ଖରାଦିନେ ସତେଜତା ଆଣିଦେବ ଫ୍ଲୋରାଲ ଲୁକ


ସାରାଙ୍କ ଫ୍ଲୋରାଲ ଲୁକ
ଆସିଗଲାଣି ଖରାଦିନ। ଏହି ସମୟରେ ଫ୍ୟାଶନ ନାମରେ ବହୁତ କିଛି ଟ୍ରାଏ କରାଯାଇପାରି ନ ଥାଏ। ଖରାଦିନେ ଯେତେ ହାଲୁକା ଓ ଇଜି ବ୍ରିଜି କପଡ଼ା ପିନ୍ଧାଯିବ, ସେତେ ସୁନ୍ଦର ଓ ଆରାମଦାୟକ ଲାଗିଥାଏ। ଫ୍ଲୋରାଲ ଲୁକ ଖରାଦିନେ ବହୁତ ଏଲିଗାଣ୍ଟ ହେବା ସହ ସତେଜତା ଅନୁଭବ କରାଏ। କିନ୍ତୁ ଅନେକ ସମୟରେ କପଡ଼ା ଚୟନ କରିବା କିଛି ଲୋକଙ୍କ ପାଇଁ ଅସହଜ ମନେହୁଏ। ତେବେ କେତେକ ବଲିଉଡ ଦିଭାଙ୍କ ଠାରୁ ନିଅନ୍ତୁ ଫ୍ଲୋରାଲ ଲୁକ ଆଇଡିଆ।

ସାରା ଅଲୀ ଖାନ
ମିନି ଫ୍ରକ ଡ୍ରେସରେ ସାରା ସୁନ୍ଦର ଦେଖାଯାଉଥିଲେ। ସାରା ଲାଇଟ ପିଙ୍କ ରଙ୍ଗର ମିନି ଫ୍ରକ ଡ୍ରେସରେ ବ୍ଲୁ ରଙ୍ଗର ଫ୍ଲୋରାଲ ପ୍ରିଣ୍ଟ ଡିଜାଇନ ଡ୍ରେସ ପିନ୍ଧିଥିଲେ। ଏହା ସହିତ ସେନେଲ ପ୍ୟାଣ୍ଟ ଓ ଛୋଟ ଷ୍ଟଡ ପିନ୍ଧିଥିଲେ। ଏହା ତାଙ୍କ ଲୁକକୁ ଭଲ ମାନୁଥିଲା। ସାଙ୍ଗମାନଙ୍କ ସହ ପିକନିକ ଗଲାବେଳେ ସାରାଙ୍କ ଏହି ଲୁକ ଟ୍ରାଏ କରିପାରିବେ।

ଅନନ୍ୟା ପାଣ୍ଡେ
ଅନନ୍ୟା ଫ୍ଲୋରାଲ ପ୍ରିଣ୍ଟଯୁକ୍ତ ଏହି ଡ୍ରେସରେ ବହୁତ କୁଲ ଓ ଷ୍ଟାଇଲିଶ ନଜର ଆସୁଥିଲେ। ଅନନ୍ୟା ଫ୍ଲୋରାଲ ପ୍ରିଣ୍ଟର ପେନସିଲ ସ୍କର୍ଟ, ବିକିନି ଟିପ ଓ ଜ୍ୟାକେଟ ପିନ୍ଧିଥିଲେ। ସ୍କାଏ ବ୍ଲୁ ରଙ୍ଗ ତାଙ୍କ ଲୁକକୁ ବହୁତ କୁଲ ଲୁକ ଦେଉଥିଲା।

ନୁଶରତ ଭରୁଚା
ନୁଶରତ ଭରୁଚା ବ୍ରାଉନ ରଙ୍ଗର ସେପ୍ରେଟର ଡ୍ରେସ ପିନ୍ଧିଥିଲେ। ଏହି ଡ୍ରେସରେ ଫ୍ଲୋରାଲ ପ୍ରିଣ୍ଟ ରହିଛି। ଲୋ ବ୍ୟାକ କଟଯୁକ୍ତ ଏହି ଡ୍ରେସରେ ନୁଶରତ ଭରୁଚା ବହୁତ ହଟ ଲୁକ ଦେଉଥିଲା। ଏଥିସହିତ ତାଙ୍କ ହେୟାରଷ୍ଟାଇଲ ତଙ୍କୁ ଖୁବ ୟୁନିକ ଲୁକ ଦେଉଥିଲା। ଏହି ଲୁକ ସହିତ ନୁଶରତ ନ୍ୟୁଡ ମେକଅପ ନେଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ