ଦିନିକିଆ ସିରିଜରୁ ଶ୍ରେୟସ ଆଉଟ୍, ଆଇପିଏଲ ପ୍ରଥମ ଭାଗ ଖେଳିବା କଷ୍ଟକର


ଆହତ ଶ୍ରେୟସ ଆୟର (ଫାଇଲ ଫଟୋ)
ମଧ୍ୟଭାଗ ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟର ଚଳିତ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜର ଅବଶିଷ୍ଟ ୨ଟି ମ୍ୟାରୁ ବାଦ ପଡ଼ିଛନ୍ତି। ପୁଣେରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଆୟର ଫିଲ୍ଡିଂ କରିବା ବେଳେ ଗୁରୁତର ଆଘାତ ପାଇଥିଲେ। ଶାର୍ଦ୍ଦୁଲ ଠାକୁରଙ୍କ ବୋଲିଂରେ ଜନି ବେୟାରଷ୍ଟୋଙ୍କ ଏକ ଷ୍ଟ୍ରୋକକୁ ଅଟକାଇବାକୁ ଯାଇ ଆୟର ଡାଇଭ ମାରିବା ବେଳେ ବାମ କାନ୍ଧରେ ଆଘାତ ପାଇଥିଲେ। ଏହାପରେ ଖୁବ ଯନ୍ତ୍ରଣା ହେବାକୁ ସେ ପଡ଼ିଆ ଛାଡ଼ି ଚାଲି ଯାଇଥିଲେ। ଏହାପରେ ଏକ୍ସରେରୁ ବାମ କାନ୍ଧ ଡିସଲୋକେଟ ହୋଇଥିବା ଜଣାପଡ଼ିଛି। ଫଳରେ ତାଙ୍କ ପକ୍ଷେ ଆଉ ଦୁଇଟି ମ୍ୟାଚ ଖେଳିବାର କୌଣସି ସମ୍ଭାବନା ନଥିବାରୁ ତାଙ୍କୁ ବାଦ ଦିଆଯାଇଛି।

ଆୟରଙ୍କ କାନ୍ଧରେ ଲାଗିଥିବା ଗୁରୁତର ଥିବାରୁ ତାଙ୍କୁ ପୂରା ଫିଟ ହେବା ପାଇଁ ପ୍ରାୟ ୫ରୁ୬ ସପ୍ତାହ ଲାଗିବ ବୋଲି କୁହାଯାଉଛି। ତେଣୁ ଏପ୍ରିଲ ୯ରୁ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲ ଖେଳିବା ନେଇ ମଧ୍ୟ ଆଶଙ୍କା ଉପୁଜିଛି। ସେ ଆଇପିଏଲ ପ୍ରଥମାର୍ଦ୍ଧ ମୁକାବିଲାଗୁଡ଼ିକ ଖେଳିବା ସମ୍ଭବ ନୁହେଁ ବୋଲି ସୂଚନା ଆସିଛି। ତେଣୁ ତାଙ୍କ ସ୍ଥାନରେ ଦିଲ୍ଲୀ କ୍ୟାପିଟାଲ୍ସ ଆଉ ଜଣଙ୍କ ଦଳର ନେତୃତ୍ବ ନେବାକୁ ପଡ଼ିବ। ଏପରି ସ୍ଥିତିରେ ଋଷଭ ପନ୍ତ, ଅଭିଜ୍ଞ ରବିଚନ୍ଦ୍ରନ ଅଶ୍ବିନ କିମ୍ବା ଅଷ୍ଟ୍ରେଲୀୟ ଷ୍ଟାର ଷ୍ଟିଭ ସ୍ମିଥଙ୍କୁ ଦଳ ଅଧିନାୟକ ଦାୟିତ୍ବ ଦେବାର ସମ୍ଭାବନା ସୃଷ୍ଟି ହୋଇଛି। ଗତ ସଂସ୍କରଣରେ ଆୟର ଚମତ୍କାର ଭାବେ ଦଳକୁ ପରିଚାଳନା କରି ଫାଇନାଲ ପର୍ଯ୍ୟନ୍ତ ନେବାରେ ସଫଳ ହୋଇଥିଲା ବେଳେ ତାଙ୍କ ଅନୁପସ୍ଥିତି ଆରମ୍ଭରୁ ପ୍ରଭାବ ପକାଇବା ନେଇ ଆଶଙ୍କ ସୃଷ୍ଟି କରିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ