ଆଇପିଏଲ ଟିମ ପାଇଁ ସଂଶୋଧିତ ଗାଇଡଲାଇନ କଡ଼ାକଡ଼ି


ଆଇପିଏଲ ଟିମ ଅଧିନାୟକ (ଫାଇଲ ଫଟୋ)
ଏପ୍ରିଲ ୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲ-୨୦୨୧ ପାଇଁ ବିସିସିଆଇ କେତେକ ସଂଶୋଧିତ ନିଷ୍ପତ୍ତି ନେଇଛି। ସଂଶୋଧିତ ନିଷ୍ପତ୍ତି ନେଇ ବୋର୍ଡ ପକ୍ଷରୁ ସବୁ ଆଇପିଏଲ ଟିମକୁ ଇମେଲ ଯୋଗେ ଜଣାଇ ଦିଆଯାଇଛି। ସଂଶୋଧିତ ନିୟମ ଅନୁସାରେ ୨୦ ଓଭର ସମୟ ଅବଧି କୌଣସି ପ୍ରକାରେ ୯୦ ମିନିଟ ଟପିବ ନାହିଁ ବୋଲି କଡ଼ାକଡ଼ି ନିର୍ଦେଶ ଦିଆଯାଇଛି। ପୂର୍ବରୁ ୯୦ ମିନିଟ ବେଳକୁ ୨୦ ଓଭର ଆରମ୍ଭ ହେଉଥିଲା ବେଳେ ଏବେ ୯୦ ମିନିଟ ସୁଦ୍ଧା ୨୦ ଓଭର ଶେଷ ହେବାକୁ ବାଧ୍ୟତାମୂଳକ କରାଯାଇଛି। ଏହାବାଦ ଇନିଂସ ଭିତରେ ଯେଉଁ ଦୁଇଟି ଟାଇମ ଆଉଟ ରହିଛି ତାହା କୌଣସି ପରିସ୍ଥିତିରେ ୫ ମିନିଟରୁ ଅଧିକ ହେବ ନାହିଁ। ଆଉ ଟାଇମ ଆଉଟର ୫ ମିନିଟକୁ ମିଶାଇ ୨୦ ଓଭରକୁ ୯୦ ମିନିଟରେ ଶେଷ କରିବାକୁ ସ୍ପଷ୍ଟ କରାଯାଇଛି।

ସେହିପରି ଘଣ୍ଟାପ୍ରତି ୧୪.୧୧ ଓଭର ବୋଲିଂ କରିବାକୁ କୁହାଯାଇଛି। ଯଦି କୌଣସି ମ୍ୟାଚ ବର୍ଷା ପାଇଁ ବାଧାପ୍ରାପ୍ତ ହୁଏ ତାହେଲେ ବି ଟାଇମଲାଇନ କଟକଣା ରହିବ। ଗୋଟିଏ ଓଭର ବୋଲିଂ ପାଇଁ ୪ ମିନିଟ ୧୫ ସେକେଣ୍ଡ ଧାର୍ଯ୍ୟ କରିବାକୁ କୁହାଯାଇଛି। ଏଥିସହ ଚତୁର୍ଥ ଅମ୍ପାୟରଙ୍କୁ ଟାଇମ ତଦାରଖ ପାଇଁ କୁହାଯାଇଛି। ଯଦି ବ୍ୟାଟିଂ କରୁଥିବା ଦଳ ସମୟ ନଷ୍ଟ କରିବାକୁ ଚେଷ୍ଟା କରୁଥାଏ, ତାହେଲେ ୪ର୍ଥ ଅମ୍ପାୟାର ବ୍ୟାଟିଂ କରୁଥିବା ଦଳକୁ ଚେତାବନୀ ଦେଇ ପାରିବେ ବୋଲି ବୋର୍ଡ ପକ୍ଷରୁ ଦିଆଯାଇଥିବା ଇମେଲରେ ଦର୍ଶାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ