ଉତ୍ତମ ସ୍ବାସ୍ଥ୍ୟ
ଏମିତି ଦୂର କରନ୍ତୁ ଭାଙ୍ଗର ହ୍ୟାଙ୍ଗଓଭର

ପ୍ରତୀକାତ୍ମକ ଫଟୋ
ମୁଣ୍ଡ ଉପରେ ରଙ୍ଗର ପର୍ବ ହୋଲି। ପୂରା ଭାରତରେ ଏହା ଧୁମଧାମରେ ପାଳନ କରାଯାଏ। ଏଣୁ ଚାରିଆଡ଼େ ହୋଲିର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ହୋଲିର ଏହି ବିଶେଷ ଅବସରରେ କେତେକ ଲୋକେ ଭାଙ୍ଗ ମଧ୍ୟ ସେବନ କରିଥାନ୍ତି। ଯଦିଓ ଏହାର ସେବନ କ୍ଷତିକାରକ ହୋଇଥାଏ। କିନ୍ତୁ ପର୍ବପର୍ବାଣୀ ଅବସରକୁ ଦୃଷ୍ଟିରେ ରଖି ଲୋକେ ଏହାର ସେବନ କରିଥାନ୍ତି। ଭାଙ୍ଗ ସେବନ ଦ୍ବାରା ମୁଣ୍ଡବିନ୍ଧା ଓ ଅନେକ ସମସ୍ୟା ହୋଇପାରେ। ଭାଙ୍ଗ ଆପଣଙ୍କୁ ଏକ ହ୍ୟାଙ୍ଗଓଭର ଦେଇପାରେ। ଯଦି ଆପଣ ଏହାର ହ୍ୟାଙ୍ଗଓଭରରୁ ବଞ୍ଚିବାକୁ ଚାହୁଛନ୍ତି, ତେବେ ଏଠାରୁ କେତେକ ଟିପ୍ସ ନେଇପାରିବେ।
ଲେମ୍ବୁ ପାଣି
ଲେମ୍ବୁ ପାଣି ଆଣ୍ଟି ଅକ୍ସିଡାଣ୍ଟ ଓ ଭିଟାମିନ ସି’ର ଏକ ଉତ୍ତମ ଉତ୍ସ। ଯଦି ଆପଣ ଭାଙ୍ଗର ହ୍ୟାଙ୍ଗଓଭରରୁ ବଞ୍ଚିବାକୁ ଚାହୁଛନ୍ତି, ତେବେ ଲେମ୍ବୁ ପାଣି ସେବନ କରନ୍ତୁ।
ଶରୀରକୁ ହାଇଡ୍ରେଟ ରଖନ୍ତୁ
ନିଜ ଶରୀରରୁ ନିଶା ବାହାର କରିବା ଲାଗି ପ୍ରଚୁର ପାଣି ପିଅନ୍ତୁ। ଚା’ କଫି ସେବନ କରନ୍ତୁ ନାହିଁ। ଏଥିପାଇଁ ସାବଧାନତା ଅବଲମ୍ବନ କରନ୍ତୁ।
ଉଚ୍ଚ ଫାଇବରଯୁକ୍ତ ଖାଦ୍ୟ ଚୋବାନ୍ତୁ
ଫଳ ଓ ପନିପରିବା ଉଚ୍ଚ ଫାଇବର ଯୁକ୍ତ ଓ ଆଣ୍ଟି ଅକ୍ସିଡାଣ୍ଟରେ ଭରପୂର। ଏହା ହ୍ୟାଙ୍ଗଓଭର ସହିତ ଲଢ଼ିବା ପାଇଁ ସାହାଯ୍ୟ କରିଥାଏ। ଫଳ ଓ ସାଲାଡ଼ ସେବନ କରନ୍ତୁ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ