ଗରମରୁ ଆରାମ ପାଇବା ପାଇଁ ବୁଲନ୍ତୁ ଏସବୁ ସ୍ଥାନ


ପ୍ରତୀକାତ୍ମକ ଫଟୋ
ବୁଲିବା ସଉକ ଲାଗି ଲୋକେ କେଉଁଆଡ଼େ ବି ବୁଲିଯିବାକୁ ଯୋଜନା କରିନିଅନ୍ତି। ଏପ୍ରିଲ ମାସରେ ପ୍ରବଳ ଗରମ ଅନୁଭୂତ ହୋଇଥାଏ। ଏହି ସମୟରେ ପ୍ରଚଣ୍ଡ ଖରାରୁ ରକ୍ଷା ପାଇବା ଲାଗି ସମସ୍ତେ ଥଣ୍ଡା ସ୍ଥାନରେ ଭ୍ରମଣ କରିବାକୁ ଯୋଜନା କରିଥାନ୍ତି। ଏପରିସ୍ଥଳେ ଏପ୍ରିଲ ମାସରେ ବୁଲିବାକୁ ଯୋଜନା କରୁଛନ୍ତି ଯେ ଏଠାରେ ଭାରତର କେତେକ ସୁନ୍ଦର ସ୍ଥାନ ସମ୍ପର୍କରେ ସୂଚନା ଦିଆଯାଇଛି। ଏହା ଆପଣଙ୍କ ବଜେଟକୁ ମଧ୍ୟ ଏହା ସୁହାଇବ।

ମନାଲି
ସାଙ୍ଗ କିମ୍ବା ପାର୍ଟନରଙ୍କ ସହିତ ଛୁଟି ମନାଇବା ଲାଗି ମନାଲି ସର୍ବୋତ୍କୃଷ୍ଟ ସ୍ଥାନ। ନବବିବାହିତ ଦମ୍ପତିଙ୍କ ପାଇଁ ମଧ୍ୟ ଏହି ସ୍ଥାନ ଅତି ଉତ୍ତମ। ବ୍ୟାସ ନଦୀ ନିକଟରେ ପାଖାପାଖି ୬୨,୦୦୦ ଫୁଟ ଉଚ୍ଚରେ ଅବସ୍ଥିତ ଏହି ହିଲଷ୍ଟେସନ ମନାଲି। ମନାଲିରେ ପ୍ରାକୃତିକ ଦୃଶ୍ୟର ମଜା ନେଇପାରିବେ। ଏହାବ୍ୟତୀତ ଏଠାରେ ଅନେକଗୁଡ଼ିଏ ପ୍ରାଚୀନ ମନ୍ଦିର ମଧ୍ୟ ରହିଛି।

ଡଲହୌଜୀ
ପ୍ରକୃତି ପ୍ରେମୀଙ୍କ ପାଇଁ ଡଲହୌଜୀ ଯିବା ସବୁଠାରୁ ଭଲ। ଏଠାର ସୁନ୍ଦର ପରିବେଶ, ଝରଣା, ପାହାଡ଼ରେ ମଜା କରିବା ସହିତ ଆପଣ ଛୁଟିକୁ ବହୁତ ଭଲରେ କାଟିପାରିବେ। ଡଲହୌଜୀ ହିମାଚଳ ପ୍ରଦେଶର ଚମ୍ବା ଜିଲାରେ ପାହାଡ଼ଘେରା ଏକ ସୁନ୍ଦର ପର୍ଯ୍ୟଟନସ୍ଥଳୀ। ଏଥିସହିତ ବ୍ୟସ୍ତବହୁଳ ଜୀବନରେ ମସ୍ତିଷ୍କ ଓ ହୃଦୟକୁ ଆରାମ ଦେବା ଲାଗି ଡଲହୌଜୀ ସବୁଠାରୁ ଉତ୍ତମ ସ୍ଥାନ।

ନୈନିତାଲ

ଏପ୍ରିଲରେ ବୁଲିବା ତାଲିକାରେ ଆଗାମୀ ନାମ ରହିଛି ନୈନିତାଲ। ଏହା ଭାରତର ସୁନ୍ଦର ଓ ଦେବଭୂମି କୁହାଯାଉଥିବା ଉତ୍ତରାଖଣ୍ଡରେ ଅବସ୍ଥିତ ଏକ ସୁନ୍ଦର ପର୍ଯ୍ୟଟନସ୍ଥଳୀ। ବିଶେଷକରି ହନିମୁନ ମନାଇବା ପାଇଁ ପୂରା ଭାରତରେ ଏହା ଲୋକପ୍ରିୟ। ଏଠାରେ ଅନେକଗୁଡ଼ିଏ ଛୋଟବଡ଼ ହ୍ରଦ ରହିଛି। ଏହାକୁ ଲେକ ସିଟି ଅଫ ଇଣ୍ଡିଆ ବୋଲି ମଧ୍ୟ କୁହାଯାଏ। ନୈନିତାଲକୁ ପ୍ରତ୍ୟେକ ବର୍ଷ ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ଆସିଥାନ୍ତି।

ଗୁଲମାର୍ଗ

ଥଣ୍ଡା ପରିବେଶରେ ବୁଲିବା ପାଇଁ ଆପଣ ଗୁଲମାର୍ଗ ଯୋଜନା କରିପାରିବେ। ଏହା ଶ୍ରୀନଗରରୁ ପାଖାପାଖି ୫୦ କିମି ଦୂରରେ ଅବସ୍ଥିତ। ଏଠାରେ ବରଫରେ ଘୋଡ଼ାଇ ହୋଇ ରହିଥିବା ପାହାଡ଼ ଉପରେ ବୁଲିବା ପାଇଁ ବର୍ଷସାରା ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ। ଏହାର ସୌନ୍ଦର୍ଯ୍ୟ ପାଇଁ ଏହାକୁ ପୃଥିବୀର ସ୍ବର୍ଗ ବୋଲି ମଧ୍ୟ କୁହାଯାଏ। ଏହାବ୍ୟତୀତ ଏଠାରେ କିଛି ମାସ ହେଲା ଇଗଲୁ କ୍ୟାଫେ ଖୋଲିଛି। ଏହାକୁ ଲୋକେ ଖୁବ ପସନ୍ଦ କରୁଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ