ସ୍ବାସ୍ଥ୍ୟ ସହିତ ତ୍ବଚା ଓ କେଶର ଯତ୍ନ ନିଏ ପୋଦିନା ତେଲ


ପ୍ରତୀକାତ୍ମକ ଫଟୋ
ପୋଦିନା ତେଲ ଏହି ଗଛର ପତ୍ରରୁ ବାହାର କରାଯାଏ। ଏହାଦ୍ବାରା ଅନେକ ପ୍ରକାରର ଶାରୀରିକ ସମସ୍ୟା ଦୂର ହୋଇଥାଏ। ଏହି କାରଣରୁ ଏହାର ବ୍ୟବହାର ଆୟୁର୍ବେଦିକ ଔଷଧରେ କରାଯାଏ। ପୋଦିନା ତେଲ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଏହି ତେଲ ସ୍ବାସ୍ଥ୍ୟ ସହିତ ତ୍ବଚା ଓ କେଶ ପାଇଁ ମଧ୍ୟ ଅନେକ ଫାଇଦା ପହଞ୍ଚାଇଥାଏ। ଏଥିରେ ଆଣ୍ଟିସେପ୍ଟିକ, ଆଣ୍ଟିଇନଫ୍ଲେମେଟୋରି ଓ ଆଣ୍ଟିମାଇକ୍ରୋବାଏଲ ଆଦି ଗୁଣ ରହିଛି। ଚାଲନ୍ତୁ ଜାଣିବା ଏହାର ଫାଇଦା ସମ୍ପର୍କରେ।

ଗଳା ଖରାପ ଦୂର କରେ
ପିପରମେଣ୍ଟରେ ମେନ୍ଥଲ ରହିଛି। ଏହା ଗଳା ଖସଖସ ଓ କାଶର ଉପଚାର କରିଥାଏ। ୨୦୧୫ରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ପିପରମେଣ୍ଟ ତେଲରେ ଆଣ୍ଟିବାୟୋଟିକ ଜେଣ୍ଟାମାଇସିନ ଭଳି ଜୀବାଣୁରୋଧୀ ଗୁଣ ରହିଛି। ପୋଦିନା ତେଲ ଲଗାଇବା ଦ୍ବାରା ଫୁଲା କମ କରିବା ଓ ଯନ୍ତ୍ରଣାରୁ ଆରାମ ମିଳିବାରେ ସାହାଯ୍ୟ ମିଳିପାରେ।

ମୁଣ୍ଡ ବିନ୍ଧାରୁ ଆରାମ ଦିଏ
ଅଧିକାଂଶ ଲୋକେ ମୁଣ୍ଡବିନ୍ଧା ହେଲେ ଔଷଧ ସେବନ କରିଥାନ୍ତି। କିନ୍ତୁ ପୋଦିନା ତେଲ ଏଥିରୁ ଆରାମ ଦେଇପାରେ। ଡା.ସାରା କ୍ରିଷ୍ଟଲ କହିଛନ୍ତି ଯେ ପିପରମେଣ୍ଟ ଅଏଲ ମୁଣ୍ଡ ବିନ୍ଧାରୁ ଆରାମ ଦେବାରେ ସାହାଯ୍ୟ କରୁଥିବା ତେଲ ମଧ୍ୟରେ ଅନ୍ୟତମ।

କେଶ କରେ ମଜବୁତ
ପିପରମେଣ୍ଟ ଅଏଲ କେଶ ଓ ମୁଣ୍ଡ ପାଇଁ ବହୁତ ଭଲ। ଏହା ମସ୍ତିଷ୍କର ଡ୍ରାଇନେସ, କୁଣ୍ଡାଇ ହେବା ଦୂର କରିବାରେ ସାହାଯ୍ୟ କରିଥାଏ। ଏହା ରୁପି ସମସ୍ୟା ଦୂର କରିଥାଏ। କାରଣ ଏଥିରେ ଆଣ୍ଟିସେପ୍ଟିକ ଓ ଆଣ୍ଟିଇନଫ୍ଲେମେଟରି ଗୁଣ ରହିଛି। ଏହା କେଶକୁ ମୂଳରୁ ମଜବୁତ କରିଥାଏ। ଏହାଦ୍ବାରା କେଶ ଝଡ଼ିବା ସମସ୍ୟା ଦୂର କରିଥାଏ। ଏହା ଚର୍ମ କୁଣ୍ଡାଇ ହେବା ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ। ତେଣୁ ଏକ ଚାମଚ ଏଲୋଭେରା ଜେଲ କିମ୍ବା ନଡ଼ିଆ ତେଲରେ ଶୁଦ୍ଧ ପୋଦିନା ତେଲର ଦୁଇ ବୁନ୍ଦା ମିଶାଇ କୁଣ୍ଡାଇ ହେଉଥିବା ସ୍ଥାନରୁ ହାଲୁକା ଭାବେ ମାଲିସ କରନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ