ପାଟି ସୁଆଦ
ହୋଲି ସ୍ପେସାଲ କେସର ଇଲାଇଚି ଶ୍ରୀଖଣ୍ଡ

କେସର ଇଲାଇଚି ଶ୍ରୀଖଣ୍ଡ
ଆସନ୍ତାକାଲି ହୋଲି। ଏହି ଦିନ ଲୋକେ ହୋଲି ଖେଳିବା ସହିତ ବିଭିନ୍ନ ପ୍ରକାର ମିଷ୍ଠାନ୍ନ କରି ଖାଇଥାନ୍ତି। ଅନେକ ଲୋକେ ଘରେ ପାର୍ଟି ମଧ୍ୟ ରଖିଥାନ୍ତି। ଏଠାରେ ହୋଲି ସ୍ପେସାଲ କେସର ଇଲାଇଚି ଶ୍ରୀଖଣ୍ଡ ରେସିପି ଦିଆଯାଇଛି। ଏହା ତିଆରି କରିବା ବହୁତ ସହଜ ହୋଇଥିବାବେଳେ ଅତିଥିମାନଙ୍କୁ ମଧ୍ୟ ଏହା ପସନ୍ଦ ଆସିବ।
କ’ଣ ଦରକାର
୧୫-୨୦ଟି କେସର, ୫୦୦ ଗ୍ରାମ ଦହି, ୫୦ ମିଲି ଥଣ୍ଡା କ୍ଷୀର, ୧ ଛୋଟ ଚାମଚ ଗୁଜୁରାତି ଗୁଣ୍ଡ, ୧୦୦ ଗ୍ରାମ ପେଷା ଚିନି। ସଜାଇବା ପାଇଁ ଡ୍ରାଏ ଫ୍ରୁଟସ।
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ କ୍ଷୀରରେ କେସର ପକାଇ ୩ରୁ ୪ ଘଣ୍ଟା ଯାଏ ଭିଜାନ୍ତୁ। ଏବେ ଏକ ପାତ୍ରରେ କେସର ମିଶ୍ରିତ କ୍ଷୀର, ଚିନି ଗୁଣ୍ଡ, ଗୁଜୁରାତି ଗୁଣ୍ଡ ପକାଇ ଭଲ ଭାବେ ମିଶାନ୍ତୁ। ଏହି ମିଶ୍ରଣକୁ ଭଲ ଭାବେ ଫେଣ୍ଟି ଦିଅନ୍ତୁ। ବସାଦହିକୁ ଭଲଭାବେ ଦୁଇ ତିନି ଘଣ୍ଟା ଟାଙ୍ଗିଦିଅନ୍ତୁ। ଫଳରେ ଏଥିରେ ଥିବା ଅଧିକ ଜଳୀୟଅଂଶ ବାହାରି ଗାଢ଼ା ହୋଇଯିବ। ଏହି ଦହିରେ ପୂର୍ବ ପ୍ରସ୍ତୁତ ମିଶ୍ରଣକୁ ପକାନ୍ତୁ। ଏହାକୁ ଡ୍ରାଏ ଫ୍ରୁଟସରେ ସଜାଇ ଫ୍ରିଜରେ ଥଣ୍ଡା ହେବାକୁ ରଖି ଦିଅନ୍ତୁ। ଥଣ୍ଡା ହେବା ପରେ ଏହାକୁ ସର୍ଭିଂ ଡିଶକୁ ବାହାର କରି ଅତିଥିଙ୍କୁ ଆପ୍ୟାୟିତ କରନ୍ତୁ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ