ଓଜନ ଓ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରେ ଡ୍ୟାଶ ଡାଏଟ


ପ୍ରତୀକାତ୍ମକ ଫଟୋ
ଓଜନ ହ୍ରାସ କରିବା ପାଇଁ ଲୋକେ ବିଭିନ୍ନ ପ୍ରକାରର ଡାଏଟ ପ୍ଲାନ ଅନୁସରଣ କରିବାକୁ ପରାମର୍ଶ ଦେଇଥାନ୍ତି। ଏହି ଡାଏଟ ମଧ୍ୟରେ ରହିଛି ପ୍ୟାଲିଓ ଡାଏଟ, କିଟୋ ଡାଏଟ, ଭେଗାନ ଡାଏଟ, ଲୋ କାର୍ବୋ ଡାଏଟ, ଜିଏମ ଡାଏଟ, ଏଟକିନ୍ସ ଡାଏଟ, ଇଣ୍ଟରମିଣ୍ଟେଣ୍ଟ ଫାଷ୍ଟିଂ ଭଳି ଅନେକ ଡାଏଟ ଅନୁସରଣ କରିବାକୁ ପରାମର୍ଶ ଦିଅଯାଇଥାଏ। କିନ୍ତୁ ଯଦି କୌଣସି ବ୍ୟକ୍ତିଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ରହିଛି, ତେବେ ଡ୍ୟାଶ ଡାଏଟ ଅନୁସରଣ କରି ଏହାକୁ ନିୟନ୍ତ୍ରଣରେ ରଖିପାରିବେ। ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଏହି ଡାଏଟ ସବୁଠାରୁ ଉତ୍ତମ ବୋଲି କୁହାଯାଏ।

ଡ୍ୟାଶ ଡାଏଟର ଅର୍ଥ ହେଉଛି ଡାଏଟ୍ରି ଆପ୍ରୋଚେଜ ଟୁ ଷ୍ଟପ ହାଇପରଟେନସନ। ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହେଲଥ ରକ୍ତଚାପକୁ ନିୟନ୍ତ୍ରଣ କରିବା ଲାଗି ଡ୍ୟାଶ ଡାଏଟ ବହୁତ ମାତ୍ରାରେ ପ୍ରଭାବୀ ବୋଲି କହିଛି। ଏହି ଡାଏଟ ପ୍ଲାନ ରକ୍ତଚାପ ନିୟନ୍ତ୍ରଣ କରିବା ସହିତ ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ତେବେ ଚାଲନ୍ତୁ ଜାଣିବା ଡ୍ୟାଶ ଡାଏଟ କ’ଣ। ଏଥିରେ କ’ଣ ଖାଇବା ଉଚିତ ଓ କ’ଣ ଖାଇବା ଉଚିତ ନୁହେଁ ଚାଲନ୍ତୁ ଜାଣିବା।

ଡ୍ୟାଶ ଡାଏଟ କ’ଣ
ଯେଉଁମାନେ ରକ୍ତଚାପ ନିୟନ୍ତ୍ରଣ କରିବାକୁ ଚାହୁଛନ୍ତି ଓ ମଧୁମେହ ଓ କୋଲେଷ୍ଟ୍ରଲ ଭଳି ସମସ୍ୟାକୁ ନିୟନ୍ତ୍ରଣ ରଖିବାକୁ ଚାହୁଛନ୍ତି, ତେବେ ସେମାନଙ୍କ ପାଇଁ ଡ୍ୟାଶ ଡାଏଟ ଏକ ଉତ୍ତମ ବିକଳ୍ପ। ଏହି ଡାଏଟ ପ୍ଲାନରେ ସୋଡିୟମ କମ ମାତ୍ରାରେ ସେବନ କରିବାକୁ ପରାମର୍ଶ ଦିଆଯାଇଥାଏ। ଏଥିସହିତ ମ୍ୟାଗ୍ନେସିୟମ, ପୋଟାସିୟମ ଓ କ୍ୟାଲସିୟମ ସେବନ ବଢ଼ାଇ ଦିଆଯାଏ। ଏଥିସହିତ ଏଥିରେ ପୋଷକତତ୍ତ୍ବକୁ ବାଲାନ୍ସ ରଖିବା ଉପରେ ଅଧିକ ଧ୍ୟାନ ଦିଆଯାଏ।

ଡ୍ୟାଶ ଡାଏଟରେ କ’ଣ ରହିଛି
ସେଓ, କମଳା, କଦଳୀ, ବେରିଜ, ଖଜୁରୀ, ଆପ୍ରିକଟ ସେବନ ସହିତ ଫ୍ରୋଜନ ଫ୍ରୁଟସ ଠାରୁ ଦୂରେଇ ରହିବା ଉଚିତ। ସେହିପରି ଟମାଟୋ, ଗାଜର, ବ୍ରୋକୋଲି, ପାଳଙ୍ଗ ସେବନ କରିବା ଉଚିତ। ଫ୍ରୋଜନ ପରିବାରେ ସୋଡ଼ିୟମ ମାତ୍ରା ଅଧିକ ଥିବାରୁ ଏହାଠାରୁ ଦୂରେଇ ରହିବା ଉଚିତ। କ୍ଷୀର, ଲହୁଣି, ଦହି, ଛାଛ ଆଦି କିଣିବା ସମୟରେ ଲୋ ଫ୍ୟାଟ ଡାଏରୀ ବିକଳ୍ପ ଚୟନ କରନ୍ତୁ। ବ୍ରେଡ, ଶସ୍ୟ, ପାସ୍ତା ଭଳି ଖାଦ୍ୟ ସେବନ କରନ୍ତୁ। ବାଦାମ, ଅଖରୋଟ, ନଟସ, ଡାଲି, ରାଜମା, କାବୁଲି ଚଣା, ସୂର୍ଯ୍ୟମୂଖୀ ମଞ୍ଜି ଆଦି ସେବନ କରନ୍ତୁ। କମ ଚର୍ବିଯୁକ୍ତ ମିଟ, ପୋଲଟ୍ରି ସହିତ ମାଛ ବି ଖାଇପାରିବେ। ଏହାବ୍ୟତୀତ ଅଲିଭ ଅଏଲ, ମସଲା ଆଦି ଡାଏଟରେ ସାମିଲ କରିପାରିବେ। କିନ୍ତୁ ଧ୍ୟାନରେ ରଖନ୍ତୁ ଏଥିରେ ସୋଡ଼ିୟମର ମାତ୍ରା କମ ରହିବା ଉଚିତ।

କ’ଣ ଖାଇବେ ନାହିଁ
କ୍ୟାଣ୍ଡି, କୁକିଜ, ଚିପ୍ସ, ବାଦାମ, ସୋଡ଼ା, ଚିନିରେ ଭରପୂର ଡ୍ରିଙ୍କସ କିମ୍ବା ଫ୍ରୁଟ ଜୁସ, ପେଷ୍ଟ୍ରି, ତେଲଛଣା ସ୍ନାକସ ଆଦି ବିଲକୁଲ ସେବନ କରନ୍ତୁ ନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ