଉଣା ନେବା ଆରମ୍ଭ କରିଦେଇଥିଲେ। ଲକଡାଉନ ସମୟରେ ମଧ୍ୟ ସେ ଲୋକଙ୍କ ସେବା କରିବା ବନ୍ଦ କରି ନ ଥିଲେ। ସାଧାରଣତଃ ଦିନରେ ତାଙ୍କ ପାଖକୁ ଅତିକମରେ ୩୦ରୁ ୪୦ ଜଣ ରୋଗୀ ଆସିଥାନ୍ତି, ଯାହାଙ୍କୁ କ୍ଲିନିକରେ ଭର୍ତ୍ତି କରିବା ଆବଶ୍ୟକ। ସେମାନଙ୍କଠାରୁ ଡା.ନୁରୀ ୫୦ ଟଙ୍କା ପାଉଣା ନେଇଥାନ୍ତି। ତାଙ୍କ କ୍ଲିନିକରେ ଏକ ଛୋଟ ଲ୍ୟାବ ଓ ଫାର୍ମାସି ସମେତ ଅନେକ ସୁବିଧା ରହିଛି।

କଲେଜ ସମୟରେ କରୁଥିଲେ ସାମାଜିକ କାମ
କେବଳ ଏତିକି ନୁହେଁ, ସେ କଲେଜରେ ପଢ଼ିବାବେଳେ ନିଜ ସାଙ୍ଗସାଥୀଙ୍କ ସହ ମିଶି ବୃଦ୍ଧାଶ୍ରମ ଓ ଅନାଥାଳୟରେ ଯାଇ ସାମାଜ ସେବା କରୁଥିଲେ। ଲୋକଙ୍କ ଚିକିତ୍ସା କରିବା ସହିତ ସେ ଏକ ଏନଜିଓ ମଧ୍ୟ ଚଳାଉଛନ୍ତି। କେବଳ ଏତିକି ନୁହେଁ ତାଙ୍କ ପିତା ଓ ଜେଜେ ମା’ ମଧ୍ୟ ଗରିବ ଲୋକଙ୍କୁ ସାହାଯ୍ୟ କରୁଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ