ଲାଇଫ ଷ୍ଟାଇଲ
ଘର କାମ କରି ମୋଟାପଣ କମ କରନ୍ତୁ

ପ୍ରତୀକାତ୍ମକ ଫଟୋ
ଓଜନ କମ କରିବା ଲାଗି ଲୋକେ ଡାଏଟିଂ ଓ ବ୍ୟାୟାମର ସାହାଯ୍ୟ ନେଇଥାନ୍ତି। କିନ୍ତୁ ଏହାସହିତ ଯଦି ଆପଣ ଘରେ ଝାଡ଼ୁ ପୋଛା, ରୋଷେଇ କରିବା, ସଫା ସୁତୁରା କାମ ନିଜେ କରୁଛନ୍ତି, ତେବେ ଅନେକ ମାତ୍ରାରେ ମୋଟାପଣ, ଅଣ୍ଟା ଓ ପିଠି ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ। ଶରୀର ଯେତିକି କ୍ରିୟାଶୀଳ ରହିବ ସେତିକି ଫିଟ ରହିବ। ହେଲଦି ଡାଏଟ, ବ୍ୟାୟାମ ଓ ଯୋଗ କରିବା ସହିତ ଘର କାମ କରି ଶରୀରକୁ ସୁସ୍ଥ ରଖାଯାଇପାରିବ। ଏଥିସହିତ ଓଜନ ମଧ୍ୟ ନିୟନ୍ତ୍ରଣରେ ରଖାଯାଇପାରିବ। ଯଦି ଆପଣ ଲମ୍ବା ସମୟ ଯାଏ ଫିଟ ରଖିବା ଚାହୁଛନ୍ତି ଘର କାମ କରିବା ଅଭ୍ୟାସ ରଖନ୍ତୁ।
ଘର ପୋଛା କରିବା
ଆପଣ ଜାଣିଛନ୍ତି କି ପୋଛା ଲଗାଇବା ସମୟରେ ୩୦ ମିନିଟରେ ପାଖାପାଖି ୧୪୫ କ୍ୟାଲୋରୀ ବର୍ଣ୍ଣ କରିପାରିବେ। ଯାହା ଟ୍ରେଡମିଲରେ ୧୫ ମିନିଟ ଦୌଡ଼ିବା ସହ ସମାନ। ପିଠି ଯନ୍ତ୍ରଣା ଥିଲେ ବସି ବସି ପୋଛା ଲଗାଇବାକୁ ଚେଷ୍ଟା କରନ୍ତୁ। କାରଣ ଏହାଦ୍ବାରା ଆପଣଙ୍କ ଗୋଡ଼ର ମଧ୍ୟ ଭଲ ଭାବେ ବ୍ୟାୟାମ ହୋଇଥାଏ।
କପଡ଼ା ଧୋଇବା
ୱାଶିଂ ମେସିନ ଆସିବା ପରେ କପଡ଼ାରେ ଲାଗିଥିବା ମଇଳା ବାହାରିଯିବା ସହଜ ହୋଇଯାଏ। କିନ୍ତୁ ହାତରେ କପଡ଼ା ଧୋଇବା ସମୟରେ ଅନେକ ମାତ୍ରାରେ କ୍ୟାଲୋରୀ ବର୍ଣ୍ଣ ହୋଇଥାଏ। ଏହା ପାଖାପାଖି ୧୦୦ ସିଟଅପ କରିବା ସହ ସମାନ। ଏହାଦ୍ବାରା ଆପଣଙ୍କ ଶରୀର ସୁସ୍ଥ ରହିଥାଏ।
ରୋଷେଇ କରିବା
ପରିବା କାଟିବା ଠାରୁ ଆରମ୍ଭ କରି ରୁଟି ବେଲିବା ପର୍ଯ୍ୟନ୍ତ ରୋଷେଇ କରିବା ସୟମରେ ପୂରା ଶରୀର କାର୍ଯ୍ୟବ୍ୟସ୍ତ ରହିଥାଏ। ରୋଷେଇ କରିବା ସମୟରେ ୧ ଘଣ୍ଟାରେ ପାଖାପାଖି ୧୫୦ କ୍ୟାଲୋରୀ ବର୍ଣ୍ଣ ହୋଇପାରେ। ଏହା ୧୫ ମିନିଟ ଏରୋବିକ୍ସ କରିବା ସହିତ ସମାନ।
ଡଷ୍ଟିଂ କରିବା
ଟିଭି, ଫ୍ରିଜ, ଟେବଲ ଉପରେ ଡଷ୍ଟିଂ କରିବା ସମୟରେ ୩୦ ମିନିଟ ଯାଏ ୧୮୦ କ୍ୟାଲୋରୀ ବର୍ଣ୍ଣ ହୋଇପାରି ଥାଏ। ଏହା ୧୫ ମିନିଟ ଯାଏଁ ସାଇକ୍ଲିଂ କରିବା ସହିତ ସମାନ। ଏହା କରିବା ଦ୍ବାରା ବଡି ଫିଟ ରହିଥାଏ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ