ଲାଇଫ ଷ୍ଟାଇଲ
ଉତ୍ତମ ସେକ୍ସ ଲାଇଫ୍ ପାଇଁ ଡାଏଟ୍ରେ ସାମିଲ କରନ୍ତୁ ଏସବୁ

ପ୍ରତୀକାତ୍ମକ ଫଟୋ
ବ୍ୟସ୍ତବହୁଳ ଜୀବନରେ ଅସନ୍ତୁଳିତ ଖାଦ୍ୟପେୟ ଏବଂ ଚାପ ପାଇଁ ଲୋକଙ୍କ ମଧ୍ୟରେ ଯୌନ କ୍ଷମତା ସହିତ ଜଡ଼ିତ ଅନେକ ସମସ୍ୟା ଦେଖାଦେବା ଏବେ ସାଧାରଣ କଥାରେ ପରିଣତ ହୋଇଛି। ଏପରିସ୍ଥଳେ ଯଦି ଆପଣ ନିଜ ଡାଏଟ୍ରେ ଘରେ ମିଳୁଥିବା କିଛି ଜିନିଷ ସାମିଲ କରିବେ, ତେବେ ଆପଣଙ୍କ ଯୌନ ଜୀବନ ଉତ୍ତମ ହେବାର ସମ୍ଭାବନା ରହିଛି। ତେବେ ଉତ୍ତମ ସେକ୍ସ ଲାଇଫ୍ ବା ଯୌନ ଜୀବନ ପାଇଁ କ’ଣ ସବୁ ଖାଦ୍ୟ ଡାଏଟ୍ରେ ସାମିଲ କରିବା ଚାଲନ୍ତୁ ଜାଣିବା।
ରସୁଣ
ରସୁଣରେ ଏଲ୍ଲିସିନ୍ ନାମକ ରସାୟନ ରହିଛି। ଏହା ଶରୀରରେ ରକ୍ତ ପ୍ରବାହକୁ ତ୍ବରିତ କରିଥାଏ ଏବଂ ଯୌନ ଇଚ୍ଛା ବୃଦ୍ଧି କରିବାରେ ସହାୟତା କରେ।
ପାଳଙ୍ଗ ଶାଗ
ପାଳଙ୍ଗ ଶାଗରେ ପ୍ରଚୁର ମାତ୍ରାରେ ଫୋଲିକ୍ ଏସିଡ୍ ରହିଛି। ଏହା କେବଳ ଯୌନ ଲିପ୍ସା ବଢ଼ାଇବାରେ ସାହାଯ୍ୟ କରେ ନାହିଁ, ମହିଳାଙ୍କଠାରେ ପ୍ରଜନନ ଶକ୍ତି ବୃଦ୍ଧି କରିବାରେ ମଧ୍ୟ ସହାୟତା କରିଥାଏ।
ଅଣ୍ଡା
ଅଣ୍ଡାରେ ଭିଟାମିନ୍ ବି-୬ ଏବଂ ବି-୫ ଅଧିକ ମାତ୍ରାରେ ରହିଛି। ଏହା ଶରୀରରେ ହର୍ମୋନ୍ ସ୍ତର ନିୟନ୍ତ୍ରିତ କରିବା ସହ ଚାପରୁ ମୁକ୍ତି ଦେଇଥାଏ। ଏହି ଦୁଇଟି ସ୍ତର ଯୌନ ଲିପ୍ସା ବୃଦ୍ଧି ପାଇଁ ସହାୟତା କରେ। ଏହା ଶରୀରରେ ଶକ୍ତି ସ୍ତର ମଧ୍ୟ ବୃଦ୍ଧି କରିଥାଏ।
ଚକୋଲେଟ୍
ଚକୋଲେଟ୍ରେ ଆଲ୍କାଲଏଡ୍ ଥିଓବ୍ରୋମିନ୍ ରହିଛି। ଏହା ଶରୀରରେ ପ୍ରେମ ଏବଂ ଭାବନା ସହ ଜଡ଼ିତ ହର୍ମୋନ୍କୁ ବଢ଼େଇବାରେ ସହାୟତା କରେ। ଏଥିସହ ଏଥିରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ୍ସ ରହିଛି। ଏହା ଆପଣଙ୍କ ଶରୀରକୁ ସୁସ୍ଥ ରଖିବାରେ ସହାୟତା କରେ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ