କୋହଲି-ରୋହିତଙ୍କ ବିବାଦ ଦୂର କଲା କ୍ବାରେଣ୍ଟାଇନ ଆଇସୋଲେସନ!


ବିରାଟ କୋହଲି ଓ ରୋହିତ ଶର୍ମା (ଫାଇଲ ଫଟୋ)
ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ମଧ୍ୟରେ ମତଭେଦକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚାର ଅନ୍ତ ନାହିଁ। ମାତ୍ର ଦୁହିଁଙ୍କ ଭିତରେ ଥିବା ମତପ୍ରାର୍ଥକ୍ୟ ଦୂର ହୋଇଛି, ଦୁହେଁ ଏକାଠି ହୋଇଛନ୍ତି ବୋଲି କୁହାଯାଉଛି। ବିଶେଷକରି କ୍ବାରେଣ୍ଟାଇନ ଆଇସୋଲେସନ ଏହି ଦୁଇ ଖେଳାଳି ଏକାଠି ହେବାରେ ସହାୟକ ହୋଇଛି। ଦଳ ଭିତରେ ଦୁଇ ଖେଳାଳି ଏକାଠି ହେଲେ ବେଶି ଫାଇଦା ମିଳିବ ବୋଲି ବହୁ କ୍ରିକେଟ ବିଶେଷଜ୍ଞ କହି ଆସୁଥିଲେ। ମାତ୍ର ଏହି ଦୁଇ ଖେଳାଳି ଡ୍ରେସିଂ ରୁମରେ ପରସ୍ପର ପାଖରେ ବସୁ ନଥିଲେ କି ପଡ଼ିଆରେ କୌଣସି ମୁହୂର୍ତ୍ତରେ ବି ଏକାଠି ହୋଇ ରଣନୀତି ପ୍ରସ୍ତୁତ କରିବା ଦେଖିବାକୁ ମିଳୁ ନ ଥିଲା। ଦୁହେଁ ଜଣେ ଜଣେ ଚାମ୍ପିଅନ ବ୍ୟାଟ୍ସମ୍ୟାନ, ଏହାକୁ କେହି ଅସ୍ବୀକାର କରିପାରିବେ ନାହିଁ। ମାତ୍ର ଦୁହିଁଙ୍କ ମଧ୍ୟରେ ମତଭେଦ କାରଣରୁ ଦଳକୁ ମୂଲ୍ୟ ଦେବାକୁ ପଡୁଥିଲା।

ମାତ୍ର ଇଂଲଣ୍ଡ ବିପକ୍ଷ ସିରିଜ ପୂର୍ବରୁ ଦୁଇ ବ୍ୟାଟ୍ସମ୍ୟାନ କ୍ବାରେଣ୍ଟାଇନ ଆଇସୋଲେସନରେ ଥିଲା ବେଳେ ପରସ୍ପରରର ନିକଟତ ହୋଇଥିଲେ। ଦଳର ରଣନୀତି ମିଳିତ ଭାବେ ପରିଚାଳନ କରିବାକୁ ସହମତ ହୋଇଥିବା କୁହାଯାଉଛି। ଏହାର ପ୍ରଭାବି ବି ଇଂଲଣ୍ଡ ବିପକ୍ଷ ସିରିଜରେ ଦେଖିବାକୁ ମିଳିଛି। ଡ୍ରେସିଂ ରୁମରେ ଏକାଠି ବସିବା, ପଡ଼ିଆରେ ମିଳିତ ହୋଇ ରଣନୀତି ପ୍ରସ୍ତୁତ କରିବା ଦ୍ବାରା ଦଳକୁ ବେଶି ସଫଳତା ମିଳିଛି। ଦଳର ମୁଖ୍ୟ କୋଚ ରବି ଶାସ୍ତ୍ରୀ ମଧ୍ୟ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। କୋହଲି ଓ ରୋହିତ ମିଳିତ ଭାବେ ଫଟୋ ସେସେନରେ ଭାଗ ନେଇ ସେମାନଙ୍କ ଭିତରେ ଥିବା ମତପ୍ରାର୍ଥକ୍ୟ ଦୂର ହୋଇଥିବାର ପ୍ରମାଣ ଦେଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ