କାଲିଫର୍ଣ୍ଣିଆର ଏକ ଅଫିସରେ ଗୁଳିକାଣ୍ଡ: ୪ ମୃତ


ଗୁଳିକାଣ୍ଡ ପରର ଦୃଶ୍ୟ
ବୁଧବାର ସନ୍ଧ୍ୟାରେ କାଲିଫର୍ଣ୍ଣିଆର ଏକ ଅଫିସ କୋଠରୀରେ ଗୁଳିକାଣ୍ଡ ଘଟି ୪ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଥିବା ସୂଚନା ମିଳିଛି। ଗୁଳିକାଣ୍ଡରେ ଜଣେ ବ୍ୟକ୍ତି ଗୁରୁତର ଥିବା ଜଣାପଡ଼ିଛି। ବନ୍ଧୁକଧାରୀ ଆଉ ବେଶି କ୍ଷତି ଘଟାଇବା ପୂର୍ବରୁ ପୋଲିସ ତାକୁ ଗୁଳି କରି ଆହତ କରିବା ପରେ ଅଧିକ ଜୀବନହାନିକୁ ରୋକାଯାଇ ପାରିଛି। ମାତ୍ର ଗୁଳି କରିବା ପରେ ପୋଲିସ ଗୁଳିରେ ଆହତ ବ୍ୟକ୍ତିଜଣଙ୍କ ସମ୍ପର୍କରେ ବେଶି କିଛି ଜଣାପଡ଼ି ନାହିଁ।

ସୂଚନାନୁସାରେ ଲିଙ୍କନ ଆଭେନ୍ୟୁରେ ଥିବା ଅଫିସ କୋଠାର ଦ୍ବିତୀୟ ମହଲାରେ ବୁଧବାର ସନ୍ଧ୍ୟା ୫ଟା ୩୦ ସୁଦ୍ଧା ଗୁଳି ଶଦ୍ଦ ଶୁଭିଥିଲା। ଏହାପରେ ପୋଲିସ ତୁରନ୍ତ ଦ୍ବିତୀୟ ମହଲାରେ ପ୍ରବେଶ କରି କାଉଣ୍ଟର ଆଟାକ ପାଇଁ ଗୁଳି ଚଳାଇ ବନ୍ଧୁକଧାରୀକୁ ନିରସ୍ତ୍ର କରିଥିଲା। ମାତ୍ର ଏହି ଗୁଳିକାଣ୍ଡ ପଛର କାରଣ କ’ଣ ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇ ନ ଥିଲା ବେଳେ ଗୁଳିମାଡ଼ରେ ଆହତ ବନ୍ଧୁକଧାରୀକୁ ପୋଲିସ ହସ୍ପିଟାଲରେ ଭର୍ତ୍ତି କରିଛି। ସେ ସୁସ୍ଥ ହେବା ପରେ ଗୁଳିକାଣ୍ଡର କାରଣ ଜଣାପଡ଼ିବ ବୋଲି ଆଶା କରାଯାଉଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ