ଉପଯୋଗୀ ଟିପ୍ସ
ଖରାଦିନେ ପାଦ ଦୁର୍ଗନ୍ଧ ଦୂର କରିବାର ଘରୋଇ ଉପାୟ

ପ୍ରତୀକାତ୍ମକ ଫଟୋ
ଖରାଦିନେ ଅଧିକାଂଶ ଲୋକଙ୍କ ଶରୀରରୁ ଅଧିକ ଝାଳ ବହିଥାଏ। ଏହିକ୍ରମରେ ପାଦରୁ ଗନ୍ଧ ବାହାରିବା ସାଙ୍ଗକୁ ଦୀର୍ଘସମୟ ଧରି ମୋଜା ପିନ୍ଧିବା ଦ୍ବାରା ଏହା ବହୁଗୁଣିତ ହୋଇଥାଏ। ଫଳରେ କାହା ସାମ୍ନାରେ ଠିକ ଭାବେ ବସିବା କଷ୍ଟକର ହୋଇଥାଏ। ଯଦି ଆପଣ ଏହି ସମସ୍ୟା ଭୋଗୁଛନ୍ତି, ତେବେ କେତେକ ଘରୋଇ ଉପାୟ ଆପଣାଇ ପାରିବେ।
ଆପଲ ସାଇଡର ଭିନେଗାର
ଆପଲ ସାଇଡର ଭିନେଗାର ଖାଦ୍ୟ ଓ ବିଉଟି ଦୁଇଟିଯାକ କାମ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏହା ଶରୀରରୁ ବାହାରୁଥିବା ଦୁର୍ଗନ୍ଧ ସମସ୍ୟାକୁ ସହଜରେ ଦୂର କରିଥାଏ। ଗରମ ପାଣିରେ ଆପଲ ସାଇଡର ଭିନେଗାର, ମାଉଥ ୱାଶ ଓ ଲୁଣ ମିଶାଇ ୧୫ରୁ ୩୦ ମିନିଟ ଯାଏ ପାଦ ବୁଡ଼ାଇ ସ୍କ୍ରବ କରନ୍ତୁ। ଏପରି କରିବା ଦ୍ବାରା ଖୁବଶୀଘ୍ର ପାଦ ଦୁର୍ଗନ୍ଧ ଦୂର ହୋଇପାରିବ।
ଲେମ୍ବୁ
ଲେମ୍ବୁରେ ଅନେକ ପ୍ରକାରର ଗୁଣ ରହିଛି। ଏହା ତ୍ବଚା କ୍ଲିନିଂ କରିବା ସହିତ ଦୁର୍ଗନ୍ଧ ସମସ୍ୟା ସହଜରେ ଦୂର କରିଥାଏ। ତେଣୁ ହାଲୁକା ଗରମ ପାଣିରେ ୨ ଚାମଚ ଲେମ୍ବୁ ରସ, ୧ ଚାମଚ ଗୋଲାପ ଜଳ ଓ ୫ ବୁନ୍ଦା ରୋଜ ଏସେନସିଆଲ ଅଏଲ ପକାଇ ୧୫ ମିନିଟ ଯାଏ ପାଦ ବୁଡ଼ାଇ ସ୍କ୍ରବ କରନ୍ତୁ। ଏହାଦ୍ବାରା ମଧ୍ୟ ପାଦର ଦୁର୍ଗନ୍ଧ ସହଜରେ ଦୂର ହୋଇପାରିବ।
ଖାଇବା ସୋଡ଼ା
ଖାଇବା ସୋଡ଼ା ଏକ୍ସଫୋଲିଏଟର ଭାବେ କାମ କରିଥାଏ। ଏହା ଡେଡ ସ୍କିନକୁ ପୁଣି ଜୀବିତ କରିଥାଏ। ହାଲୁକା ଉଷୁମ ପାଣିରେ ୨ଟେବଲସ୍ପୁନ ଖାଇବା ସୋଡ଼ା ମିଶାଇ ଏଥିରେ ଅଧ ଗ୍ଲାସ କ୍ଷୀର ଓ ନଡ଼ିଆ ତେଲ ମିଶାଇ ୧୫ ମିନିଟ ଯାଏ ପାଦ ବୁଡ଼ାଇ ରଖନ୍ତୁ। ଏହାପରେ ପାଦକୁ ସ୍କ୍ରବ କରିବା ଦ୍ବାରା ପାଦ ଦୁର୍ଗନ୍ଧ ସହଜରେ ଦୂର ହୋଇଥାଏ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ