ଅପରାଧ
ସମ୍ପତ୍ତି ଲୋଭ କଲା ଶୈତାନ: ଭାଉଜର ଗଳା କାଟି ଦେଲା ଦିଅର

ମୃତଦେହ ମିଳିଥିବା ସ୍ଥାନରେ ଛାନ୍ଭିନ୍
ସାମାନ୍ୟ ସମ୍ପତ୍ତି ପାଇଁ ଜଣେ ମଣିଷ ପାଲଟି ଯାଇଛି ଶୈତାନ। ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଭାଉଜର ଗଳାକାଟି ହତ୍ୟା କରିଛି ଦିଅର। କଟକ ସହରର ଶିଖରପୁର ଉପର ସାହିରେ ଘଟିଛି ଏଭଳି ବୀଭତ୍ସ ହତ୍ୟାକାଣ୍ଡ। ଏହି ଘଟଣାରେ ଚାଉଳିଆଗଞ୍ଜ ପୋଲିସ୍ ଦିଅରକୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ମୃତଦେହକୁ ଜବତ କରିଛି। ମୃତକ ହେଉଛନ୍ତି କାମାକ୍ଷି ମହାନ୍ତି। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିଲେ ବି ପାରିବାରିକ ଜମିଜମା ବିବାଦ ହିଁ ମୁଖ୍ୟ କାରଣ ବୋଲି କୁହାଯାଉଛି।
ସୂଚନାଯୋଗ୍ୟ, କଟକ ଶିଖରପୁର ଉପରସାହିରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ଜଣଙ୍କ ହେଉଛନ୍ତି କାମାକ୍ଷି ମହାନ୍ତି। ତାଙ୍କ ଘର କଟକ ଜିଲ୍ଲା ଆଠଗଡ ବ୍ଲକ୍ କପୁରସିଂଘ ଗ୍ରାମର ହୋଇଥିବା ବେଳେ ସେ ଏଠାରେ ବିବାହ କରିଥିଲେ । ପୂର୍ବରୁ ସ୍ବାମୀଙ୍କର ମଧ୍ୟ ଦେହାନ୍ତ ହୋଇସାରିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ପହଞ୍ଚି ଅଧିକ ଛାନଭିନ୍ କରିବ। ଘଟଣା ସଂପର୍କରେ ସ୍ପଷ୍ଟ ସୂଚନା ମିଳିପାରିନାହିଁ। କିଏ ଏବଂ କାହିଁକି ମହିଳାଙ୍କୁ ହତ୍ୟା କରିଛି ତାହା ମଧ୍ୟ ସ୍ପଷ୍ଟ ଜଣାପଡ଼ିନାହିଁ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ