ପ୍ରତିଦିନ ଖାଆନ୍ତୁ ଖଜରା, ମିଳିବ ଏହି ଫାଇଦା


ଖଜରା (ଫାଇଲ୍ ଫଟୋ)
ସାଧାରଣତଃ ଲୋକେ ଚର୍ମକୁ ଫାଇଦା ମିଳିବା ପାଇଁ ଅନେକ ଉପାୟ ଅବଲମ୍ବନ କରିଥାନ୍ତି। ଏଥିପାଇଁ ବିଭିନ୍ନ ପ୍ରକାରର ଜିନିଷ ମଧ୍ୟ ଉପଯୋଗ କରିଥାନ୍ତି। ଚର୍ମକୁ ନେଇ ଚିନ୍ତାରେ ରହୁଥିବା ଲୋକେ ନିହାତି ଭାବେ ଖଜରା ଖାଇବା ଉଚିତ। ଚର୍ମ ବିଶେଷଜ୍ଞଙ୍କ କହିବାନୁସାରେ ପ୍ରତ୍ୟେକ ଦିନ ୫ଟି ଲେଖାଏଁ ଖଜରା ଖାଇବା ଫଳରେ ଅନେକ ଫାଇଦା ମିଳିଥାଏ। ଖଜରାରେ ଏଭଳି ପୋଷକ ତତ୍ତ୍ବ ରହିଛି, ଯାହା ସ୍ବାସ୍ଥ୍ୟ ସହିତ ସୌନ୍ଦର୍ଯ୍ୟ ବୃଦ୍ଧି କରିବା ଲାଗି ମଧ୍ୟ ସହାୟତା କରେ। ବିଶେଷଜ୍ଞଙ୍କ କହିବାନୁସାରେ ଆପଣ ଖଜରାକୁ ଖାଲିରେ କିମ୍ବା ସାଲାଡ଼, ଦହି, କ୍ଷୀର ଏବଂ ଡ୍ରାଏ ଫ୍ରୁଟ୍‌ ସହ ମିଶାଇ ଖାଇପାରିବେ। ଚାଲନ୍ତୁ ଜାଣିବା ଏହି ଉପକାରୀ ଖଜରାର ଫାଇଦା ସମ୍ପର୍କରେ।

  • ଖଜରା ଖାଇବା ଦ୍ବାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରିଯାଏ। ଯାହାଫଳରେ ଚେହେରର ଚମକ ବଢ଼ିଥାଏ।
  • ଖଜରାରେ ରହିଛି ପାଣ୍ଟୋଥେନିକ୍‌ ଏସିଡ୍। ଏହା ମୃତ କୋଷିକାକୁ ବାହାର କରି ଚର୍ମର ଚମକ ବଢ଼ାଇଥାଏ।
  • ଖଜରାରେ ଥିବା ଭିଟାମିନ୍‌ ସି ଚର୍ମକୁ ଟାଇଟ୍‌ କରେ। ଏହା ରିଙ୍କଲ୍ସରୁ ରକ୍ଷା କରିଥାଏ।
  • ଖଜରାରେ ରହିଛି ପ୍ରଚୁର ପରିମାଣର ଭିଟାମିନ୍‌ ବି। ଏହା ବ୍ରଣ ଏବଂ ଷ୍ଟ୍ରେଚ୍‌ ମାର୍କ ଦୂର କରେ।
  • ଖଜରାରେ ମଧ୍ୟ ପ୍ରଚୁର ପରିମାଣର ଜିଙ୍କ୍‌ ମହଜୁଦ ରହିଛି। ପ୍ରତ୍ୟେକ ଦିନ ଏହା ଖାଇବା ଫଳରେ କେଶ ଘନ ଏବଂ କଳା ହୋଇଥାଏ।
  • ଖଜରାରେ ଥିବା ଆଇରନ୍‌ ରକ୍ତ ପ୍ରବାହକୁ ଠିକ୍‌ କରିବା ସହ କେଶ ଝଡ଼ିବା ସମସ୍ୟା ଦୂର କରେ।
  • ଖଜରାରେ ରହିଛି ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟସ୍‌। ଏହା ଫ୍ରି ରାଡିକାଲ୍ସର ପ୍ରଭାବ କମ୍‌ କରେ। ଏହାଫଳରେ ବୟସ ବୃଦ୍ଧି ହେଲେ ମଧ୍ୟ ସୌନ୍ଦର୍ଯ୍ୟ ବଳବତ୍ତର ରହେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ