ସନ୍ଧ୍ୟା ପାନୀୟ ସହ ନିଅନ୍ତୁ ମସଲା ପାମ୍ପଡ଼ର ମଜା


ମସଲା ପାମ୍ପଡ଼
ମସଲା ପାମ୍ପଡ଼ ଏଭଳି ଏକ ସାଇଡ ଡିଶ ଯାହାକୁ ଚା’ କଫି କିମ୍ବା ଅନ୍ୟ ଥଣ୍ଡା ପାନୀୟ ସହିତ ଖାଇବା ମଜାଦାର ହୋଇଥାଏ। ଏହି କ୍ରିସ୍ପି ପାମ୍ପଡ଼ ଉପରେ ସ୍ପାଇସି ପିଆଜ, ଟମାଟୋର ମିଶ୍ରଣ ଏହାକୁ ଏକ ପରଫେକ୍ଟ ଡିଶରେ ପରିଣତ କରିଥାଏ। ସନ୍ଧ୍ୟା ସମୟରେ ସ୍ନାକ୍ସ ଭାବେ, ଲଞ୍ଚ କିମ୍ବା ଡିନରରେ ଖାଦ୍ୟ ସହିତ ଏହାର ମଜା ନେଇପାରିବେ। ଏହାକୁ ଘରେ ତିଆରି କରିବା ବହୁତ ସହଜ। ସ୍ପାଇସି ହୋଇଥିବାରୁ ଖାଦ୍ୟର ମଜା ଏହା ଦୁଇଗୁଣା କରିଥାଏ। ଏହାକୁ ତିଆରି କରିବାରେ ଅଧିକ ସମୟ ମଧ୍ୟ ଲାଗି ନ ଥାଏ। ଚାଲନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।

କ’ଣ ଦରକାର
୧ଟି ଛୋଟ ଛୋଟ କଟା ଯାଇଥିବା ଟମାଟୋ ଓ ପିଆଜ, ୧ ଟେବଲସ୍ପୁନ କଟା ଧନିଆ ପତ୍ର, ୨ଟି ଲେମ୍ବୁ, ୧ ଚାମଚ ଲୁଣ, ୧ଚାମଚ ଗୋଲମରିଚ ଗୁଣ୍ଡ।

ପ୍ରସ୍ତୁତି ପ୍ରଣାଳୀ
ଏକ ପାତ୍ରରେ କଟା ପିଆଜ, ଟମାଟୋ, ଧନିଆ ପତ୍ର, ଲେମ୍ବୁ ରସ, ଗୋଲମରିଚ ଗୁଣ୍ଡ ଓ ଲୁଣ ଭଲ ଭାବେ ମିଶାନ୍ତୁ। ଏହାପରେ ଏକ ପାମ୍ପଡ଼କୁ କ୍ରିସ୍ପି ହେବା ଯାଏ ଛାଣନ୍ତୁ। ଏହି ପାମ୍ପଡ଼କୁ ଏକ ପ୍ଲେଟରେ ରଖନ୍ତୁ। ଏବେ ଏହା ଉପରେ ଟମାଟୋ-ପିଆଜ ମିଶ୍ରଣ ଚାରି ଆଡ଼କୁ ବିସ୍ତାର କରି ରଖନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ମସଲା ପାମ୍ପଡ଼। ଏହାକୁ ନିଜ ମନ ପସନ୍ଦର ଗରମ କିମ୍ବା ଥଣ୍ଡା ପେୟ ସହିତ ପରଷନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ