ଯୁବ ଜଗତ
ଏମିତି ଛଡ଼ାନ୍ତୁ ପିଲାଙ୍କ ମିଛ କହିବା ଅଭ୍ୟାସ

ପ୍ରତୀକାତ୍ମକ ଫଟୋ
ପିଲାମାନେ ବହୁତ ନିରୀହ ହୋଇଥାନ୍ତି। ଠିକ ଭୁଲର ବିଚାର ସେମାନେ କରିପାରି ନ ଥାନ୍ତି। ବାପା ମା’ମାନେ ପିଲାଙ୍କୁ ଠିକ ଭୁଲ ଆଦି ସମ୍ପର୍କରେ କହିଥାନ୍ତି। ସାଧାରଣତଃ ସମସ୍ତେ କିଛି ନା କିଛି ମିଛ କହିଥାନ୍ତି। କିନ୍ତୁ କେତେକ ପିଲାଙ୍କ ପାଇଁ ଏହା ଅଭ୍ୟାସରେ ପଡ଼ିଯାଏ। ପିଲାମାନେ କଥା କଥାରେ ମିଛ କହିବା, ନିଜ ଭୁଲକୁ ସ୍ବୀକାର ନ କରିବା ସେମାନଙ୍କ ବ୍ୟବହାରକୁ ଖରାପ କରିପାରେ। ଏହାର ପ୍ରଭାବ ଭବିଷ୍ୟତରେ ପିଲାଙ୍କ ସମ୍ପର୍କ ଉପରେ ମଧ୍ୟ ପଡ଼ିଥାଏ। ଯଦି ଆପଣଙ୍କ ପିଲା କଥା କଥାରେ ମିଛ କହୁଛନ୍ତି, ତେବେ ଏପରି ନ କରିବା ଲାଗି ରୋକନ୍ତୁ। ଏହି ଉପାୟ ଅବଲମ୍ବନ କରି ପିଲାଙ୍କ ମିଛ କହିବା ଅଭ୍ୟାସ ଛଡ଼ାନ୍ତୁ।
ନିଜେ ସତ କହନ୍ତୁ
ପିଲାମାନେ ବାପା ମା’ଙ୍କୁ ଦେଖି ସବୁକିଛି ଶିଖିଥାନ୍ତି। ଆପଣ ଯାହା କିଛି ବି କରିନ୍ତି, ପିଲାମାନେ ତାହା ଦେଖି ଅନୁକରଣ କରିଥାନ୍ତି। ପିଲାମାନେ ବୁଝନ୍ତି ନାହିଁ ଛୋଟ ମିଛ କ’ଣ, ମିଛ କ’ଣ। ତେଣୁ କୌଣସି ରିହାତି ପାଇବା ପାଇଁ ପିଲାଙ୍କ ବୟସ ଲୁଚାଇବା ଭଳି ଭୁଲ କରନ୍ତୁନି। କାରଣ ପିଲାମାନେ ଭାବିବେ ଯଦି ବାପା ମା’ ମିଛ କହୁଛନ୍ତି, ତେବେ ସେମାନେ ମିଛ କହିଲେ କ’ ଣ ଅସୁବିଧା ରହିଛି।
ଦଣ୍ଡିତ କରନ୍ତୁ
ଯଦି ପିଲା ମିଛ କହି ଧରାପଡ଼ୁଛି, ତେବେ ତାଙ୍କୁ ଦଣ୍ଡ ସ୍ବରୂପ କୌଣସି ଅତିରିକ୍ତ କାମ କରିବାକୁ ଦିଅନ୍ତୁ। ପିଲାଙ୍କ ପସନ୍ଦର ଜିନିଷ ଛଡ଼ାଇବା ଅପେକ୍ଷା ଘରର କୌଣସି କାମ କରାନ୍ତୁ। କିନ୍ତୁ ଏଭଳି କୌଣସି ଦଣ୍ଡ ଦିଅନ୍ତୁନି, ଯାହାର ଖରାପ ପ୍ରଭାବ ପିଲାର ମନ ଉପରେ ପଡ଼ିବ।
ପ୍ରଶଂସା କରିବାକୁ ଭୁଲନ୍ତୁନି
ପିଲାଙ୍କ ମନ ବହୁତ କୋମଳ ହୋଇଥାଏ। ତେଣୁ ଗାଳି ଦେବା ପରେ କାନ୍ଦିବାରେ ଲାଗିଥାନ୍ତି। ସେହିପରି ଛୋଟ ପ୍ରଶଂସା କଲେ ମଧ୍ୟ ସେମାନେ ଖୁସି ହୋଇଯାଆନ୍ତି ଓ ସେମାନେ ଅନୁପ୍ରାଣିତ ହୋଇଥାନ୍ତି। ପିଲା ସତ କହିବାବେଳେ ତାଙ୍କର ପ୍ରଶଂସା କରନ୍ତୁ। ପ୍ରଥମ ଥର ପିଲା ମିଛ କହିଲେ, ତାଙ୍କୁ କେବଳ ସଚେତନ କରାନ୍ତୁ। କିନ୍ତୁ ବାରମ୍ବାର ମିଛ କହିବା ପରେ କଠିନ ଦଣ୍ଡ ଦେବା ସମ୍ପର୍କରେ ଚିନ୍ତା କରନ୍ତୁ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ