ଏଠି ବୁଡ଼ ପକାଇଲେ ଭଲ ହୋଇଯାଏ ଦୁରାରୋଗ୍ୟ


ପ୍ରତୀକାତ୍ମକ ଫଟୋ
ପୂରା ଦୁନିଆରେ ଏମିତି ଅନେକ ଜିନିଷ ଓ ସ୍ଥାନ ରହିଛି, ଯାହା କାହାକୁ ବି ଚକିତ କରିପାରେ। ଏପରିକି ଭାରତରେ ମଧ୍ୟ ଏଭଳି ଅନେକ ସ୍ଥାନ ରହିଛି, ଯେଉଁଠି ସୁନ୍ଦର ପାହାଡ଼ ଓ ଝରଣା ରହିଛି। ଝରଣା ଦେଖିବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି। ଏସବୁ ସ୍ଥାନ ବୁଲିବାକୁ ଲୋକେ ପସନ୍ଦ କରନ୍ତି। ଆପଣ ଜାଣିଛନ୍ତି କି ଏହି ଝରଣା ଦେଖିବାକୁ ସୁନ୍ଦର ଲାଗିବା ସହିତ ଔଷଧୀୟ ଗୁଣରେ ଭରପୂର। ଭାରତରେ ଏଭଳି ଅନେକ ଝରଣା ରହିଛି, ଯାହା ରୋଗରୁ ବଞ୍ଚାଇବା କାମ କରିଥାଏ। ଚାଲନ୍ତୁ ଜାଣିବା ଏହି ଝରଣା ସମ୍ପର୍କରେ।

ସହସ୍ର ଧାରା
ଭ୍ରମଣ ପାଇଁ ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନ ଏକ ମନୋରମ ସ୍ଥାନ। ଏଠାରୁ ପାଖାପାଖି ୨୦ କିମି ଦୂରରେ ଅବସ୍ଥିତ ସହସ୍ର ଧାରା ଝରଣା ବହୁଛି। ସେଠାରେ ରହୁଥିବା ଲୋକଙ୍କ କହିବାନୁସାରେ ଏହି ଝରଣାର ପାଣିରେ ଭରପୂର ମାତ୍ରାରେ ସଲଫର ମିଳିଥାଏ। ଏପରିସ୍ଥଳେ ଏହି ପାଣିରେ ଗାଧୋଇବା ଦ୍ବାରା ଶାରୀରିକ ଓ ମାନସିକ ରୋଗ ଦୂର ହେବାରେ ସାହାଯ୍ୟ ମିଳିଥାଏ।

ଗୁରୁଡୋଙ୍ଗମାର ହ୍ରଦ
ସିକିମସ୍ଥିତ ଗୁରୁଡୋଙ୍ଗମାର ହ୍ରଦ ଭାରତର ଅନ୍ୟତମ ଉଚ୍ଚତମ ହ୍ରଦ। ଏହାକୁ ହିନ୍ଦୁ, ବୌଦ୍ଧ ଓ ଶିଖ ଧର୍ମ ଦ୍ବାରା ପବିତ୍ରତାର ପ୍ରତୀକ ବୋଲି କୁହାଯାଏ। କୁହାଯାଉଛି ଏହି ହ୍ରଦ ଅନେକ ମାସ ଯାଏ ଜମି ରହିଥାଏ। ଏପରିସ୍ଥଳେ ଲୋକଙ୍କୁ ପାଣି ମିଳି ନ ଥାଏ। କିନ୍ତୁ ଗୁରୁ ପଦ୍ମସମ୍ଭବ ଛୁଇଁବା ଦ୍ବାରା ଏହି ହ୍ରଦର ପାଣି ତରଳି ଯାଇଥିଲା। ଏପରିସ୍ଥଳେ ଲୋକେ ଏହି ଜଳକୁ ପବିତ୍ର ଜଳ ଭାବେ ଗ୍ରହଣ କରି ସେବନ କରିଥାନ୍ତି। ଏହି ପାଣି ପିଇବା ଦ୍ବାରା ଶରୀର ସୁସ୍ଥ ରହେ ବୋଲି ସ୍ଥାନୀୟ ଲୋକେ କହନ୍ତି।

ପୁଷ୍କର ପୁଷ୍କରିଣୀ
ହିନ୍ଦୁ ଧର୍ମରେ ରାଜସ୍ଥାନରେ ରହିଥିବା ପୁଷ୍କର ପୁଷ୍କରିଣୀକୁ ବହୁତ ପବିତ୍ର ବୋଲି କୁହାଯାଏ। ମହାଭାରତ ଓ ରାମାୟଣ ସମୟରୁ ଏହା ଧରିତ୍ରୀରେ ରହିଆସିଛି ବୋଲି କୁହାଯାଉଛି। ପ୍ରାଚୀନ କାଳରୁ ହିଁ ଲୋକେ ଏଥିରେ ବୁଡ଼ ଲଗାଇବା ଶୁଭ ବୋଲି କୁହାଯାଉଛି। କୁହାଯାଉଛି ଯେ ଏହି ଜଳରେ ପାପ ଧୋଇବା ସହିତ ଶାରୀରିକ ରୋଗ ଦୂର ହେବାରେ ସାହାଯ୍ୟ ମିଳିଥାଏ। ଏହି ପୁଷ୍କରିଣୀର ଜଳ କ୍ୟାନସର ଭଳି ଗମ୍ଭୀର ରୋଗରୁ ମୁକ୍ତି ଦେଇଥାଏ ବୋଲି କୁହାଯାଏ।

ଭୀମ କୁଣ୍ଡ
ମଧ୍ୟ ପ୍ରଦେଶସ୍ଥିତ ଭୀମ କୁଣ୍ଡ ବେଶ ରହସ୍ୟମୟ ପ୍ରାକ୍‌ତିକ ଜଳର ଉତ୍ସ ରୂପେ ଜଣାଶୁଣା।  ପୌରାଣିକ କଥାନୁସାରେ ଏହି କୁଣ୍ଡ ମହାଭାରତ କାଳରୁ ଅବସ୍ଥିତ। ଏହାର ଗଭୀରତା ମାପିବା କଷ୍ଟକର ବ୍ୟାପାର। ପ୍ରାକୃତିକ ବିପଦ ଆସିବା ସମୟରେ ଏହି କୁଣ୍ଡର ଜଳସ୍ତର ବ୍‌ଦ୍ଧି ପାଇବାରେ ଲାଗେ। ମକର ସଂକ୍ରାନ୍ତି ଅବସରରେ ଏହି କୁଣ୍ଡରେ ବୁଡ଼ ପକାଇବା ଶୁଭ ବୋଲି କୁହାଯାଏ। ଲୋକଙ୍କ କହିବାନୁସାରେ ଏହି ଜଳରେ ପାପରୁ ମୁକ୍ତି ଦେବା ସହିତ ସ୍ବାସ୍ଥ୍ୟରେ ସୁଧାର ହୋଇଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ