ଡେଷ୍ଟିନେସନ ୱେଡିଂ ସମୟରେ ଏସବୁ ପ୍ରତି ଧ୍ୟାନ ରଖନ୍ତୁ


ପ୍ରତୀକାତ୍ମକ ଫଟୋ
ଦିନକୁ ଦିନ ଡେଷ୍ଟିନେସନ ୱେଡିଂର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ତେବେ ଏହି ଡେଷ୍ଟିନେସନ ୱେଡିଂ ସମୟରେ ଅନେକ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଯାହାଫଳରେ କୌଣସି ପ୍ରକାରର ଅସୁବିଧାର ସାମ୍ନା କରିବାକୁ ପଡ଼ିବ ନାହିଁ।

ସ୍ଥାନୀୟ ଭାଷା ଜାଣିଥିବା ମଧ୍ୟସ୍ଥକୁ ସାଙ୍ଗରେ ରଖନ୍ତୁ
ଯଦି ଆପଣ ଇଟାଲୀ, ଜାପାନ, ଫ୍ରାନ୍ସ, ସ୍ପେନ୍‌ ଓ ଜର୍ମାନୀ ଭଳି ଦେଶକୁ ଯାଇ ବିବାହ କରିବାକୁ ଚାହୁଛନ୍ତି, ତେବେ ସେଠାକାର ସ୍ଥାନୀୟ ଲୋକଙ୍କ ସହିତ କଥା ହେବାରେ ଅସୁବିଧା ହୋଇପାରେ। ତେଣୁ କୌଣସି ମଧ୍ୟସ୍ଥ କିମ୍ବା ଦ୍ବିଭାଷୀ ବ୍ୟକ୍ତିଙ୍କୁ ସାଙ୍ଗରେ ରଖନ୍ତୁ। ତାଙ୍କ ସହାୟତାରେ ସ୍ଥାନୀୟ ଲୋକଙ୍କ ସହ କଥା ହେବା ସହଜ ହେବ।

ଲଗେଜ୍‌ କମ୍‌ ରଖନ୍ତୁ
ଡେଷ୍ଟିନେସନ ୱେଡିଂ କରିବାକୁ ଯାଉଥିଲେ, ସାଙ୍ଗରେ ବେଶୀ ଲଗେଜ୍‌ ରଖନ୍ତୁ ନାହିଁ। କାରଣ ସାଙ୍ଗରେ ଅଧିକ ଲଗେଜ୍‌ ରଖିଲେ ଆପଣଙ୍କୁ ଯାତ୍ରା କରିବା ସମୟରେ ଅସୁବିଧା ହୋଇପାରେ। ତେଣୁ ଯେତିକି ଦରକାର ସେତିକି ଜିନିଷ ସାଙ୍ଗରେ ନିଅନ୍ତୁ।

ଖାଇବା, ପିଇବାରେ ବିଶେଷ ଧ୍ୟାନ ରଖନ୍ତୁ
ଭାରତ ବାହାରେ ବିବାହ କରିବା ଲାଗି ଯୋଜନା କରୁଛନ୍ତି ଏବଂ ଅତିଥିଙ୍କୁ ଭାରତୀୟ ଖାଦ୍ୟ ପରଷିବା ପାଇଁ ଚାହୁଛନ୍ତି ତେବେ ସାଙ୍ଗରେ ଭାରତରୁ ଭେଣ୍ଡର ନେଇ ଯିବାକୁ ପଡ଼ିବ। ଭାରତୀୟ ଖାଦ୍ୟ ରୋଷେଇ କରିବା ଲାଗି ସମସ୍ତ ପ୍ରକାରର ଜିନିଷର ବ୍ୟବସ୍ଥା କରିବାକୁ ପଡ଼ିବ। ଭାରତ ଭିତରେ ବିବାହ କରୁଥିଲେ, ଅତିଥିଙ୍କୁ ବିଭିନ୍ନ ରାଜ୍ୟର ଖାଦ୍ୟ ଖୁଆଇବାକୁ ଚାହୁଥିଲେ ଏକାଧିକ ସେଫ୍‌ଙ୍କୁ ଡାକି ଖାଦ୍ୟ ପ୍ରସ୍ତୁତ କରିପାରିବେ।

ମେକ୍‌ଅପ୍‌ ବାଛନ୍ତୁ

ଡେଷ୍ଟିନେସନ୍‌ ୱେଡିଂରେ ମେକ୍‌ଅପ୍‌ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ। ଋତୁକୁ ଦୃଷ୍ଟିରେ ରଖି ମେକ୍‌ଅପ୍‌ କରନ୍ତୁ। ଥିମ୍‌ ଅନୁସାରେ ମେକ୍‌ଅପ୍‌ କରନ୍ତୁ। ଯେଉଁ ମେକ୍‌ଅପ୍‌ରେ ଆପଣ ସହଜ ଅନୁଭବ କରିବେ, ସେହିଭଳି ମେକ୍‌ଅପ୍‌ କରନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ