ହୋଲି ପାର୍ଟିକୁ କରନ୍ତୁ ହେଲଦି, ମେନୁରେ ସାମିଲ କରନ୍ତୁ ଏସବୁ


ପ୍ରତୀକାତ୍ମକ ଫଟୋ
ଆସନ୍ତାକାଲି ୨୯ ମାର୍ଚ୍ଚରେ ହୋଲି। ହୋଲି କେବଳ ରଙ୍ଗର ପର୍ବ ନୁହେଁ, ବରଂ ଭରପୂର ମସ୍ତି ଓ ଖାଇବା ପିଇବାର ପର୍ବ ମଧ୍ୟ। ହୋଲି ପୂର୍ବରୁ ଅନେକ ଘରେ ଗୁଜିଆ, ମିଠା ଓ ଅନେକ ପ୍ରକାରର ନମକିନ ତିଆରି ହେବା ଆରମ୍ଭ ହୋଇଯାଏ।  ତେଣୁ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ। କାରଣ ଦେଶରେ ଏବେ ବି କୋରୋନା ଭାଇରସ ସଂକ୍ରମଣ ବଢ଼ିବାରେ ଲାଗିଛି। ତେଣୁ ଏପରିସ୍ଥଳେ ଏପରି ଜିନିଷ ସେବନ କରିବା ଉଚିତ ଯାହା ସ୍ବାସ୍ଥ୍ୟ ଓ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଚାଲନ୍ତୁ ଜାଣିବା ଏଭଳି କେତେକ ଖାଦ୍ୟ ପଦାର୍ଥ ସମ୍ପର୍କରେ।

ଥଣ୍ଡାଇ
ହୋଲି ଅବସରରେ ସାଧାରଣତଃ ଥଣ୍ଡାଇ ମାହୋଲକୁ ଆହୁରି ମଜାଦାର କରିଥାଏ। ହୋଲି ଆଗମନରେ ନୂତନ ଋତୁ ପାଦ ଥାପିଥାଏ। ଏପରିସ୍ଥଳେ ଡ୍ରାଏଫ୍ରୁଟ ଓ କ୍ଷୀରରେ ତିଆରି ଥଣ୍ଡାଇ କେବଳ ସ୍ବାସ୍ଥ୍ୟକର ହୋଇ ନ ଥାଏ, ବରଂ ଏହାର ଥଣ୍ଡା ଗୁଣ ଶରୀରକୁ ଶୀତଳତା ପ୍ରଦାନ କରିଥାଏ। ଥଣ୍ଡାଇ ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ସହିତ ଶକ୍ତି ମଧ୍ୟ ଦେଇଥାଏ।

ଗୁଜିଆ
ହୋଲି ପର୍ବ ଗୁଜିଆ ବିନା ଫିକା ଲାଗିଥାଏ। କିନ୍ତୁ ମୋଟାପଣ ବଢ଼ୁଥିବା କାରଣରୁ ସାଧାରଣତଃ ଲୋକେ ଗୁଜିଆ ଖାଇବା ପୂର୍ବରୁ କ୍ୟାଲୋରୀ କାଉଣ୍ଟ ସମ୍ପର୍କରେ ଚିନ୍ତା କରି ମନ ମାରି ନେଇଥାନ୍ତି। କାରଣ ଗୁଜିଆକୁ ତେଲରେ ଡିପ ଫ୍ରାଏ କରାଯାଇଥାଏ। ଏଥର ଗୁଜିଆରେ ଖୁଆ ବଦଳରେ କୌଣସି ସ୍ବାସ୍ଥ୍ୟକର ଷ୍ଟଫିଙ୍ଗ ଭରି ବେକ କରି ମଧ୍ୟ ତିଆରି କରିପାରିବେ। ଏହା ସ୍ବାଦିଷ୍ଟ ହେବା ସହିତ ସ୍ବାସ୍ଥ୍ୟ ପାଇଁ ଭଲ।

ଡ୍ରାଏ ଫ୍ରୁଟ ନମକିନ
ଡ୍ରାଏଫ୍ରୁଟକୁ ସ୍ବାସ୍ଥ୍ୟକର ବୋଲି କୁହାଯାଏ। ତେଣୁ ହୋଲିରେ ଅସ୍ବାସ୍ଥ୍ୟକର ସ୍ନାକ୍ସ ଖାଇବା ବଦଳରେ ଆପଣ ଡ୍ରାଏ ଫ୍ରୁଟସ ନମକିନ ତିଆରି କରିପାରିବେ। କାଜୁ ବାଦାମ ଓ ଖରଭୁଜ ମିକ୍ସକୁ ଅଧ ଚାମଚ ଘିଅରେ ଭାଜନ୍ତୁ। ଏହା ଉପରେ ହାଲୁକା ଲୁଣ ଓ ଗୋଲମରିଚ ଗୁଣ୍ଡ ପକାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ସ୍ବାସ୍ଥ୍ୟକର ନମକିନ।

ଚିନି ବଦଳରେ ଗୁଡ଼
ହୋଲିରେ ମିଠା ତିଆରି କରିବା ସମୟରେ ଚିନି ବଦଳରେ ଗୁଡ଼ର ବ୍ୟବହାର କରନ୍ତୁ। ଗୁଡ଼ ହଜମ ପାଇଁ ଭଲ। ଏହା ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ। ଆପଣ ଗୁଡ଼ର ଜିଲାପି, ଗୁଡ଼ର ଶୀରା କିମ୍ବା ଗୁଡ଼ ଖିରୀ ମଧ୍ୟ ତିଆରି କରିପାରିବେ। ଏହା ବ୍ୟତୀତ ମିଠା ବଦଳରେ ଫଳ ମଧ୍ୟ ଖାଇପାରିବେ। ହୋଲି ସହିତ ଗରମ ଦିନ ମଧ୍ୟ ଆରମ୍ଭ ହୋଇଯାଏ। ତେଣୁ ମଝିରେ ମଝିରେ ପାଣି ନିହାତି ପିଅନ୍ତୁ। ଏଥି ସହିତ ଲେମ୍ବୁ ପାଣି କିମ୍ବା ପଣା ଭଳି ପାନୀୟ ସେବନ କରିପାରିବେ। ତରଭୁଜ କିମ୍ବା ବେଲ ସରବତ ସେବନ କରିପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ