ଭଉଣୀ ସହିତ ସମ୍ପର୍କକୁ ଏଭଳି କରନ୍ତୁ ମଜବୁତ


ପ୍ରତୀକାତ୍ମକ ଫଟୋ
ବ୍ୟସ୍ତବହୁଳ ଜୀବନରେ ସମସ୍ତେ ଉତ୍ତମ ବିକଳ୍ପ ଖୋଜିବାରେ ଲାଗିଛନ୍ତି। ଦିନରାତି ପରିଶ୍ରମ କରାଯାଉଛି। କାମରେ ବ୍ୟସ୍ତ ଲୋକଙ୍କ ପାଇଁ ପରିବାରକୁ ସମୟ ଦେବା ଅସମ୍ଭବ ହୋଇପଡ଼ୁଛି। ଏପରିସ୍ଥଳେ ଦୂରରେ ରହିବା ଓ କିଛି କରି ନ ପାରିବା ଭାବନା ସାଧାରଣତଃ ଏକୁଟିଆପଣ ଓ ଉଦାସ ବଢ଼ାଉଛି। ଏଥିସହିତ ଏହି ଦୂରତା ମାନସିକ ରୂପରେ ଦୁର୍ବଳ କରିଦେଉଛି। ଜୀବନରେ ଅନେକ ସମୟରେ ପିଲାଦିନକୁ ପୁଣିଥରେ ବଞ୍ଚିବାକୁ ଇଚ୍ଛାହୁଏ। ସେହି ସମ୍ପର୍କକୁ ଅନୁଭବ କରିବାକୁ ଆଗ୍ରହ ଜନ୍ମେ। ପିଲାଦିନର ସମ୍ପର୍କରେ ଭଉଣୀର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥାଏ। ବ୍ୟସ୍ତବହୁଳ ଜୀବନରେ ଭାଇ ଓ ଭଉଣୀଙ୍କ ମଧ୍ୟରେ ଦୂରତା ବଢ଼ିବାରେ ଲାଗିଛି। ଚାହିଲେ ବି ଭାବନା ଅନ୍ୟ ଆଗରେ ପ୍ରକାଶ କରିପାରୁ ନାହାନ୍ତି। ଚାଲନ୍ତୁ ଜାଣିବା ସାରା ଜୀବନ ଭଉଣୀ ସହିତ କିପରି ଭଲ ସମ୍ପର୍କ ରଖିବେ।

ପିଲାଦିନ ମନେପକାନ୍ତୁ
ଯଦି ଆପଣ ଦୁଇଜଣଙ୍କ ପିଲାଦିନ ଏକାଠି ବିତିଛି, ତେବେ ନିଶ୍ଚିତ ଭାବେ ଅନେକ ସ୍ମରଣୀୟ ମୁହୂର୍ତ୍ତ ଥିବ। ଆପଣ ଏକାଠି ସମୟ ବିତାଇଥିବେ। ସେସବୁ କଥା ସମସ୍ତଙ୍କ ସହ ବାଣ୍ଟନ୍ତୁ। ଖୁସି ସମୟର ସ୍ମୃତିକୁ ମନେପକାନ୍ତୁ। ଝଗଡ଼ା ଓ ମନାନ୍ତର କଥାକୁ ଆଲୋଚନା କରନ୍ତୁ।

କେତେକ ଜିନିଷକୁ ଭୁଲିବା ଶିଖନ୍ତୁ
ଯେଉଁ କଥା ଆପଣଙ୍କ ମଧ୍ୟରେ ଦୂରତା ବଢ଼ାଇବ, ସେସବୁ କଥାକୁ ଭୁଲିଯିବା ସବୁଠାରୁ ଭଲ ହେବ। ପ୍ରତିଶୋଧ ଭାବନା କେବେବି କାହାରି ଭଲ କରି ନ ଥାଏ। ଏହାକୁ ଛାଡ଼ି ଆଗକୁ ବଢ଼ନ୍ତୁ।

ସାହାଯ୍ୟ ନିଅନ୍ତୁ ଓ ସାହାଯ୍ୟ କରନ୍ତୁ
କେତେକ ନିଜ ବନ୍ଧୁଙ୍କ ପାଇଁ ସବୁବେଳେ ଉପଲବ୍ଧ ହୋଇଥାନ୍ତି। କିନ୍ତୁ ପରିବାର ପାଇଁ ସମୟ ଦେଇପାରି ନ ଥାନ୍ତି। ଏହି ଅଭ୍ୟାସ ବଦଳାନ୍ତୁ ଓ ପରିବାରକୁ ସମୟ ଦେବା ଆରମ୍ଭ କରନ୍ତୁ। ନିଜ ଭଉଣୀଙ୍କ ସାହାଯ୍ୟ ନିଅନ୍ତୁ ଓ ତାଙ୍କୁ ମଧ୍ୟ ସାହାଯ୍ୟ କରନ୍ତୁ।

ନିଜ ଖୁସିରେ ସାମିଲ କରନ୍ତୁ
ଜନ୍ମଦିନ ପାର୍ଟି କିମ୍ବା କୌଣସି ପର୍ବପର୍ବାଣୀରେ ଭଉଣୀଙ୍କୁ ସାମିଲ କରନ୍ତୁ। ଯଦି ଆପଣଙ୍କ ଭଉଣୀ ଦୂରରେ ରହୁଛନ୍ତି କିମ୍ବା ଅନ୍ୟ ସହରରେ ରହୁଛନ୍ତି, ତେବେ ତାଙ୍କ ପାଇଁ ଯିବା ଆସିବା ବ୍ୟବସ୍ଥା କରନ୍ତୁ।

ଖରାପ ସମୟରେ ସାହାଯ୍ୟ କରନ୍ତୁ
ନିଜ ଦାୟିତ୍ବ ବୁଝନ୍ତୁ। ସେମାନଙ୍କ ଯତ୍ନ ନିଅନ୍ତୁ। ଯଦି ଆପଣଙ୍କ ଭଉଣୀ କୌଣସି ସମସ୍ୟାରେ ପଡ଼ିଛନ୍ତି, ତେବେ ଖରାପ ସମୟରେ ତାଙ୍କର ଢାଲ ହୋଇ ଠିଆ ହୁଅନ୍ତୁ। କେବଳ ଭାବନାତ୍ମକ ରୂପରେ ନୁହେଁ ପ୍ରତ୍ୟେକ ମାମଲାରେ ସାହାଯ୍ୟ କରନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ