ଏଥନିକ୍‌ ଲୁକ୍‌ ସହିତ ଆପଣାନ୍ତୁ ମ୍ୟାଚିଂ ଫୁଟ୍‌ୱିଅର


ପ୍ରତୀକାତ୍ମକ ଫଟୋ
ଭାରତୀୟ ପୋଷାକ ସହ କିଭଳି ଆସେସରିଜ ବ୍ୟବହାର କରିବା, କେଶସଜ୍ଜା କିପରି କରାଯିବ, କିଭଳି ମେକ୍‌ଅପ୍‌ କରିବା ଦରକାର ସମେସ୍ତ ପୂର୍ବରୁ ସ୍ଥିର କରି ନେଇଥାନ୍ତି। ମାତ୍ର କିଭଳି ଜୋତା ପିନ୍ଧିବା ଦରକାର ସେଥିପ୍ରତି କେହି ଧ୍ୟାନ ଦେଇ ନ ଥାନ୍ତି। ଏଥନିକ୍‌ ଲୁକ୍‌ ପାଇଁ ଫୁଟ୍‌ୱିଅର ମଧ୍ୟ ଗୁରୁତ୍ବପୂର୍ଣ୍ଣ। ଯାହା ବିନା ଷ୍ଟାଇଲ୍‌ ଅଧୁରା ରହିଯାଏ। ପାର୍ଟି ହେଉ ଅବା ସାଙ୍ଗମାନଙ୍କ ସହ ଗେଟ୍‌ ଟୁଗେଦର ଏଭଳି ଅବସର ପାଇଁ ଭାରତୀୟ ପୋଷାକ ଏକ ଉପଯୁକ୍ତ ବିକଳ୍ପ। ମାତ୍ର ଏହି ପୋଷାକ ସହ କେଉଁ ଫୁଟ୍‌ୱିଅର ପିନ୍ଧିବା ଦରକାର, ତାହା ନିଷ୍ପତ୍ତି ନେବା କାଠିକର ପାଠ ହୋଇଯାଏ। ଚାଲନ୍ତୁ ଜାଣିବା ଏଭଳି କିଛି ଫୁଟ୍‌ୱିଅର ସମ୍ପର୍କରେ, ଯାହା ଏଥ୍‌ନିକ୍‌ ପୋଷାକ ସହ ଖୁବ୍‌ ମାନିବ।

ବାଲ୍ଲେରିନା ଜୋତା
ଭାରତୀୟ ପୋଷାକ ସହ କେବଳ ହିଲ୍ସ ହିଁ ପିନ୍ଧାଯାଇପାରିବ, ଏହା ଜରୁରୀ ନୁହେଁ। ଭାରତୀୟ ପୋଷାକ ସହ ଫ୍ଲାଟ୍‌ସ୍‌ ମଧ୍ୟ ବେଶ୍‌ ମାନିବ। ଏଥିପାଇଁ ଷ୍ଟାଇଲିଶ୍‌ ବାଲ୍ଲେରିନା ଜୋତା ଟ୍ରାଏ କରନ୍ତୁ।

କୋହ୍ଲାପୁରୀ ଜୋତା
କୋହ୍ଲାପୁରୀ ଜୋତା ସବୁବେଳେ ଟ୍ରେଣ୍ଡରେ ରହିଛି। ଭାରତୀୟ ପୋଷାକ ସହ ଏହାକୁ ଆରାମରେ ପିନ୍ଧିପାରିବେ। ଯଦି କିଛି ଓଜନଦାର ଭାରତୀୟ ପୋଷାକ ପିନ୍ଧୁଛନ୍ତି ତେବେ ତାହାକୁ ମ୍ୟାଚିଂ କଲା ଭଳି ହାଲୁକା ତଥା ଷ୍ଟାଇଲିଶ କୋହ୍ଲାପୁରୀ ଜୋତା ପିନ୍ଧନ୍ତୁ। ଏହା ଆପଣଙ୍କୁ ବେଶ୍‌ ମାନିବ।

ଜୁତିଆଁ
ଯଦି ଲେହେଙ୍ଗା ସ୍କର୍ଟ ପିନ୍ଧିବା ଲାଗି ଯୋଜନା କରୁଛନ୍ତି ତେବେ ଏଥିସହିତ ଜୁତିଆଁ ପିନ୍ଧନ୍ତୁ। ଏହା ପାଦକୁ ଆରାମ ଦେବା ସହ ଏହି ଡ୍ରେସ୍‌ ସହିତ ଭଲ ମାନିବ।

ଷ୍ଟିଲେଟସ୍‌ ଜୋତା

ଯଦି ଆପଣ ଭାବୁଥାନ୍ତି ଷ୍ଟିଲେଟସ୍‌ ଜୋତା କେବଳ ୱେଷ୍ଟର୍ଣ୍ଣ ୱିଅର ସହ ପିନ୍ଧାଯାଇପାରିବ, ତେବେ ଆପଣଙ୍କ ଧାରଣା ସମ୍ପୂର୍ଣ୍ଣ ଭାବେ ଭୁଲ୍‌। ଏହି ଜୋତାକୁ ଆପଣ ଏଥନିକ୍‌ ୱିଅର ସହ ମଧ୍ୟ ପିନ୍ଧିପାରିବେ। ଶାଢ଼ି ସହ ତ ଏହା ଆହୁରି ସୁନ୍ଦର ଲାଗିବ।

ୱେଜସ୍‌ ଜୋତା
କୌଣସି ବି ପ୍ରକାର ପୋଷାକ ସହ ୱେଜସ୍‌ ଷ୍ଟାଇଲିଶ୍‌ ଲୁକ୍‌ ଦେବ। ଏହାକୁ ସାଲୱାର ଶୁଟ୍‌ କିମ୍ବା ଶାଢ଼ି ଯେକୌଣସି ଭାରତୀୟ ପୋଷାକ ସହ ପିନ୍ଧିପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ